ମୁମ୍ବାଇ ୩୧।୦୭ : ଟେକ୍ସାସର ବାୟୋମେଟ୍ରିକ ଡାଟା ବିବାଦରେ ମେଟାର ବଡ଼ ପରାଜୟ । ୧.୪ ବିଲିୟନ ଡଲାରର ଦେୟ ଦେବାକୁ ମେଟା ସହମତି ପ୍ରକାଶ କରିଛି । ଟେକ୍ସାସର ଅର୍ଟର୍ଣ୍ଣି ଜେନେରାଲ କେନ୍ ପେକ୍ସଟନ୍ ମଙ୍ଗଳବାର ଦିନ ଏହି ସୂଚନା ଦେଇଛନ୍ତି ।
୨୦୨୨ରେ ପେକ୍ସଟନ ଦ୍ୱାରା ଦାୟର ହୋଇଥିଲା ଏକ ମାମଲା । ଯେଉଁଥିରେ ମେଟା ଉପରେ ଅଭିଯୋଗ ଆସିଥିଲା ଯେ, ଟେକ୍ସାସରେ ଲକ୍ଷାଧିକ ଲୋକଙ୍କ ବାୟୋମେଟ୍ରିକ୍ ଡାଟା ବିନା ଅନୁମତିରେ ବ୍ୟବହାର କରାଯାଇଥିଲା । ଏହି ସବୁ ଡାଟାକୁ ପରେ ଫେସ୍ବୁକ୍ରେ ଅପଲୋଡ କରାଯାଇଥିଲା । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଟେକ୍ସାସ ଅଟର୍ଣ୍ଣି ଜେନେରାଲ କାର୍ଯ୍ୟାଳୟ କହିଛନ୍ତି ଯେ, ଅନେକ ଲୋକଙ୍କ ବିନା ସହମତିରେ ଫେସ୍ବୁକ୍ ଏହି ସବୁ ଡାଟା ଅପଲୋଡ କରିଥିଲା । ଯାହାକି ପୁରା ଭୁଲ୍ । ଜଣେ ଲୋକଙ୍କ ବିନା ଅନୁମତିରେ କେମିତି ଡାଟା ବାହାରକୁ ଆସିଲା । ଅଭିଯୋଗ ପରେ ଘଟଣାର ତଦନ୍ତରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ତେଣୁ ଧାର୍ଯ୍ୟ ହୋଇଥିବା ଟଙ୍କାକୁ ପୈଇଠ କରିବାକୁ ପଡିବ। ଆଗକୁ ଲୋକଙ୍କ ଡାଟା କିପରି ସୁରକ୍ଷିତ ରହିବ । ତାହା ଉପରେ ବିଶେଷ ଧ୍ୟାନ ଦିଆଯିବ ।
ଅନ୍ୟପଟେ ମେଟାର ଜଣେ ପ୍ରବକ୍ତା କହିଛନ୍ତି ଯେ, ଏହି ବିବାଦର ସମାଧାନ କରି ଆମକୁ ଖୁସି ଲାଗୁଛି । ଆଗକୁ ଟେକ୍ସାସରେ ନିଜର ବ୍ୟବସାୟିକ ନିବେଶ୍ ବୃଦ୍ଧି କରିବାକୁ କମ୍ପାନୀ ପକ୍ଷରୁ ନୂଆ ନୂଆ ଯୋଜନା କରାଯାଇଛି । ଖାସ୍ କରି ଡାଟା ସେଣ୍ଟର ବିକାଶ ଉପରେ କମ୍ପାନୀ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି ।