Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଟ୍ବିଟରକୁ ଟକ୍କର ଦେବାକୁ Metaର ଯୋଜନା, ୟୁଜରଙ୍କ ପାଇଁ ଆଣୁଛି ନୂଆ ଆପ୍‌

10/03/2023 at 10:58 PM

ନୂଆଦିଲ୍ଲୀ, ୧୦/୦୩: ଫେସବୁକ୍, ଇନଷ୍ଟାଗ୍ରାମ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା ଏକ ନୂଆ ଆପ୍‌ ଉପରେ କାମ କରୁଛି। ଏହି ଆପ୍‌ ଟ୍ବିଟରର ସ୍ଥାନ ନେବାକୁ ପ୍ରସ୍ତୁତି କରୁଛି। ଏଲନ ମସ୍କଙ୍କ ଟ୍ବିଟର କିଣିବା, ନୂଆ ଟ୍ବିଟର ପଲିସି, ଟ୍ବିଟର ବ୍ଲୁ ଟିକ୍ ଭଳି ପଦକ୍ଷେପ ପରେ ଲୋକେ ଟ୍ବିଟର ଏକ ଭଲ ବିକଳ୍ପ ଖୋଜୁଛନ୍ତି। ତେଣୁ ମେଟା ଏହାର ଫାଇଦା ନେଇପାରେ।

ତେବେ ଏହି ଆପ୍‌କୁ ନେଇ ବିଶେଷ ସୂଚନା ଦିଆଯାଇନଥିଲେ ବି କୁହାଯାଉଛି ଯେ ଏହା ଟ୍ବିଟର ଭଳି ହୋଇପାରେ। ଏଲନ୍‌ ମସ୍କ ଟ୍ବିଟର କିଣିବା ପରଠାରୁ ଲୋକଙ୍କ ମନରେ ସନ୍ଦେହ ରହିଛି। ଆଉ ଏହାର ଫାଇଦା ନେବାକୁ ଚାହୁଛନ୍ତି ଟେକ୍ କମ୍ପାନୀ।

ଏହାକୁ ଲକ୍ଷ୍ୟରଖି ମେଟା ଏକ ନୂଆ ସୋସିଆଲ ମିଡିଆ ଆପ୍ ତିଆରି କରୁଛି। ଯାହା ଉପରେ ଲୋକେ ଟ୍ବିଟରରେ କରୁଥିବା ପୋଷ୍ଟ ପରି ପୋଷ୍ଟ କରିପାରିବେ। ତେବେ ଏହି ପ୍ରୋଜେକ୍ଟ ବିଷୟରେ ଏକ ଜରୁରୀ କଥା ହେଉଛି ଯେ ମେଟା ଏହାର ନେଟଓ୍ବର୍କକୁ ଡିସେଣ୍ଟ୍ରାଲାଇଜ୍ହ ରଖିବ। ଏହି ପଦକ୍ଷେପ ଦ୍ବାରା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ମୁକାବିଲ କରିବାରେ ସାହାଯ୍ୟ କରିବ।

କୌଣସି ଆପ୍‌ରେ ଡି ସେଣ୍ଟ୍ରାଲାଇଜ୍ଡ ନେଟଓ୍ବର୍କ ରହିବାର ଅର୍ଥ ହେଉଛି ଏହାର ଡାଟା କୌଣସି ଗୋଟିଏ ସର୍ଭରରେ ଷ୍ଟୋର କିମ୍ବା ନିୟନ୍ତ୍ରଣ କରାଯିବ ନାହିଁ । ବରଂ ଏହାର କୌଣସି ଷ୍ଟୋର ହିଁ ରହିବ ନାହିଁ।

   Related Posts