scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୭ ବର୍ଷ ଧରି ମେଟା ସହିତ ଥିଲେ ଜଡିତ, ହଠାତ୍‌ କମ୍ପାନୀ ପକ୍ଷରୁ କରାଗଲା ଛଟେଇ

14/06/2023 at 11:56 AM

ମୁମ୍ବାଇ ୧୪।୦୬ : ଫେସବୁକ୍‌ର ପାରେଣ୍ଟ କମ୍ପାନୀ ମେଟାରେ ଏବେ ଚାଲିଛି ଛଟେଇ ପର୍ବ । ଏବେ ଯାଏଁ କମ୍ପାନୀ ମୋଟ ୨୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିସାରିଲାଣି । ଯାହାଦ୍ୱାର କି ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ଯାହାର କାହାଣୀ ସେମାନେ ସୋସିଆଲ୍‌ ମିଡିଆ ସାଇଡ୍‌ ଲିଙ୍କ ଡିନ୍‌ରେ ସେୟାର କରୁଛନ୍ତି ।

କମ୍ପାନୀର ଜଣେ ପୂର୍ବତନ କର୍ମଚାରୀ ଲିଙ୍କ ଡିନ୍‌ରେ ନିଜର ଦୁଃଖ କାହାଣୀ କହିଛନ୍ତି । ଗତ ୭ ବର୍ଷ ଧରି ସେ ମେଟା ସହିତ ଜଡିତ ଥିଲେ । କିଛି ଦିନ ଧରି ସେ ମାତୃତ୍ୱ ଅବକାଶରେ ଥିଲେ । ଛୁଟିବି ସରିଆସୁଥିଲା । ଖୁବଶୀଘ୍ର ଅଫିସରେ ଯୋଗଦେଇଥାନ୍ତେ । କିନ୍ତୁ ଗତ ସପ୍ତାହ ତଳେ କମ୍ପାନୀ ପକ୍ଷରୁ ତାଙ୍କୁ ଛଟେଇ କରାଯାଇଥିବା ନେଇ ନୋଟିସ୍‌ ଆସିଥିଲା ।

କମ୍ପାନୀରେ ମାନବ ସମ୍ବଳ ବିଭାଗ(HR)ର ମୁଖ୍ୟ ଭାବେ କାମ କରୁଥିଲି । ଛଟେଇ ପରର ଦୁଃଖକୁ ମୋ ପଖେ କହିବା ଅସମ୍ଭବ । ସବୁବେଳେ କମ୍ପାନୀର ହିତ ପାଇଁ କାମ କରିଆସିଥିଲି । ଗତ ୭ ବର୍ଷ ଧରି ମୁଁ କମ୍ପାନୀଠାରୁ ଅନେକ କିଛି ଶିଖିଛି ।  ସବୁବେଳେ ମୁଁ ମୋ କାମକୁ ପ୍ରାଧାନ୍ୟ ଦେଇଛି । ଖାସ୍‌ କରି ମୋ ଟିମ୍‌ର ସମସ୍ତ ସଦସ୍ୟଙ୍କୁ ବିଶେଷ ବିଶେଷ ଧନ୍ୟବାଦ ଦେଉଛି । ଯେ ସବୁବେଳେ ମୋ ସହିତ କାମ କରିଥିଲେ ।

You Can Read :

   Related Posts