Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ପୁଣି ୧୦ ହଜାର କର୍ମଚାରୀଙ୍କ ଛଟେଇ କଲା ମେଟା, ଗତ ବର୍ଷ କରିଥିଲା ୧୧,୦୦୦ ଛଟେଇ  

14/03/2023 at 7:39 PM

ନୂଆଦିଲ୍ଲୀ, ୧୪/୦୩: ପୁଣି କର୍ମଚାରୀଙ୍କ ମୁଣ୍ଡରେ ଚଡ଼କ। ଫେସବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା ପୁଣିଥରେ ଏହାର ହଜାର ହଜାର କର୍ମଚାରୀଙ୍କ ଛଟେଇ କରିଛି। ରିପୋର୍ଟ ଅନୁଯାୟୀ ଏଥର ମେଟା ୧୦ ହଜାର କର୍ମଚାରୀଙ୍କ ଛଟେଇ କରିଛି। ଏହି ଛଟେଇ କମ୍ପାନୀର ବିଭିନ୍ନ ବିଭାଗରେ ହୋଇଛି। ଏନେଇ ଏକ ବ୍ଲଗରେ ସୂଚନା ଦେବା ସହ ଏଥିପାଇଁ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି ସିଇଓ ମାର୍କ ଜୁକରବର୍ଗ। ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବରରେ ମେଟା ୧୧ ହଜାର କର୍ମଚାରୀଙ୍କ ଛଟେଇ କରିଥିଲା।

ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଏହି ଛଟେଇ ଆଗାମୀ କିଛି ମାସରେ କରାଯିବ। ଏହା ମେଟାର ଅଧିକାରୀ ମେଟାର କାର୍ଯ୍ୟ ପ୍ରଣାଳୀକୁ ସରଳ କରିବା, କମ୍ ପ୍ରାଥମିକତା ଥିବା ପରିଯୋଜନାକୁ ରଦ୍ଧ କରିବା ଏବଂ ମେଟାରେ ନିଯୁକ୍ତି ହାରକୁ କମ୍ କରିବା ଉପରେ ପର୍ଯ୍ୟବେସିତ ଥିବା କମ୍ପାନୀର ଯୋଜନାର ଘୋଷଣା କରିବେ।

ସେ କହିଛନ୍ତି କମ୍ ନିଯୁକ୍ତି ସହ ନିଯୁକ୍ତି କରୁଥିବା ଟିମ୍‌ର ଆକାର ମଧ୍ୟ ଛୋଟ କରିବାକୁ ନିର୍ଣ୍ଣୟ ନିଆଯାଇଛି। ଏପ୍ରିଲରେ ବୈଷୟିକ ଗ୍ରୁପ୍‌ରେ ପୁନର୍ଗଠନ ଏବଂ ଛଟେଇ ହୋଇପାରେ। ପରେ ମେ ମାସ ସୁଦ୍ଧା ବ୍ୟବସାୟିକ ଗ୍ରୁପ୍‌। ଏହି ପ୍ରକ୍ରିୟା ସଂପୂର୍ଣ୍ଣ ଭାବରେ ସାରିବାକୁ ବର୍ଷ ଶେଷ ସୁଦ୍ଧା ହୋଇପା​ରେ।  

   Related Posts