ମେସିଙ୍କ ଦୁଇ ରେକର୍ଡ, ଫୁଟବଲ୍ ବିଶ୍ଵ କପ୍‌ ଇତିହାସରେ ଏମିତି କରିବାରେ ପ୍ରଥମ ଖେଳାଳି

Published By : Prameya-News7 Bureau | December 19, 2022 IST

ନୂଆଦିଲ୍ଲୀ: ଫିଫା ବିଶ୍ଵ କପ୍‌ରେ ଦୁଇଟି  ଇତିହାସ ରଚିଲେ ଲିଓନେଲ ମେସି। ପ୍ରଥମ ଇତିହାସ ମଇଦାନକୁ ଓହ୍ଲାଇବା ମାତ୍ରେ ଫୁଟବଲ୍ ବିଶ୍ଵ କପ୍‌ରେ ସର୍ବାଧିକ ମ୍ୟାଚ୍‌ ଖେଳିବାର  ରେକର୍ଡ କରିଛନ୍ତି। ଦ୍ଵିତୀୟ ଇତିହାସ ମେସି ସେହି ସମୟରେ ରଚିଲେ ଯେବେ ସେ ଫ୍ରାନ୍ସ ବିପକ୍ଷରେ ପ୍ରଥମ ଗୋଲ୍ ଦେଲେ। ଏହି ଗୋଲ୍ ଦେବା ମାତ୍ରେ ମେସି ଫୁଟବଲ୍ ବିଶ୍ଵ କପ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଗ୍ରୁପ ପର୍ଯ୍ୟାୟଠୁ ନେଇ ଫାଇନାଲ୍ ପର୍ଯ୍ୟନ୍ତ ମ୍ୟାଚ୍‌ରେ ଗୋଲ୍ ଦେବାର ରେକର୍ଡ କରିଛନ୍ତି। କେବଳ ସେ ଗ୍ରୁପ  ପର୍ଯ୍ୟାୟରେ ପୋଲାଣ୍ଡ ବିପକ୍ଷରେ ଗୋଲ୍ ଦେଇ ପାରିନଥିଲେ।

ଗୋଲ୍ ପରେ ଗୋଲ୍

ଆର୍ଜେଣ୍ଟିନା ଏହି ବିଶ୍ଵ କପ୍‌ରେ ନିଜର ପ୍ରଥମ ମୁକାବିଲାରେ ସାଉଦି ଆରବ ବିପକ୍ଷରେ ଖେଳିଥିଲା। ଉକ୍ତ ମ୍ୟାଚ୍‌ର ଦଶମ ମିନିଟ୍‌ରେ ମେସି ମ୍ୟାଚ୍‌ର ପ୍ରଥମ ଗୋଲ୍ ଦେଇଥିଲେ। ଏଠାରୁ ହିଁ ମେସିଙ୍କ ଫିଫା ବିଶ୍ଵ କପ୍ ୨୦୨୨ରେ ଗୋଲ୍ ଦେବାର ପର୍ବ ଆରମ୍ଭ ହୋଇଥିଲା। ଦ୍ଵିତୀୟ ମ୍ୟାଚ୍‌ରେ ମେକ୍ସିକୋ ବିପକ୍ଷରେ ମେସି ୬୪ତମ ମ୍ୟାଚ୍‌ରେ ଗୋଲ୍ ଦେଇଥିଲେ। ପୁଣି ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ମେସି ୩୫ତମ ମିନିଟ୍‌ ଗୋଲ୍ ଦେଇ ନିଜ ଦଳ ପକ୍ଷରୁ ଖାତା ଖୋଲିଥିଲେ। କ୍ଵାର୍ଟର ଫାଇନାଲ୍‌ରେ ନେଦରଲାଣ୍ଡ ବିପକ୍ଷରେ ମେସି ପେନାଲଟି ସୁଟଆଉଟ୍‌ରେ ଗୋଲ୍ ଦେବାରେ ସଫଳ ହୋଇଥିଲେ। ସେମି ଫାଇନାଲ୍‌ରେ କ୍ରୋଏସିଆ ବିପକ୍ଷରେ ସେ ୩୪ତମ ମିନିଟ୍‌ରେ ଗୋଲ୍ ସ୍କୋର କରିଥିଲେ। ଫାଇନାଲ୍ ମ୍ୟାଚ୍‌ରେ ବି ମେସିଙ୍କ ମ୍ୟାଜିକ ଜାରି ରହିଥିଲା। ସେ ୨୩ତମ ମିନିଟ୍‌ରେ ଗୋଲ୍ ଦେବା ସହ ଅତିରିକ୍ତ ସମୟରେ ବି ଗୋଲ୍ ଦେଇଥିଲେ।

ଫିଫା ବିଶ୍ଵ କପ୍‌ରେ ସର୍ବାଧିକ ମ୍ୟାଚ୍ ଖେଳିଥିବା ଖେଳାଳି

୧ – ଲିଓନେଲ ମେସି, ଆର୍ଜେଣ୍ଟିନା(୨୦୦୬-୨୨)- ୨୬ ମ୍ୟାଚ୍

୨ – ଲୋଥର ମଥାଉସ, ଜର୍ମାନୀ(୧୯୨-୯୮)- ୨୫ ମ୍ୟାଚ୍

୩ – ମିରୋସ୍ଲାଭ କ୍ଲୋଜ, ଜର୍ମାନୀ(୨୦୦୨-୧୪)-  ୨୪ ମ୍ୟାଚ୍

୪ – ପାଓଲୋ ମାଲଦୀନ, ଇଟାଲୀ(୧୯୯୦-୨୦୦୨)- ୨୩ ମ୍ୟାଚ୍

୫ – କ୍ରିଷ୍ଟିୟାନୋ ରୋନାଲ୍ଡୋ, ପର୍ତ୍ତୁଗାଲ(୨୦୦୬-୨୨)- ୨୨ ମ୍ୟାଚ୍  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.