‘ଆର୍ଜେଣ୍ଟିନା ପାଇଁ ମୋର ଏହା ଶେଷ ମ୍ୟାଚ୍’, ବିଶ୍ଵ କପ୍ ଫାଇନାଲ୍ ପରେ ଅନ୍ତର୍ଜାତୀୟ ଫୁଟବଲ୍ରୁ ସନ୍ନ୍ୟାସ ନେବେ ମେସି
14/12/2022 at 3:50 PM

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଫୁଟବଲ୍ ଦଳର ଅଧିନାୟକ ତଥା ତାରକା ଖେଳାଳି ଲିଓନେଲ ମେସିଙ୍କ ଫିଫା ବିଶ୍ଵ କପ୍ ୨୦୨୨ ପରେ ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେଇଯିବେ। କ୍ରୋଏସିଆ ବିପକ୍ଷ ମ୍ୟାଚ୍ ପରେ ମେସି ଖୋଦ୍ ଏହା ସ୍ପଷ୍ଟ କରିଛନ୍ତି। ଚଳିତ ବିଶ୍ଵ କପ୍ର ଫାଇନାଲ୍ ମୁକାବିଲାରେ ମେସି ଶେଷ ଥର ଦେଶ ପକ୍ଷରୁ ପ୍ରତିନିଧିତ୍ଵ କରିବେ। ମେସିଙ୍କ ନିକଟରେ ଆର୍ଜେଣ୍ଟିନାକୁ ବିଶ୍ଵ କପ୍ ଜିତାଇବା ସହ ଗୋଲ୍ଡେନ ବୁଟ୍ ନିଜ ନାମରେ କରିବାର ସୁଯୋଗ ରହିଛି। ଏହା ସହିତ ମେସି ରୋନାଲ୍ଡଙ୍କ ରେକର୍ଡ ମଧ୍ୟ ଭାଙ୍ଗି ପାରନ୍ତି।
ଲିଓନେଲ୍ ମେସି ନିଜ ଏହାର ସୂଚନା ଦେଇ କହିଛନ୍ତି ଯେ, ଡିସେମ୍ବର ୧୮ ତାରିଖ ଫିଫା ବିଶ୍ଵ କପ୍ ୨୦୨୨ର ଫାଇନାଲ୍ ମ୍ୟାଚ୍ ପରେ ସେ ଅନ୍ତର୍ଜାତୀୟ ମ୍ୟାଚ୍ରୁ ସନ୍ନ୍ୟାସ ନେବେ। ଅଧିନାୟକ ମେସି କ୍ରୋଏସିଆ ବିପକ୍ଷ ସେମି ଫାଇନାଲ୍ରେ ପେନାଲ୍ଟିରେ ଗୋଲ୍ ସ୍କୋର କରି ଦଳକୁ ଫାଇନାଲ୍ରେ ପହଞ୍ଚାଇବାରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ତାଙ୍କ ବ୍ୟତୀତ ଜୁଲିୟନ ଅଲଭାରେଜ୍ ଦମଦାର ଦୁଇ ଗୋଲ୍ ଦେଇଥିଲେ। ଆର୍ଜେଣ୍ଟିନା କ୍ରୋଏସିଆକୁ ୩-୦ ଗୋଲ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଛି। ମ୍ୟାଚ୍ ପରେ ମେସି ସ୍ପଷ୍ଟ କରିଛନ୍ତି ଯେ, ଫାଇନାଲ୍ ମ୍ୟାଚ୍ରେ ସେ ଦେଶ ପକ୍ଷରୁ ଶେଷ ଅନ୍ତର୍ଜାତୀୟ ଫୁଟବଲ୍ ମ୍ୟାଚ୍ ଖେଳିବେ।
୩୫ ବର୍ଷୀୟ ମେସି ନିଜର ପଞ୍ଚମ ବିଶ୍ଵ କପ୍ ଖେଳୁଛନ୍ତି। ସେ ଆର୍ଜେଣ୍ଟିନାର ଡିଏଗୋ ମାରାଡୋନା ଏବଂ ଜେଭିୟର ମାଶେରାନୋଙ୍କୁ ପଛରେ ପକାଇଛନ୍ତି। ଏହି ଦୁଇ ଖେଳାଳି ଚାରି ବିଶ୍ଵ କପ୍ ଖେଳିଛନ୍ତି। ମେସି କାତାର ବିଶ୍ଵ କପ୍ରେ ନିଜର ପଞ୍ଚମ ଗୋଲ୍ କରିବା ସହିତ ବିଶ୍ଵ କପ୍ରେ ଗୋଲ୍ କରିବା ମାମଲାରେ ଗ୍ରେବିୟଲ ବତିସ୍ତୁତାଙ୍କୁ ପଛରେ ପକାଇଛନ୍ତି। ଗେବ୍ରିୟଲ ବତିସ୍ତୁତା ବିଶ୍ଵ କପ୍ରେ ୧୧ ଗୋଲ୍ କରିଛନ୍ତି, ଯାହାକୁ ମେସି ଅତିକ୍ରମ କରିଛନ୍ତି।