ମେସି ଧୋନୀଙ୍କ ଝିଅ ଜିଭାଙ୍କ ପାଇଁ ପଠାଇଲେ ଖାସ୍ ଉପହାର, ଜାଣନ୍ତୁ ଚାମ୍ପିଅନ ଖେଳାଳି ଦେଲେ କଣ ?
28/12/2022 at 11:42 AM

ନୂଆଦିଲ୍ଲୀ: ଫିଫା ବିଶ୍ଵ କପ୍ ୨୦୨୨ରେ ଇତିହାସ ରଚିଛି ଆର୍ଜେଣ୍ଟିନା। ଲିଓନେଲ୍ ମେସିଙ୍କ ନେତୃତ୍ଵରେ ଦୀର୍ଘ ସମୟ ପରେ ଟ୍ରଫି ଜିତିବାରେ ସଫଳ ହୋଇଛି ଦଳ। ମେସି ଚାମ୍ପିଅନ ହେବାର ପ୍ରାୟ ସପ୍ତାହ ପରେ ଭାରତର ପୂର୍ବତନ ମହାନ ଅଧିନାୟକ ଏମଏସ ଧୋନୀଙ୍କ ଝିଅ ଜିଭାଙ୍କ ପାଇଁ ଏକ ଖାସ୍ ଉପହାର ପଠାଇଛନ୍ତି। ଏହା ଏମିତି ଏକ ଉପହାର ଯାହାକୁ ପାଇବା ପାଇଁ ପୂରା ଦୁନିଆ ପାଗଳ ରହିଥାଏ।
କିଛି ଦିନ ପୂର୍ବେ ପୂର୍ବତନ କ୍ରିକେଟର ପ୍ରଜ୍ଞାନ ଓଝା ଖୁଲାସା କରିଥିଲେ ଯେ, ମେସି ବିସିସିଆଇର ସଂପାଦକ ଜୟ ଶାହଙ୍କ ପାଇଁ ଏକ ଦସ୍ତଖତ ଥିବା ଜର୍ସି ପଠାଇଥିଲେ। ଏବେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ମେସି ଆଉ ଏକ ଜର୍ସି ଧୋନୀଙ୍କ ଝିଅ ଜିଭାଙ୍କ ପାଇଁ ପଠାଇଛନ୍ତି। ଜିଭା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ମେସିଙ୍କ ଦ୍ଵାରା ପଠାଯାଇଥିବା ଜର୍ସି ପିନ୍ଧିଥିବା ତାଙ୍କୁ ଦେଖିବାକୁ ମିଳିଛି। ଉଲ୍ଲେଖନୀୟ ମେସିଙ୍କ କୋଟି କୋଟି ପ୍ରଶଂସକ ଭାରତରେ ଅଛନ୍ତି।

ଏମଏସ ଧୋନୀ ମଧ୍ୟ ଫୁଟବଲ୍ର ଜଣେ ବହୁତ ବଡ ପ୍ରଶଂସକ। ସେ କିଛି ବର୍ଷ ପୂର୍ବେ ମେସିଙ୍କୁ ନେଇ ଏକ ଟ୍ଵିଟ୍ କରିଥିଲେ। ତେବେ ଧୋନୀ ସାମାଜିକ ଗଣମାଧ୍ୟମରେ ସେତେଟା ସକ୍ରିୟ ରୁହନ୍ତି ନାହିଁ। ଜର୍ସିକୁ ନେଇ ତାଙ୍କର ପ୍ରତିକ୍ରିୟା ଆସିନାହିଁ। ଲିଓନେଲ୍ ମେସି ନିଜର କ୍ୟାରିୟରରେ ବିଶ୍ଵ କପ୍ ଟ୍ରଫି ଜିତି ପାରିନଥିଲେ। ଫିଫା ବିଶ୍ଵ କପ୍ ୨୦୨୨ ଫାଇନାଲ୍ରେ ଫ୍ରାନ୍ସକୁ ପେନାଲ୍ଟି ସୁଟ୍ଆଉଟ୍ରେ ପରାସ୍ତ କରି ମେସିଙ୍କ ବିଶ୍ଵ କପ୍ ଜିତିବା ସ୍ଵପ୍ନ ପୂରଣ ହୋଇଛି। ମେସି ଏହି ମୁକାବିଲାରେ ଦୁଇଟି ଗୋଲ୍ ଦେଇଥିଲେ।