scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଲୁକା କଳା ମାଧ୍ୟମରେ ସ୍ବଚ୍ଛତା ବାର୍ତ୍ତା, ପୁରୀ ବେଳାଭୂମିରେ ୨୦ ଫୁଟ୍‌ର ବାଲୁକା କଳା ନିର୍ମାଣ କଲେ ଶିଳ୍ପୀ ମାନସ ସାହୁ

27/09/2023 at 9:26 PM

Sand Art

ପୁରୀ: ବାଲୁକା କଳା ମାଧ୍ୟମରେ ସ୍ବଚ୍ଛତା ବାର୍ତ୍ତା। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ଵଛତାକୁ ପ୍ରାଧାନ୍ୟ ଦେଇ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ଏହା ସହ ସାରା ବିଶ୍ୱକୁ ନିଜ ବାଲୁକା କଳା ମାଧ୍ୟମରେ ସ୍ୱଛତା ବାର୍ତ୍ତା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବାକୁଥିବା ସ୍ୱଛତା ଅଭିଯାନ ଅନୁଯାୟୀ ଏହି ପ୍ରୟାସ କରିଛନ୍ତି ବାଲୁକା ଶିଳ୍ପୀ।

ବାଲୁକା ଶିଳ୍ପୀ ମାନସ ସାହୁଙ୍କ ପୁରୀ ବେଳାଭୂମିରେ ନିର୍ମାଣ କରିଥିବା ବାଲୁକା କଳା ୨୦ ଫୁଟ ଓସାର ଏବଂ ୮ ଫୁଟ ଉଚ୍ଚତା ବିଶିଷ୍ଟ। ଏହି ବାଲୁକା ମୂର୍ତ୍ତିକୁ ନାଲ୍‌କୋ ସିଏମଡି ଶ୍ରୀଧର ପାତ୍ର ଉଦଘାଟନ କରିଛନ୍ତି । ଏହି ବାଲୁକା କଳା ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ ୧୦ ଘଣ୍ଟା ସମୟ ଲାଗିଥିଲା ଏବଂ ଏଥିରେ ସେ ୨୦ ଟନ୍‌ର ବାଲି ଉପଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲୁକା ଶିଳ୍ପୀଙ୍କ ନୂଆ କୀର୍ତ୍ତି, ପେନ୍‌ସିଲ୍ ମୁନରେ ତିଆରି କଲେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ମାନଚିତ୍ର

ତେବେ ଏହି ଅବସରରେ ମାନସ କହିଛନ୍ତି ‘‘ସାରା ବିଶ୍ୱକୁ ‘ସ୍ୱଛତା ହିଁ ସେବା’ର ବାର୍ତ୍ତା ଦେଇ, ନିଜ ପରିବେଶକୁ ନିଜେ ସ୍ଵଛ ରଖିଲେ ସାରା ସମାଜ ଏବଂ ପରିବେଶ ସ୍ୱଛତା ପୂର୍ଣ୍ଣ ରହିବା ସହିତ ଏକ ସୁନ୍ଦର ସୁସ୍ଥ ପରିବେଶ ସୃଷ୍ଟି ହୋଇ ପାରିବ।’’

   Related Posts