ଛାତ୍ରୀ ବିନି ମୃତ୍ୟୁ ଘଟଣାରେ ଅଭିଯୁକ୍ତ ମେସ୍ ମାଲିକ ଗିରଫ

Published By : Prameya-News7 Bureau | February 09, 2020 IST

ଭଦ୍ରକ  ୦୯ ।୦୨ -  ନ୍ୟୁଜ୍‌ 7ର ପ୍ରଭାବ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଟଳ ବିହାରୀ ମହାବିଦ୍ୟାଳୟର ଛାତ୍ରୀ ବିନି ମୃତ୍ୟୁ ଘଟଣାରେ ଅଭିଯୁକ୍ତ ମେସ୍ ମାଲିକ ଗିରଫ ।କଲେଜ ଛାତ୍ରୀ ବିନି ରହୁଥିବା ପ୍ରିନ୍ସ କଟେଜ ମେସ୍‌ର ମାଲିକ ପ୍ରତାପ ଡାଙ୍ଗୁଆଙ୍କୁ ଗିରଫ କରିଛି ବାସୁଦେବପୁର ପୋଲିସ। ବିନି ମୃତ୍ୟୁ ପରେ ମେସ୍‌ ମାଲିକଙ୍କ ଏକ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ପ୍ରିନ୍ସ କଟେଜ୍‌ ମେସ ମାଲିକ ପ୍ରତାପ ଡାଙ୍ଗୁଆ ବିନିକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଥିଲା। ଏନେଇ ନ୍ୟୁଜ 7ରେ ବାରମ୍ବାର ଖବର ପ୍ରସାରଣ ପରେ ଶେଷରେ ଆକ୍ସନକୁ ଆସିଛି ପୋଲିସ ।…

{"id":222422,"sizeSlug":"large"}

କଲେଜ ଛାତ୍ରୀ ବିନି ମୃତ୍ୟୁ ମାମଲାରେ ନ୍ୟୁଜ୍‌ 7ରେ ଲଗାତର ଖବର  ପ୍ରସାରଣ ପରେ ଆକ୍ସନ ମୋଡ୍‌କୁ ଆସିଲା ପୋଲିସ ।ଗିରଫ ହେଲେ ମେସ୍‌ ମାଲିକ ପ୍ରତାପ ଡାଙ୍ଗୁଆ ।ନ୍ୟୁଜ୍‌ 7ରେ ବାରମ୍ବାର ଖବର  ପ୍ରସାରଣ ପରେ ଭଦ୍ରକ ବାସୁଦେବପୁର ପୋଲିସ ବିଳମ୍ବିତ ରାତିରେ ପ୍ରିନ୍ସ କଟେଜ୍‌ ମେସ୍‌ ମାଲିକ ପ୍ରତାପ ଡାଙ୍ଗୁଆଙ୍କୁ ଅଟକ ରଖି ପଚରା ଉଚରା କରିଥିଲା ।ପରେ ତାଙ୍କୁ ଗିରଫ କରାଯାଇଛି ।କଲେଜ ଛାତ୍ରୀ ବିନିଙ୍କ ମୃତଦେହ ଭଦ୍ରକ ଷ୍ଟେସନରେ ପ୍ଲାଟ୍‌ଫର୍ମ କଡ଼ରୁ ଉଦ୍ଧାର କରାଯିବା ପରେ ଏହାର ତଦନ୍ତକୁ ନେଇ ପୋଲିସ ଏବଂ ଜିଆର୍‌ପି ମଧ୍ୟରେ ଟଣାଓଟରା ହୋଇଥିଲା ।

{"id":222423,"sizeSlug":"large"}

ତେବେ ଏନେଇ ନ୍ୟୁଜ୍‌ 7ରେ ବାରମ୍ବାର ଖବର ପ୍ରସାରଣ ପରେ ପରେ ପୂର୍ବାଞ୍ଚଳ ଆଇଜି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।ପୂର୍ବାଞ୍ଚଳ ଆଇଜି ଭଦ୍ରକ ଆସି ଜିଆରପି, ଏସପି, ଏସଡିପିଓ ଓ ବାସୁଦେବପୁର ଥାନା ଅଧିକାରିଣୀ ଙ୍କୁ ନେଇ ସମୀକ୍ଷା କରିଥିଲେ। ପରେ ଭଦ୍ରକ ଏସଡିପିଓ ଓ ବାସୁଦେବପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲେ। ପ୍ରଥମେ ବିନିଙ୍କ ଘରକୁ ଯାଇ ସମ୍ପର୍କୀୟଙ୍କୁ ଭେଟି ବୟାନ ରେକର୍ଡ କରାଯାଇଥିଲା।

{"id":222424,"sizeSlug":"large"}

ବିନିଙ୍କ ମା' ଓ ବାପାଙ୍କ ସହ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା ।ପରେ ମେସ୍‌କୁ ଯାଇ ତଦନ୍ତ କରିଥିଲା। ବିଳମ୍ବିତ ରାତିରେ ପ୍ରିନ୍ସ କଟେଜ ମାଲିକ ପ୍ରତାପ ଡାଙ୍ଗୁଆଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା ପୋଲିସ। ପରେ ଗିରଫ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା।….

{"id":222427,"sizeSlug":"large"}

ମେସ୍‌ ମାଲିକ ପ୍ରତାପ ଡାଙ୍ଗୁଆଙ୍କୁ ଅଧିକ ପଚରାଉଚରା କରିବା ପରେ ବିନି ମୃତ୍ୟୁର କାରଣ ଜଣାପଡିବ। ବାସୁଦେବପୁର ଥାନାରେ ମାମଲା ରୁଜୁ କରାଯାଇଛି ।ମହିଳାଙ୍କୁ ଅଶାଳୀନ ବ୍ୟବହାର ପାଇଁ ୩୫୪ ଧାରା ଏବଂ ମୃତ୍ୟୁ ପାଇଁ ଷଡଯନ୍ତ୍ର ପାଇଁ ୧୨୦-ବି ଧାରା ଲାଗିଥିବା ବେଳେ ଭାଇରାଲ ଭିଡିଓ ପାଇଁ ଆଇଟି ଆକ୍ଟର 67E ଦଫା ଲାଗିଛି। କିନ୍ତୁ ବିନିକୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇବା ଭଳି ମାମଲା ମେସ୍‌ ମାଲିକଙ୍କ ବିରୋଧରେ କାହିଁକି ରୁଜୁ କରାଯାଇନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।…

{"id":222429,"sizeSlug":"large"}

ବିନିକୁ ନ୍ୟାୟ ଦେବା ପାଇଁ ଲଢେଇ କରିଥିଲା ନ୍ୟୁଜ 7। ବିନି ଟ୍ରେନ ସାମ୍ନା କୁ ଡେଇଁ ଆତ୍ମହତ୍ୟା ପରେ ନ୍ୟୁଜ 7 ହାତରେ ଲାଗିଥିଲା ଏକ ଭିଡିଓ। ଯେଉଁଥିରେ ପ୍ରିନ୍ସ କଟେଜ୍‌ ମେସ ମାଲିକ ପ୍ରତାପ ଡାଙ୍ଗୁଆ ବିନିଙ୍କ ପ୍ରତି ଆପତ୍ତିଜନକ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ଏନେଇ ମେସ୍‌ ମାଲିକ ପ୍ରତାପ ଡାଙ୍ଗୁଆଙ୍କୁ ପଚରାଯିବାରୁ ସେ ବିନିଙ୍କ ପ୍ରତି ଝିଅ ଭାବେ ବ୍ୟବହାର କରିଥିବା କହିଥିଲେ ।

{"id":222430,"sizeSlug":"large"}

ଏହି କ୍ଲିପ୍‌କୁ ପ୍ରମାଣସ୍ଵରୂପ ନ୍ୟୁଜ 7ରେ ଖବର ପ୍ରସାରଣ କରିଥିଲା। ବିନି ମୃତ୍ୟୁ ପଛରେ ଥିବା ରହସ୍ୟ ଉନ୍ମୋଚନ ପାଇଁ ପ୍ରୟାସ ଆରମ୍ଭ କରିଥିଲା। ହେଲେ ପୋଲିସ କିଛି ଶୁଣିନଥିଲା। ବିନିର ବାପା, ମା ଓ ସମ୍ପର୍କୀୟଙ୍କ ଏତଲାକୁ ଅନାଇ ବସିଥିଲା। ନ୍ୟୁଜ 7ରେ ଖବର ପ୍ରସାରଣ ପରେ ମାନବଧିକାର କର୍ମୀ ଓ ମହିଳା ସଂଗଠନ ସବୁ ଭଦ୍ରକ ଏସ୍‌ପିଙ୍କୁ ଘେରିଥିଲେ। …

{"id":222431,"sizeSlug":"large"}

ଏବେ ଅଭିଯୁକ୍ତ ଗିରଫ ହୋଇଛନ୍ତି ।ବିନି ତ ଚାଲିଯାଇଛି କିନ୍ତୁ ତାଙ୍କର ପରିବାର ଲୋକେ ନ୍ୟାୟ ପାଇଁ ଅପେକ୍ଷା କରି ରହିଛନ୍ତି ।କିନ୍ତୁ ଏହି ଘଟଣା ରାଜ୍ୟରେ ଛତୁଫୁଟିଲା ଭଳି ଖୋଲୁଥିବା ମେସ୍‌ ଏବଂ ଗାର୍ଲସ୍ ହଷ୍ଟେଲରେ ଝିଅମାନଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।ଝିଅ ମାନେ ରହୁଥିବା ଘରୋଇ ହଷ୍ଟେଲ୍ ଗୁଡ଼ିକ ପାଇଁ କାହିଁକି ସରକାରଙ୍କର କୌଣସି ଗାଇଡ୍‌ ଲାଇନ୍‌ ନାହିଁ ତାହା ବଡ଼ ଏବେବି ବଡ଼ ପ୍ରଶ୍ନ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.