ଧରାବତରଣ କଲେ ପ୍ରଭୁ ଯୀଶୁ, ପ୍ରଭୁଙ୍କ ଦିବ୍ୟଦର୍ଶନ ସହ ଚାଲିଛି ପ୍ରାର୍ଥନା
25/12/2022 at 8:08 AM

ଭୁବନେଶ୍ୱର/ରାଉରକେଲା ୨୫।୧୨ : ଧରାବତରଣ କରିଛନ୍ତି ପ୍ରଭୂ ଯୀଶୁ । ସବୁଠି ବଡଦିନର ଉତ୍ସବ । ଚର୍ଚ୍ଚରେ ଖ୍ରୀଷ୍ଟିଆନ ଭାଇ ଓଭଉଣୀମାନେ ପ୍ରଭୂ ଯୀଶୁଙ୍କ ଦିବ୍ୟ ଦର୍ଶନ କରୁଛନ୍ତି । ଗୀର୍ଜାଘରେ ଚାଲିଛି ପ୍ରାର୍ଥନା । ଯୀଶୁଙ୍କ ଜନ୍ମ ଉତ୍ସବ ପାଇଁ କ୍ୟାଥୋଲିକ୍ ଚର୍ଚ୍ଚରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ପ୍ରଭୂ ଯୀଶୁ ଜନ୍ମ ନେଇଥିବା ସାଥାନ ମେଣ୍ଢାଶାଳ ସଜା ଯାଇଛି । ଶନିବାର ରାତିରେ ଚର୍ଚ୍ଚରେ କ୍ୟାରୋଲ ସଙ୍ଗୀତ ଗାନ, ସମୁହ ପ୍ରାର୍ଥନା ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହାରି ଭିତରେ ମଧ୍ୟରାତ୍ରରେ ଜନ୍ମ ନେଇଥିଲେ ପ୍ରଭୂ ଯୀଶୁ ।

୨ ବର୍ଷ କରୋନା କଟକଣା ପାଇଁ ସେଲିବ୍ରେସନ୍ ବନ୍ଦ ଥିବା ବେଳେ, ଏବର୍ଷ କିନ୍ତୁ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି ଚର୍ଚ୍ଚ। ସମସ୍ତେ ଶାନ୍ତି ଶୃଙ୍ଖଳାର ସହିତ ବସି ଇଶ୍ଵରଙ୍କ ଆରାଧନା କରିବା ପାଇଁ ବ୍ୟବସ୍ଥା ହୋଇଛି।

ସେହିପରି ରାଉରକେଲା ହମିରପୁର ଚର୍ଚ୍ଚରେ ଗତ କାଲି ମଧ୍ୟରାତ୍ରିରେ ପାଳନ ହୋଇଯାଇଛି ଖ୍ରୀଷ୍ଠମାସ । ଶୀତୁଆ ରାତିରେ ଉଜାଗର ରହି ପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିଥତ୍ଲେ ଶ୍ରଦ୍ଦାଳୁ । ଆଉ ପ୍ରଭୁଙ୍କ ଆଗମନ ହେବା ପରେ ନିଜକୁ ଧନ୍ୟ ମନେ କରିଥିଲେ ।