ଅର୍ଦ୍ଧ ସାମରିକ ବଳର ବିଲୟ ଯୋଜନା ଚୂଡାନ୍ତ, ଚଳିତବର୍ଷରୁ ହାତକୁ ନିଆଯାଇପାରେ କାର୍ଯ୍ୟକ୍ରମ

Published By : Prameya-News7 Bureau | February 27, 2020 IST

ନୂଆଦିଲ୍ଲୀ ୨୭।୨:  କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳରେ ପରସ୍ପର ବିଲୟ ଯୋଜନା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ହୁଏତ ଚଳିତବର୍ଷରୁ ଯୋଜନା କାର୍ଯ୍ୟକାରୀ ହୋଇପାରେ ବୋଲି ଆକଳନ କରାଗଲାଣି। ଯୋଜନା ଅନୁସାରେ ବିଭିନ୍ନ ଅର୍ଦ୍ଧ ସୈନିକ ବଳରେ କାର୍ଯ୍ୟରତ ୪୦ ବର୍ଷ ବୟସରୁ ଅଧିକ ବୟସ୍କ ଜବାନଙ୍କୁ ସେମାନଙ୍କ ମୂଳ ଫୋର୍ସରୁ ଅନ୍ୟ କୌଣସି ଶାଖାକୁ ବଦଳି କରାଯାଇପାରେ। ତେବେ ଏଥିରେ ସିଆରପିଏଫ ସବୁଠୁ ଅଧିକ ପ୍ରଭାବିତ ହେବ ବୋଲି ଏବେ ଆଶଙ୍କା କରାଯାଉଛି।

{"id":229917,"sizeSlug":"large"}

ସିଆରପିଏଫରେ ୪୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟସ୍କ ଜବାନଙ୍କୁ ନନ୍ କମ୍ବାଟ୍ ୱିଙ୍ଗରେ ନୂଆ ଦାୟିତ୍ୱ ମିଳିବ। ଚଳିତବର୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବା ବେଳେ ପରୀକ୍ଷାମୂଳକ ଭାବେ ୨ ହଜାର ଜବାନଙ୍କୁ ଅନ୍ୟ ଫୋର୍ସକୁ ପଠାଯିବ। ଦେଶରେ ଅର୍ଦ୍ଧସାମରିକ ବଳର ସଂଖ୍ୟା ପ୍ରାୟ ୧୦ଲକ୍ଷରୁ ଅଧିକ। ଏଥିରେ କେବଳ ସିଆରପିଏଫରେ ୩.୨୫ଲକ୍ଷ କର୍ମଚାରୀ କାର୍ଯ୍ୟକରୁଛନ୍ତି। ତେବେ ବିଲୟରେ ୟଙ୍ଗ ଫୋର୍ସକୁ କମ୍ବାଟ ଅପରେସନରେ ଉପଯୋଗ ଲାଗି ଏପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଜଣାପଡିଛି।

{"id":229918,"sizeSlug":"large"}

ଗତବର୍ଷ ସିଆରପିଏଫରେ ୨୪ ହଜାର ଜବାନ ସ୍ୱାସ୍ଥ୍ୟ ମାପଦଣ୍ଡରେ ଅଯୋଗ୍ୟ ହୋଇଥିଲେ। ଏପରି ଅଧିକାଂଶ ଜବାନଙ୍କ ବୟସ ୪୫ ବର୍ଷରୁ ଅଧିକ ଥିଲା। ସିଆରପିଏଫର ଜନୈକ ଆଇଜି ୮୦୦ ଜବାନଙ୍କୁ ଅନ୍ୟ ୟୁନିଟ୍ ଅଥବା ମୁଖ୍ୟାଳୟମାନଙ୍କରେ ମୁତୟନ ଲାଗି ସୁପାରିଶ କରିଥିଲେ। ଏହା ପରେ ଅନୁଷ୍ଠିତ ହୋଇଥିବା ଗୃହମନ୍ତ୍ରୀଙ୍କ ବୈଠକରେ ୪୦ ବର୍ଷରୁ ଅଧିକ ଆୟୁ ବର୍ଗର ଜବାନଙ୍କୁ ନନ୍ କମ୍ବାଟ୍ ଗ୍ରୁପରେ ନିଯୁକ୍ତି ଲାଗି ନିଷ୍ପତ୍ତି ହୋଇଛି। ଏଣୁ ସିଆରପିଏଫ, ସିଆଇଏସଏଫ ଓ ଏସଏସବି ବିଲୟ ଲାଗି ନିଷ୍ପତ୍ତି ହୋଇଛି। ଗତବର୍ଷ ସିଆଇଏସଏଫ ମଧ୍ୟ ଏ ନେଇ ନିଷ୍ପତ୍ତି ନେଇଥିଲେ। ଏଥିରେ ସିଧା ନିଯୁକ୍ତିରେ ମାତ୍ର ୨୦ ପ୍ରତିଶତ ଓ ପୁନର୍ନିଯୁକ୍ତି ଯୋଜନାରେ ବାକି ପଦବୀ ପୂରଣ ଲାଗି କୁହାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.