୨୬ତାରିଖରୁ ଗୋଚରରେ ସିଂହରାଶିକୁ ବୁଧଙ୍କ ଚଳନ, ଆପଣଙ୍କ ରାଶି ଉପରେ କ’ଣ ପ୍ରଭାବ ପଡିବ ଜାଣନ୍ତୁ …

Published By : Prameya-News7 Bureau | August 20, 2019 IST

ନୂଆଦିଲ୍ଲୀ ୨୦/୮: ଆସନ୍ତା ଅଗଷ୍ଟ ୨୬ ତାରିଖରେ ବୁଧ ଗୋଚରରେ ସିଂହରାଶିକୁ ଚଳନ କରିବେ ।  ବୁଧଙ୍କ ମିତ୍ର ରାଶି ସିଂହରେ ପ୍ରବେଶ କରିବେ। ସିଂହ ରାଶିର ଅଧିପତି ରବି ଓ ବୁଧଙ୍କ ମଧ୍ୟରେ ନୈସର୍ଗିକ ମିତ୍ରତା ରହିଛି। ବୁଧଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ରାଜକୁମାର ବୋଲି କୁହାଯାଏ ।

 ବର୍ତ୍ତମାନ ରବି ସିଂହ ରାଶିରେ ଅବସ୍ଥାନ କରିଛନ୍ତି। ବୁଧଙ୍କ ସିଂହ ରାଶିକୁ ଚଳନ ଯୋଗୁଁ ଏଠାରେ  ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେବ।  ବୁଧଙ୍କ ଏହି ଗୋଚର ଚଳନ ଫଳରେ ୧୨ଟି ରାଶି ଉପରେ ଏହାର କଣ ପ୍ରଭାବ ପଡିବ ଜାଣନ୍ଚୁ-

୧.ମେଷ : ମେଷ ରାଶି ଥିବା ବ୍ୟକ୍ତି ବୁଧଙ୍କ ଗୋଚର ଫଳ ଅନୁସାରେ ମାନସିକ ଅବସାଦ କାରଣରୁ କଷ୍ଟ ଭୋଗିବେ। କାର୍ଯ୍ୟରେ ବିଫଳତା ପ୍ରାପ୍ତି ହେବ। ଜୀବନସାଥୀ ଏବଂ ସନ୍ତାନଙ୍କ ମଧ୍ୟରେ ବିବାଦ ଉପୁଜିବ। ଆର୍ଥିକ ହାନି ହେବ। ପ୍ରେମ ସମ୍ପର୍କ ଭାଙ୍ଗିଯିବ।

୨. ବୃଷ : ବୃଷ ରାଶି ଥିବା ବ୍ୟକ୍ତିଙ୍କୁ ବୁଧଙ୍କ ଗୋଚର ଫଳ ଅନୁସାରେ ଧନ ଲାଭ ହେବ। ଯାନବାହନ ସୁଖ ପ୍ରାପ୍ତ ହେବ। ସମ୍ପତ୍ତି ଲାଭ ହେବ। ପାରିବାରିକ ସୁଖ ମିଳିବ। ଲୋକଙ୍କଠାରୁ ସହଯୋଗ ମିଳିବ।

୩. ମିଥୁନ : ମିଥୁନ ରାଶି ଥିବା ଜାତକଙ୍କୁ ବୁଧର ଗୋଚର ଅନୁସାରେ ସାହସ-ପରାକ୍ରମରେ ଅଭାବ ଅନୁଭୂତ ହେବ। ଧନ ହାନି ହେବ। ବନ୍ଧୁ-ବାନ୍ଧବ ସହ ବିବାଦ ହେବ। ବିଦ୍ୟାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

୪. କର୍କଟ : କର୍କଟ ରାଶି ଥିବା ବ୍ୟକ୍ତିଙ୍କୁ ବୁଧଙ୍କ ଗୋଚର ଫଳ ଅନୁସାରେ ଧନ ଲାଭ ହେବ। ବାଣୀ ଆଧାରିତ କାର୍ଯ୍ୟରେ ବିଶେଷ ଲାଭ ମିଳିବ। ବିଦ୍ୟାର୍ଥୀଙ୍କୁ ବିଦ୍ୟାଧ୍ୟୟନରେ ସଫଳତା ମିଳିବ। ସମ୍ପର୍କୀୟଙ୍କଠୁ ଲାଭ ମିଳିବ।

୫. ସିଂହ : ସିଂହ ରାଶି ଥିବା ବ୍ୟକ୍ତିଙ୍କୁ ବୁଧଙ୍କ ଗୋଚର ଫଳ ଅନୁସାରେ ଧନହାନିର ଯୋଗ ରହିଛି। କଟୁ ଶବ୍ଦ କାରଣରୁ ବିବାଦ ହେବ। ସମ୍ପର୍କୀୟଙ୍କୁ କ୍ଷତି ପହଞ୍ଚିବ। ବନ୍ଧନର ଭୟ ରହିବ।

୬. କନ୍ୟା : କନ୍ୟା ରାଶି ଥିବା ବ୍ୟକ୍ତିଙ୍କ ବୁଧଙ୍କ ଗୋଚର ଅନୁସାରେ ମନ ଚିନ୍ତିତ ରହିବ। ଧନ ହାନି ହେବ। ଶତ୍ରୁଙ୍କ ପାଇଁ କ୍ଷତି ହେବ। ବିବାଦ ପାଇଁ ମନ ଅଶାନ୍ତ ରହିବ। ବିଦ୍ୟାର୍ଥୀଙ୍କୁ ବିଦ୍ୟାଧ୍ୟୟନରେ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିବ।

୭. ତୁଳା : ତୁଳା ରାଶି ଥିବା ବ୍ୟକ୍ତିଙ୍କୁ ବୁଧଙ୍କ ଗୋଚର ଫଳ ଅନୁସାରେ ଶୁଭ କାର୍ଯ୍ୟରେ ରୁଚି ବଢ଼ିବ। ଧନ ଲାଭ ହେବ। ଉତ୍ତମ ସ୍ବାସ୍ଥ୍ୟ ରହିବ। ଛାତ୍ରଛାତ୍ରୀଙ୍କୁ ବିଶେଷ ଲାଭ ମିଳିବ।

୮. ବିଛା : ବିଛା ରାଶି ଥିବା ବ୍ୟକ୍ତିଙ୍କୁ ବୁଧଙ୍କ ଗୋଚର ଫଳ ଅନୁସାରେ ନୂଆ ପଦବୀ ପ୍ରାପ୍ତି ହେବ। ଶତ୍ରୃଙ୍କ ବିପକ୍ଷରେ ବିଜୟ ହାସଲ କରିବେ। ମାନସିକ ଶାନ୍ତି ଏବଂ ସୁଖ ପ୍ରାପ୍ତ ହେବ। କାର୍ଯ୍ୟରେ ସଫଳତା ମିଳିବ।

୯. ଧନୁ ରାଶି ଥିବା ବ୍ୟକ୍ତିଙ୍କୁ ବୁଧଙ୍କ ଗୋଚର ଫଳ ଅନୁସାରେ କାର୍ଯ୍ୟରେ ବିଭିନ୍ନ ପ୍ରକାର ବାଧା ଉପୁଜିବ। ଯାତ୍ରାରେ କଷ୍ଟ ହେବ। ଯାତ୍ରା ସଫଳ ହେବ ନାହିଁ। ସମ୍ପର୍କୀୟ ମଧ୍ୟରେ ବିବାଦ ଉପୁଜିବ। ଧାର୍ମିକ କାର୍ଯ୍ୟ ପ୍ରତି ଅନାଗ୍ରହ ସୃଷ୍ଟି ହେବ।

୧୦. ମକର : ମକର ରାଶି ଥିବା ବ୍ୟକ୍ତିଙ୍କୁ ବୁଧଙ୍କ ଗୋଚର ଅନୁସାରେ ଧନ ଲାଭ ହେବ। ଶତ୍ରୃ ପରାସ୍ତ ହେବେ। ମନ ପ୍ରସନ୍ନ ରହିବ। କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ସୁଖ ମିଳିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ପ୍ରତିଯୋଗୀଙ୍କୁ ପରୀକ୍ଷାରେ ସଫଳତା ମିଳିବ।

୧୧. କୁମ୍ଭ  : କୁମ୍ଭ ରାଶି ଥିବା ବ୍ୟକ୍ତିଙ୍କୁ ବୁଧଙ୍କ ଗୋଚରରେ ଜୀବନସାଥୀ ସହ ବିବାଦ ହେବ। ବନ୍ଧୁଙ୍କ ମଧ୍ୟରେ କଳି ହେବ। ବ୍ୟବସାୟରେ ହାନି ଏବଂ ଧନ ନାଶ ହେବ। ଯାତ୍ରା କଷ୍ଟଦାୟକ ହେବ। ମାନସିକ ଚିନ୍ତା ବଢ଼ିବ।

୧୨. ମୀନ : ମୀନ ରାଶି ଥବା ବ୍ୟକ୍ତିଙ୍କୁ ବୁଧଙ୍କ ଗୋଚରରେ ଧର୍ମଶାସ୍ତ୍ରରେ ରୁଚି ବଢ଼ିବ। ଆର୍ଥିକ ଲାଭ ହେବ। ମାନସିକ ସୁଖ ମିଳିବ। ଶତ୍ରୃଙ୍କ ଉପରେ ବିଜୟ ହାସଲ ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।

ସିଂହରାଶିରେ ବୁଧଙ୍କ ଗୋଚର ଫଳ ଖରାପ ଥିଲେ ପ୍ରତିକାର କରାଯାଇପାରିବ । ପ୍ରତିକାର ପାଇଁ ବୁଧବାର ଦିନ ଦାନ ଧର୍ମ କରନ୍ତୁ।

ଦାନ ସାମଗ୍ରୀ : ସବୁଜ ବସ୍ତ୍ର,ମୁଗ,ସବୁଜ ଫଳ,କଂସା,ହାତୀଦାନ୍ତ,ଘିଅ ଏବଂ ମାଣିକ।

୧. ବୁଧବାର ଦିନ କିନ୍ନରମାନଙ୍କୁ ସବୁଜ ଚୁଡ଼ି ପ୍ରଦାନ କରନ୍ତୁ।

୨. ବୁଧବାର ଶୁଆକୁ ପଞ୍ଜୁରୀରୁ ମୁକ୍ତ କରନ୍ତୁ।

୩. ଯେକୌଣସି ଛାତ୍ର କିମ୍ବା ଛାତ୍ରୀଙ୍କୁ ଧର୍ମ ପୁସ୍ତକ ପ୍ରଦାନ କରନ୍ତୁ।

୪.୨୫୦ ଗ୍ରାମ୍ ମୁଗ ଜଳରେ ପ୍ରବାହିତ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.