ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

୨୭ ଦିନ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିଙ୍କ ଉପରେ ବର୍ଷିବ ବୁଧ ଦେବଙ୍କ କୃପା, ଜାଣନ୍ତୁ ଏଥିରେ ରହିଛି କି ଆପଣଙ୍କ ରାଶି

28/08/2021 at 9:06 AM

ନୂଆଦିଲ୍ଲୀ ୨୮/୦୮ : ୨୭ ଦିନ ପର୍ଯ୍ୟନ୍ତ ବୁଦ୍ଧି, ତର୍କ, ସମ୍ବାଦ, ଗଣିତ, ଚତୁରତା ଏବଂ ମିତ୍ରର କାରକ ଗ୍ରହ ବୁଧ କନ୍ୟା ରାଶିରେ ରହିବେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧ ଦେବ ଶୁଭ ହେବା ଦ୍ୱାରା ବ୍ୟକ୍ତିର ଜୀବନ ସୁଖରେ ପରିପୂର୍ଣ୍ଣ ହୋଇଥାଏ । ସୂର୍ଯ୍ୟ ଏବଂ ଶୁକ୍ର ବୁଧଙ୍କ ମିତ୍ର ଗ୍ରହ ହୋଇଥିବାବେଳେ ଚନ୍ଦ୍ର ଏବଂ ମଙ୍ଗଳ ଶତ୍ରୁ ଗ୍ରହ । ବୁଧ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ କନ୍ୟା ରାଶିରେ ରହି କିଛି ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳାଫଳ ଦେବେ । ଆସନ୍ତୁ ଜାଣିବା କେଉଁ ରାଶି ବ୍ୟକ୍ତିଙ୍କ ଆସନ୍ତା ୨୭ ଦିନ ପାଇଁ ଶୁଭ ହେବ ।

ସିଂହ ରାଶି :

ଚାକିରି ଏବଂ ବ୍ୟବସାୟରେ ଅଗ୍ରଗତି ହେବ । ଆର୍ଥିକ ପକ୍ଷ ମଜବୁତ ହେବ । ଧନ ଲାଭର ସମ୍ଭାବନା ରହିବ । କାରବାର କରିବାକୁ ସମୟ ଭଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ ।

କନ୍ୟା ରାଶି :

ଏହି ସମୟ ଆପଣଙ୍କ ପାଇଁ କୌଣସି ବରଦାନ ଠାରୁ କମ୍ ହେବ ନାହିଁ । ସବୁ ଦିଗରୁ ଲାଭ ମିଳିବ । ଆର୍ଥିକ ପକ୍ଷ ମଜବୁତ ହେବ । ଚାକିରି ଏବଂ ବ୍ୟବସାୟ ପାଇଁ ସମୟ ଶୁଭ ହେବ । ଜୀବନସାଥୀ ସହିତ ସମୟ ବିତାଇବେ । ପାରିବାରିକ ଜୀବନ ସୁଖମୟ ହେବ ।

ତୁଳା ରାଶି :

କାରବାର ପାଇଁ ସମୟ ଭଲ ରହିବ। ଧନ ଲାଭ ହେବ । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ଭାଇ-ଭଉଣୀଙ୍କ ସମର୍ଥନ ପାଇବେ ।

ବିଛା ରାଶି :

ଆର୍ଥିକ ଲାଭ ହେବ । ଚାକିରି ଏବଂ ବ୍ୟବସାୟ ପାଇଁ ଏହି ସମୟ କୌଣସି ବରଦାନ ଠାରୁ କମ୍ ନୁହେଁ । ଜୀବନ ସାଥୀ ସହିତ ସମୟ ବିତାଇବାକୁ ସୁଯୋଗ ପାଇବେ । ମାନ-ସମ୍ମାନ ଏବଂ ପଦ-ପ୍ରତିଷ୍ଠା ବୃଦ୍ଧି ହେବାର ସମ୍ଭାବନା ରହିବ ।

   Related Posts