ଏହି ୫ ରାଶି ବ୍ୟକ୍ତିଙ୍କର ଆରମ୍ଭ ହେବ ଶୁଭ ଦିନ, ବୁଧଙ୍କ କୃପାରୁ ବଦଳିଯିବ ଭାଗ୍ୟ

Published By : Prameya-News7 Bureau | December 13, 2021 IST

ନୂଆଦିଲ୍ଲୀ ୧୩/୧୨ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ-ନକ୍ଷତ୍ର ସେମାନଙ୍କର ସ୍ଥିତି ବଦଳାଇଥାନ୍ତି। ଏହାର ପ୍ରଭାବ ଦେଶ-ଦୁନିଆରୁ ନେଇ ସମସ୍ତ ୧୨ ଟି ରାଶିର ଲୋକଙ୍କ ଉପରେ ପଡିଥାଏ। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ କେତେକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯାହାର ଶୁଭ-ଅଶୁଭ ପ୍ରଭାବ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ। ଡିସେମ୍ବର ୧୧ରେ ବୁଧ ଗ୍ରହ ନିଜର ରାଶି ପରିବର୍ତ୍ତନ କରି ଧନୁ ରାଶିରେ ପ୍ରବେଶ କରିଛନ୍ତି। ଆଗାମୀ ଡିସେମ୍ବର ୨୯ ପର୍ଯ୍ୟନ୍ତ ବୁଧ ଏହି ରାଶିରେ ରହିବେ। ଯାହାଫଳରେ ଏହି ମାସ ଶେଷ ପର୍ଯ୍ୟନ୍ତ ୫ ଟି ରାଶିର ବ୍ୟକ୍ତିଙ୍କ ଉପରେ ବୁଧଙ୍କ ଆଶୀର୍ବାଦ ରହିବ। ଚାଲନ୍ତୁ ଜାଣିବା ଏହି ରାଶିଗୁଡିକ ବିଷୟରେ।

ମିଥୁନ : ମିଥୁନ ରାଶିର ବ୍ୟକ୍ତି ନିଜ କ୍ୟାରିୟରରେ ଅତୁଳନୀୟ ଲାଭ ପାଇବାକୁ ଯାଉଛନ୍ତି। ଚାକିରି ହେଉ କିମ୍ବା ବ୍ୟବସାୟ, ସେମାନେ ପ୍ରତ୍ୟେକ କ୍ଷେତ୍ରରେ ବହୁତ ସଫଳତା ପାଇବେ । ଧନ ଲାଭ ହେବ। ଘରେ ଭଲ ସମୟ ବିତାଇବେ।

ସିଂହ: ସିଂହ ରାଶିର ବ୍ୟକ୍ତିଙ୍କ କ୍ୟାରିୟର ପାଇଁ ଏହି ସମୟ ବହୁତ ଭଲ ରହିବ। ଆୟ ବୃଦ୍ଧି ପାଇବ। ଅନେକ ପ୍ରକାରର ପ୍ରୋଗ୍ରାମରେ ସକ୍ରିୟ ରହିବେ।  ଆପଣ ମାସସାରା ଉତ୍ସାହ ଅନୁଭବ କରିବେ। ବୈବାହିକ ଜୀବନ ଭଲ ରହିବ।

କନ୍ୟା: ବୁଧଙ୍କ ରାଶି ପରିବର୍ତ୍ତନ କନ୍ୟା ରାଶିର ବ୍ୟକ୍ତିଙ୍କ କ୍ୟାରିୟରରେ ବହୁତ ଲାଭଦାୟକ ହେବାକୁ ଯାଉଛି। ପ୍ରମୋସନ୍- ଇଂକ୍ରିମେଣ୍ଟ ହେବ। ବ୍ୟବସାୟରେ ବଡ ଲାଭ ମିଳିବ। ବ୍ୟସ୍ତ ଲହିଲେ ମଧ୍ୟ ପରିବାର ପାଇଁ ସମୟ ବାହାର କରନ୍ତୁ। ଏହା ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିବ।

ଧନୁ : ଧନୁ ରାଶିର ଲୋକଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଏହି ସମୟକୁ ଅଧିକ ଉପଯୋଗ କରନ୍ତୁ ଏବଂ ବହୁତ ଲାଭ ପାଆନ୍ତୁ।

ମୀନ: ମୀନ ରାଶିର ବ୍ୟକ୍ତିଙ୍କ ଆୟ ବୃଦ୍ଧି ପାଇବ। କ୍ୟାରିଅରରେ ଲାଭ ହେବ। ଆପଣ ସବୁକିଛି ଏତେ ଭଲ କରିବେ ଯେ ଶତ୍ରୁମାନେ ମଧ୍ୟ ଆପଣଙ୍କୁ ପ୍ରଶଂସା କରିବାକୁ ବାଧ୍ୟ ହେବେ। ପାରିବାରିକ ଜୀବନ ମଧ୍ୟ ଭଲ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.