Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜଳୁଛି ସାରା ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୭ ସହର; ସମ୍ୱଲପୁର ସବୁଠୁ ଉତ୍ତପ୍ତ

1/06/2023 at 7:38 PM

ଭୁବନେଶ୍ୱର: ଅସହ୍ୟ ତାତିରେ କଲବଲ ସାରା ଓଡିଶା। ଜଳୁଛି ପୂରା ପଶ୍ଚିମ ଓଡ଼ିଶା। ତାତିର ପ୍ରକୋପରେ ହନ୍ତସନ୍ତ ଲୋକେ। ଖରାର ପ୍ରକୋପ ଏତେ ଅଧିକ ରହୁଛି ଯେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ୯ଟା ବେଳକୁ ମୁଣ୍ଡ ଉପରେ ଟାଇଁ ଟାଇଁ ଖରା। ସତେ ଯେମିତି ଆକାଶରୁ ନିଆଁ ବର୍ଷା। ଗୁରୁବାର ରାଜ୍ୟର ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୩.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ହୋଇଛି ସମ୍ୱଲପୁର।  

ସେହିଭଳି ଝାରସୁଗୁଡାର ତାପମାତ୍ରା ୪୨.୬ ଡ଼ିଗ୍ରୀ, ହୀରାକୁଦର ତାପମାତ୍ରା ୪୨.୬ ଡ଼ିଗ୍ରୀ, ସୋନପୁର ତାପମାତ୍ରା ୪୨.୪ ଡିଗ୍ରୀ, ବୌଦ୍ଧ ୪୨.୨, ରାଉରକେଲା ୪୧.୨, ବରଗଡ଼ ୪୧.୦, ଟିଟିଲାଗଡ଼ ୪୧.୦, ବାରିପଦା ୪୧.୦ ଏବଂ ମାଲକାନଗିରିରେ ତାପମାତ୍ରା ୪୧ ଡିଗ୍ରୀ ରହିଥିଲା ।

READ ALSO: ଆସନ୍ତା ସପ୍ତାହେ ମଧ୍ୟରେ ସୃଷ୍ଟି ହୋଇପାରେ ଦୁଇଟି ଲଘୁଚାପ, ୬ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର

ଯାଜପୁରରେ ୪୦.୯ ଡିଗ୍ରୀ, ତାଳଚେରରେ ୪୦.୮ ଡିଗ୍ରୀ, ଭବାନୀପାଟଣାରେ ୪୦.୫ ଡିଗ୍ରୀ, ଅନୁଗୁଳ ୪୦.୫, ସନ୍ଦରଗଡ଼ ୪୦.୨, ନୂଆପଡ଼ା ୪୦.୧ ଏବଂ କେନ୍ଦୁଝରରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱରର ତାପମାତ୍ରା ୩୯.୯ ଡିଗ୍ରୀ ରହିଥିବା ବେଳେ କଟକରେ ୩୮.୮ ଡିଗ୍ରୀ ରହିଛି। ଗୋପାଲପୁରରେ ଆଜି ତାପମାତ୍ରା ୩୬.୦ ଡିଗ୍ରୀ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

   Related Posts