ନୂଆଦିଲ୍ଲୀ ୧୦।୦୪: ଦିନକୁ ଦିନ ଉନ୍ନତ ହେଉଛି ଟେକ୍ନୋଲୋଜି । ବଡ ବଡ କମ୍ପାନୀ ଆଣୁଛନ୍ତି ନୂଆ ନୂଆ ଗାଡି । ଏବେ ଆସିଛି ଇଲେକ୍ଟିକ୍ ସାଇକେଲ୍ । ଏହି ସାଇକେଲ୍କୁ ଆଣୁଛି ଜର୍ମାନୀର ପ୍ରମୁଖ ଲଗଜରୀ କାର୍ ନିର୍ମାତା କମ୍ପାନୀ ମର୍ସିଡିଜ୍ ବେଞ୍ଜ୍ ଏବଂ n+ । ନିକଟରେ ଏକ ନୂଆ ଇଲେକ୍ଟ୍ରିକ୍ ସାଇକେଲ ମର୍ସିଡିଜ୍-AMG F1 ସିଟି ଏଡିସନ୍ ପ୍ରଦର୍ଶନ କରାଯାଇଛି । ଏହି ନୂଆ ଇଲେକ୍ଟ୍ରିକ୍ ସାଇକେଲ୍ ବିଦେଶୀ ବଜାରରେ ୩ଟି ଭିନ୍ନ ସାଇଜ୍ ମଡେଲରେ ବିକ୍ରି ପାଇଁ ଉପଲବ୍ଧ । ଏହାର ପ୍ରାରମ୍ଭିକ ମୂଲ୍ୟ ୪,୦୦୦ ଡଲାର ଅର୍ଥାତ୍ ଭାରତୀୟ ଦାମ୍ରେ ଏହା ୩ ଲକ୍ଷ ୪୪ ହଜାର ଟଙ୍କା ।
ଏହା ସହିତ ଏକ ସ୍ମାର୍ଟ ହେଲମେଟ ମଧ୍ୟ କମ୍ପାନୀ ଦେଉଛି । ଯାହାର ଦାମ୍ ୪୦୦ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟରେ ୩୪ ହଜାର ଟଙ୍କା । ଏଥିପାଇଁ ଗ୍ରାହକମାନଙ୍କୁ ପୃଥକ ଭାବରେ ଟଙ୍କା ଦେବାକୁ ପଡିବ । ଏହି ଇଲେକ୍ଟ୍ରିକ୍ ସାଇକେଲଟି ଟେଲିମେଟ୍ରି ସିଷ୍ଟମ ସହିତ ସଂଯୁକ୍ତ । ଯାହାର ପର୍ଫମାନ୍ସ ପାରାମିଟରରୁ ସଂଗୃହିତ ତଥ୍ୟ ଅନୁସାରେ କାମ କରେ। ଏଥିରେ ଏକ ଲାଇଟ୍-ସେନ୍ସିଂ ହେଡଲାଇଟ୍, ବ୍ରେକ୍ ଲାଇଟ୍ ଏବଂ ୟୁନିକ୍ ଷ୍ଟାଇଲ୍ ହୋଇଥିବା ଟର୍ଣ୍ଣ ଇଣ୍ଡିକେଟର୍ ମଧ୍ୟ ରହିଛି । ଦୁର୍ଘଟଣା ହେଲେ ଏହା ଏମର୍ଜେନ୍ସି SMS ମଧ୍ୟ ପଠାଇପାରିବ। ମର୍ସିଡିଜର ଏହି ଇଲେକ୍ଟ୍ରିକ୍ ସାଇକେଲରେ ୭୫୦-ୱାଟ୍ ହବ୍ ମୋଟର ଅଛି । ଯାହା ଘଣ୍ଟାପ୍ରତି ୪୫ କିଲୋମିଟର ଚାଲିପାରିବ।
ଏହାର ହ୍ୟାଣ୍ଡଲବାରରେ ୫.୫ ଇଞ୍ଚର ରଙ୍ଗୀନ ଟଚସ୍କ୍ରିନ୍ ଡିସପ୍ଲେ ଲାଗିଛି । ଯାହା ଗାଡ଼ି ଚଲାଇବା ସମୟରେ ବ୍ୟାଟେରୀ ଷ୍ଟାଟସ୍ , ସ୍ପିଡ୍, ହେଲମେଟ୍ କଣ୍ଟ୍ରୋଲ୍ ଏବଂ ଅନ୍ୟାନ୍ୟ ସୂଚନା ପ୍ରଦାନ କରେ। ଏଥିରେ ୪ଟି ମୋଡ୍ ଦିଆଯାଇଛି । ଯେଉଁଥିରେ 'କମ୍ଫର୍ଟ', 'ସ୍ପୋର୍ଟ', 'ସ୍ପୋର୍ଟ ପ୍ଲସ୍' ଏବଂ 'ରେସ୍' ମୋଡ୍ ରହିଛି । ଏହି ସାଇକେଲଟି ଶିମେନୋର କ୍ଲାସିକ୍ ଡେରେଲ୍ୟୁର୍ ସିଷ୍ଟମ ସହିତ ସଜ୍ଜିତ । ଯେଉଁଥିରେ ୯ଟି ଗିଅର୍ ଅଛି । ଏହା ଟେକ୍ଟ୍ରୋର ହାଇଡ୍ରୋଲିକ୍ ଡିସ୍କ ବ୍ରେକ୍ ଏବଂ 203mm ସ୍ଲଟେଡ୍ ଡିସ୍କ ରୋଟର ଦିଆଯାଇଛି ।
ଏଥିରେ 10Ah କ୍ଷମତାର ଏକ ଡାଉନଟ୍ୟୁବ୍ ବ୍ୟାଟେରୀ ପ୍ୟାକ୍ ଦିଆଯାଇଛି । ଯାହା ସାଇକେଲର ଆଲୁମିନିୟମ୍ ଫ୍ରେମ୍ ମଝିରେ ଲଗାଯାଇଛି । ଏହି ବ୍ୟାଟେରୀ ସାଇକେଲକୁ ୧୧୨ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ। କମ୍ପାନୀ ଦାବି କରିଛି ଯେ ଏଥିରେ ଏକ ଫ୍ଲାଟ ଅଟୋମେଟିକ୍ ଗିଅରବକ୍ସ ବ୍ୟବହାର କରାଯାଇଛି । ଯାହା ମାତ୍ର ୦.୨ ସେକେଣ୍ଡରେ ପରିବର୍ତ୍ତନ ହୁଏ ଏବଂ ଏକ ସ୍ମଥ୍ ରାଇଡ୍ ଦେଇଥାଏ । F1 ରେସ୍ରୁ ଅନୁପ୍ରାଣିତ ହୋଇ ଏହି ସାଇକେଲ ଉଚ୍ଚ କ୍ଷମତାସମ୍ପନ୍ନ ପିରେଲି ଏଞ୍ଜେଲ ଜିଟି ଟାୟାର ସହିତ ସଜ୍ଜିତ। ଯାହା ଅଧିକ ସ୍ପିଡରେ ମଧ୍ୟ ରାସ୍ତାରେ ଉତ୍ତମ ଏବଂ ସନ୍ତୁଳିତ ଗ୍ରୀପ୍ ପ୍ରଦାନ କରିଥାଏ ।