ପିଲାଚୋର ସନ୍ଦେହରେ ଅମାନବୀୟ କାଣ୍ଡ, ମାନସିକ ଭାରସାମ୍ୟ ହରାଇଥିବା ଯୁବକଙ୍କୁ ନିସ୍ତୁକ ମାଡ, ଚିତ୍କାର କଲେ ବି କେହି ଶୁଣିଲେନି

Published By : Prameya-News7 Bureau | February 21, 2021 IST

ଢେଙ୍କାନାଳ,୨୧/୦୨:   ଢେଙ୍କାନାଳରେ ଏବେ ପିଲା ଚୋର ଖବର ଭାଇରଲ ହେବାରେ ଲାଗିଛି । ଏପରିକି କେତେକ ସ୍ଥାନରେ ପିଲା ଚୋର ଆଳରେ କେତେକ ମାନସିକ ଭାରସାମ୍ୟ ତଥା ଦିବ୍ୟାଙ୍ଗଙ୍କ ଉପରେ ଆକ୍ରମଣ ହୋଇଛି । ଅସହାୟ ଅବସ୍ଥାରେ ବୁଲୁଥିବା ଅଚିହ୍ନା ଯୁବକମାନେ ସ୍ଥାନୀୟ ଲୋକଙ୍କ ସନ୍ଦେହ ଓ ରୋଷର ଶିକାର ହେଉଛନ୍ତି । ଅସହାୟମାନଙ୍କୁ ଅତି ଅମାନୁଷିକ ଭାବେ ମାଡ଼ ପିଟ କରିବା ସହ  ନିର୍ଯ୍ୟାତନା ମାନବିକତାର ସୀମା ଟପିଯାଉଛି ।

 ସବୁଠାର ବଡ କଥା ହେଉଛି ଯେ, ସ୍ଥାନୀୟ ପୁଲିସ ଏ ସମ୍ପର୍କରେ କୌଣସି ଠୋସ ପଦକ୍ଷେପ ନେଉନଥିବାରୁ   ମାନସିକ ଭାରସାମ୍ୟ ହରାଇ ନିଜ ଉପରେ ନିଯନ୍ତ୍ରଣ ହରାଇ ବୁଲୁଥିବା ଲୋକମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଏପରି ଏକ ଅମାନବୀୟ ଦୃଶ୍ୟର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭିଡ଼ିଓରେ ଜଣେ ମାନସିକ ରୋଗୀକୁ କେତେକ ଯୁବକ ଘେରି ନିସ୍ତୁକ ମାଡ ମାରିବା ସହ ନିର୍ଯାତନା ଦେଉଛନ୍ତି । ମାତ୍ର ଏହି ମାନସିକ ରୋଗୀ ଜଣଙ୍କ ତଳେ ପଡି ପ୍ରାଣ ବିକଳରେ ଚିତ୍କାର କରିଚାଲିଥିଲେ ସୁଦ୍ଧା କେହି ଶୁଣୁନଥିବା ଦେଖିବାକୁ ମିଳିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପସାସିଂହ ନିକଟରେ ସ୍ଥାନୀୟ ଯୁବକମାନେ ଏହି ଯୁବକକୁ ଅମାନବୀୟ ନିର୍ଯାତନା ଦେଉଥିବା ସୂଚନା ମିଳିଛି । ତେବେ ପୋଲିସ ଏବେସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.