ଅନୁଗୁଳ କୋଶଳାଠାରେ ପାଗଳର ଉନ୍ମତ କାଣ୍ଡ
26/09/2018 at 3:28 PM

ଅନୁଗୁଳ ୨୬/୦୯: ଅନୁଗୁଳର କୋଶଳାଠାରେ ଆଜି ଏକ ପାଗଳ ଉନ୍ମତ୍ତ କାଣ୍ଡ ଘଟାଇଛି। ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ବୋର୍ଡ ଭାଙ୍ଗିବା ସହ ଏଟିମ ଭଙ୍ଗାରୁଜା କରୁଥିବା ଜାଣି ସ୍ଥାନୀୟ ଲୋକ ପାଗଳକୁ କାବୁ କରିଥିଲେ। ତାକୁ ଏକ ଖୁଣ୍ଟରେ ବାନ୍ଧି ଅଟକାଇ ଦେଇଥିଲେ। ପରେ ପୋଲିସକୁ ଖବର ଦେଇଥିଲେ। ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳକୁ ଆସି ପାଗଳକୁ ଉଦ୍ଧାର କରି ଛେଣ୍ଡିପଦା ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟାଙ୍କ ପକ୍ଷରୁ କ୍ଷୟକ୍ଷତିର ରିପୋର୍ଟରେ କିଛି ଅଭିଯୋଗ ହୋଇନାହିଁ।