ପୁରୁଷ ହକି ବିଶ୍ୱକପ୍ ୨୦୨୩: ଦକ୍ଷିଣ ଆଫ୍ରିକାକୁ ୯-୨ ଗୋଲ୍ରେ ହରାଇଲା ଅଷ୍ଟ୍ରେଲିଆ
20/01/2023 at 4:45 PM

ରାଉରରକେଲା ୨୦/୦୧: ବିର୍ସାମୁଣ୍ଡା ଷ୍ଟାଡିୟମରେ ଗୁରୁବାର ଅଷ୍ଟ୍ରଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍ରେ ୯-୨ ଗୋଲ୍ରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ହରାଇଛି। ଏହି ମ୍ୟାଚ୍କୁ ମିଶାଇ ଅଷ୍ଟ୍ରେଲିଆ ହକି ବିଶ୍ୱକପ୍ ୨୦୨୩ରେ ୩ଟି ମ୍ୟାଚ୍ ଖେଳିସାରିଲାଣି। ଏହି ମ୍ୟାଚ୍ଗୁଡ଼ିକ ମଧ୍ୟରୁ ୨ଟି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ଡ୍ର ହୋଇଛି।
ଅଷ୍ଟ୍ରେଲିଆ ହକି ଟିମ୍ କ୍ୟାପ୍ଟେନ୍ ଓକେଡେନ୍ ଏଡ୍ଡି କହିଛନ୍ତି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳି ନୂଆ ଅନୁଭୂତି ପାଇଛୁ, ନୂଆ ଷ୍ଟାଡିୟମ୍, ନୂଆ ଦର୍ଶକ ନୂଆ ଜାଗା ବେଶ୍ ଆନନ୍ଦଦାୟକ। ସୂଚନାଥାଉକି ବିର୍ସାମୁ୍ଣ୍ଡା ହକି ଷ୍ଟାଡିୟମ୍ରେ ଶୁକ୍ରବାର ୪ଟି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ପ୍ରଥମ ମ୍ୟାଚ୍ ପରେ ଦ୍ୱିତୀୟ ମ୍ୟାଚ୍ଟି ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଚାଲିଛି। ଏହାପରେ ବେଲଜିୟମ୍ ଓ ଜାପାନ୍, ଏବଂ କୋରିଆ ସହିତ ଜର୍ମାନ୍ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ।