ମେନକା ଗାନ୍ଧୀଙ୍କୁ ମନ୍ତ୍ରୀମଣ୍ଡଳରେ ନ ନେବାରେ ଜଣାପଡିଲା ମୋଦିଙ୍କ ଉଦ୍ଦେଶ୍ୟ, ଜାଣନ୍ତୁ କଣ ଚାହାନ୍ତି ମୋଦି

Published By : Prameya-News7 Bureau | June 01, 2019 IST

ନୂଆଦିଲ୍ଲୀ ୧।୬ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟପାଳି ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି।  ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଅନେକ ପୁରୁଣା ନେତାଙ୍କୁ ସ୍ଥାନ ମିଳିଥିବା ବେଳେ ଅନେକଙ୍କୁ ମିଳି ନାହିଁ। ଏଣୁ ନିର୍ବାଚିତ ହୋଇ ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇନଥିବା ସାଂସଦଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇନଥିବା ପୁରୁଣା ମନ୍ତ୍ରୀଙ୍କ ମଧ୍ୟରେ ମେନକା ଗାନ୍ଧି ଅନ୍ୟତମ। ସେ ମୋଦିଙ୍କ ଗତ ସରକାରରେ ଶିଶୁ ଓ ମହିଳା ବିକାଶ ମନ୍ତ୍ରାଳୟ ଦାୟିତ୍ବ ଦକ୍ଷତାର ସହ ତୁଲାଇଥିଲେ। ଏହା ସତ୍ତ୍ବେ ନୂଆ ମନ୍ତ୍ରୀମଣ୍ଡଳରେ ମୋଦି ତାଙ୍କୁ ସ୍ଥାନ ଦେଇ ନାହାନ୍ତି।

{"id":118549,"width":578,"height":321}

ମେନକା ଚଳିତ ଥର ୟୁପିର ସୁଲତାନପୁର ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି। ଚଳିତ ଥର ସେ ତାଙ୍କ ପୁଅ ବରୁଣ ଗାନ୍ଧିଙ୍କ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଥିବା ବେଳେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ବରୁଣ ତାଙ୍କ ମାଙ୍କ ପାରମ୍ପରିକ ଆସନ ପିଲଭିଟରୁ ପୁଣି ନିର୍ବାଚନ ଜିତିଛନ୍ତି। ଲୋକସଭାକୁ ଲଗାତାର ୮ ଥର ନିର୍ବାଚିତ ହୋଇଥିବା ମେନକାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ନ ମିଳିବା ବାସ୍ତବିକ ଚିନ୍ତାର ବିଷୟ। ହେଲେ ଏ ନେଇ ମେନକା ଗାନ୍ଧି କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନଥିବା ବେଳେ ମୋଦି ମଧ୍ୟ ମୌନ ରହିଛନ୍ତି। ତେବେ ମେନକାଙ୍କୁ ମନ୍ତ୍ରୀମଣ୍ଡଳରେ ନ ନେବା ପଛରେ ମୋଦିଙ୍କର ମହତ ଉଦ୍ଦେଶ୍ୟ ଚର୍ଚ୍ଚା  ଏବେ ଜୋର ଧରିଛି। । ତାହା ହେଲା ମେନକାଙ୍କୁ ପ୍ରୋଟେମ ସ୍ପିକର କରିବା ମୋଦିଙ୍କ ଆନ୍ତରିକ ଇଛା।

{"id":118550,"width":577,"height":323}

ଲୋକସଭାରେ ବାଚସ୍ପତି ମନୋନୀତ ନ ହେବା ପର୍ଯ୍ୟନ୍ତ ପ୍ରୋଟେମ ସ୍ପିକର ଗୃହକାର୍ଯ୍ୟ ପରିଚାଳନା କରନ୍ତି। ସେ ନିର୍ବାଚିତ ସାଂସଦମାନଙ୍କୁ ଶପଥ ପାଠ କରାଇବା ସହ ଅଧିବେଶନରେ ଅଧ୍ୟକ୍ଷତା କରନ୍ତି। ଏଣୁ ପ୍ରଧାନମନ୍ତ୍ରୀ ଚାହାନ୍ତି ମେନକା ତାଙ୍କ ଦ୍ବିତୀୟପାଳି ସରକାରର ପ୍ରଥମ ଅଧିବେଶନର ଅଧ୍ୟତା କରନ୍ତୁ। ଏଣୁ ତାଙ୍କୁ ନୂଆ ମନ୍ତ୍ରୀମଣ୍ଡଳରୁ ଦୂରେଇ ରଖିଛନ୍ତି ମୋଦି। ଏହା ଛଡା ଅନ୍ୟ ଏକ ବିଷୟରେ ମଧ୍ୟ ଚର୍ଚ୍ଚା ହେଉଛି। ତାହା ହେଉଛି ନିର୍ବିବାଦୀୟ ମେନକା ଏଥର ନିର୍ବାଚନରେ ବିବାଦ ଭିତରକୁ ଭିଡି ହୋଇଯାଇଛନ୍ତି। ସଂଖ୍ୟାଲଘୁ ବହୁଳ ସୁଲତାନପୁର ନିର୍ବାନ ମଣ୍ଡଳିରେ ବିଜୟ ନେଇ ମେନକା ହୁଏତ ଆଶଙ୍କାରେ ଥିଲେ। ଏଣୁ ଏକ ସଭାରେ ସେ ତାଙ୍କର ଜିତ ନିଶ୍ଚିତ ବୋଲି କହିବା ସହ ଯେଉଁମାନଙ୍କ ଭୋଟ ବିନା ତାଙ୍କର ବିଜୟ ହେବ ତାହା ନିଶ୍ଚିତ ଖଟା ଲାଗିବ ବୋଲି କହିଥିଲେ। ଏଣୁ ମେନକାଙ୍କୁ ନେଇ ଚର୍ଚ୍ଚା ଏବେ ଉଷ୍ମ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.