suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜଘଣ୍ୟ ସତ୍ୟ ଘଟଣା : ଏହି ଗାଁରେ ବିଧବା ମହିଳାଙ୍କ ଭୟରେ ପୁରୁଷମାନେ ହାତରେ ଲାଗନ୍ତି ନେଲ୍ ପଲିସ

27/10/2018 at 1:30 PM

ଥାଇଲ୍ୟାଣ୍ଡ ୨୭/୧୦ : ନିକଟରେ ରାଜକୁମାର  ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସ୍ତ୍ରୀ’ ଫିଲ୍ମରେ ଦେଖିବାକୁ ମିଳିଥିଲା ଏମିତି ଏକ ଘଟଣା | ଫିଲ୍ମରେ ଦେଖିବାକୁ ମିଳିଥିଲା, ଗାଁ ଲୋକେ ଭୁତୁଣୀ ଡରରେ ଘର ବାହାରେ ନାଲି ରଙ୍ଗରେ ଲେଖୁଥିଲେ ‘ଓ ସ୍ତ୍ରୀ କଲ ଆନା’ | ଏମିତିକି ଭୁତୁଣୀ ଡରରେ ଗାଁର ପୁରୁଷ ମାନେ ମହିଳାଙ୍କ ଭଳି ପୋଷାକ ମଧ୍ୟ ପିନ୍ଧୁଥିଲେ | ଫିଲ୍ମର ଏହି କାହାଣୀଟି କିନ୍ତୁ ସମ୍ପୂର୍ଣ କାଳ୍ପନିକ ଥିଲା | କିନ୍ତୁ ଥାଇଲ୍ୟାଣ୍ଡର ଏକ ଗାଁ ପୁ-ହାଙ୍ଗରେ ଏବେ ସତସତିକା ଏମିତି ଏକ ଘଟଣା ଘଟୁଥିବା ଜଣାପଡିଛି ।

କୁହାଯାଉଛି ଥାଇଲ୍ୟାଣ୍ଡର ଏହି ଗାଁରେ ଗୋଟିଏ ମହିଳାର ପ୍ରେତାତ୍ମା ଘୁରି ବୁଲୁଛି । ଏହି ପ୍ରେତାତ୍ମା ଗାଁର ପୁରୁଷମାନଙ୍କୁ ନିଜ ଶତ୍ରୁ ବୋଲି ବିବେଚନା କରୁଥିବା ବୋଲି ଗାଁ ଲୋକେ ବିଶ୍ୱାସ କରୁଛନ୍ତି | ପ୍ରେତାତ୍ମା ଠାରୁ ରକ୍ଷା ପାଇବା ପାଇଁ ଘର ବାହାରେ ଲେଖୁଛନ୍ତି ଏଠାରେ କୌଣସି ପୁରୁଷ ରହୁନାହାନ୍ତି | ପ୍ରେତାତ୍ମା ଭୟରେ ଗାଁର ପୁରୁଷମାନେ ହାତରେ ନେଲ ପଲିସ ଲଗେଇ ବୁଲୁଛନ୍ତି | ଗତ କିଛି ଦିନ ହେଲା ଗାଁରେ କିଛି ପୁରୁଷଙ୍କ ମୃତ୍ୟୁ ପରେ ପେରତାମ୍ମା ଭୟ ଓ ଧାରଣା ଦୃଢ ହେବାରେ ଲାଗିଛି  | ଗତ ୩ ସପ୍ତାହ ମଧ୍ୟରେ ୫ ଜଣ ପୁରୁଷଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି |

ପ୍ରଥମେ ଗାଁର ଗୋଟିଏ ପରିବାରରେ ଏକସଙ୍ଗେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥଲା | ସେମାନେ ସମ୍ପୂର୍ଣ ସୁସ୍ଥ ଥିଲେ | ପରିବାରଲୋକଙ୍କ କହିବା ଅନୁଯାୟୀ ତଳେ ପଡିଯିବାରୁ  ହଠାତ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା | ଏହା ପରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା | ଅନ୍ୟ ଦୁଇଜଣ ମଧ୍ୟ ହଠାତ ପ୍ରାଣ ହରେଇଥିଲେ | କିନ୍ତୁ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଗାଁଲୋକେ ଚୁପ ରୁହନ୍ତି | ତେବେ ଗାଁଲୋକଙ୍କ କହିବା ଅନୁସାରେ ଏସବୁ ଏକ ଅତୃପ୍ତ ଆତ୍ମାର କାମ |

ଗାଁର ୬୦ ବର୍ଷ ବୟସ ବୁଶଦି ମାଳସି ନାମକ ଜଣେ ମହିଳା ସ୍ଥାନୀୟ ଏକ ଖବରକାଗଜକୁ କହିଥିଲେ ଯେ, ଏସବୁ ଦୁଇଟି ଅତୃପ୍ତ ଆତ୍ମାର କାରନାମା | ଯେଉଁଥିରେ ଜଣେ ବିଧବା ମହିଳାଙ୍କ ଆତ୍ମା ରହିଛି | ଏହି ବିଧବା ମହିଳାର ଆତ୍ମା କେବଳ ପୁରୁଷମାନଙ୍କୁ ନିଜର ଶିକାର କରୁଛି | ଏହି ଆତ୍ମା ପୁରୁଷମାନଙ୍କୁ ଶରୀରକୁ ଖାଇ ଭିତରୁ ପୁରା ଖାଲି କରିଦେଇଥାଏ ବୋଲି ସେ ଦୃଢର ସହିତ କହିଛନ୍ତି | ଅନ୍ୟ ଆତ୍ମାଟି ଜଣେ ପୋପଙ୍କ ବୋଲି ମହିଳା ଜଣକ କହିଛନ୍ତି | ପୋପଙ୍କ ଆତ୍ମା ବୃଦ୍ଧ ମାନଙ୍କୁ ନିଜର ଶିକାର କରିଥାଏ ବୋଲି ମହିଳା କହିଛନ୍ତି |

ଗାଁରେ ବିଧବା ମହିଳାର ଆତ୍ମାଠାରୁ ଲୋକେ ଅଧିକ ଭୟଭୀତ ଥିବା ଜଣାପଡିଛି | ଗାଁର ସମସ୍ତ ପୁରୁଷ ଏହି ଅତୃପ୍ତ ଆତ୍ମାର ଆକ୍ରମଣକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି | ତେବେ ଘଟଣାର ସମାଧାନ ପାଇଁ ଗାଁଲୋକେ କିଛି ତାନ୍ତ୍ରିକ ପାଖକୁ ଯାଇଥିଲେ | ତାନ୍ତ୍ରିକ କହିଥିଲା ଘଟଣାଟି ଠିକ ହିନ୍ଦୀ ଫିଲ୍ମ ସ୍ତ୍ରୀ ଭଳି | ତାନ୍ତ୍ରିକ ପୁରୁଷମାନଙ୍କୁ ହାତରେ ନାଲି ନେଲ ପଲିସ ଲଗେଇବା ପାଇଁ ଉପଦେଶ ଦେଇଥିଲେ | ସେବେଠାରୁ ପୁରୁଷମାନେ ହାତରେ ନେଲ ପଲିସ ଲଗେଇ ବୁଲୁଛନ୍ତି | ଏହା ସହ ଘର ବାହାରେ ନାଲି ରଙ୍ଗରେ ଲେଖୁଛନ୍ତି ଏଠାରେ କୌଣସି ପୁରୁଷ ରହୁନାହାନ୍ତି | ଏମିତି ଲେଖିବା ଦ୍ୱାରା ବିଧବା ମହିଳାର ଆତ୍ମା ସେହି ଘର ଛାଡି ଆଗକୁ ବଢିଥାଏ | ପ୍ରତ୍ୟେକ ଘର ସାମ୍ନାରେ ଏମିତି ଲେଖାଯାଇଛି | ଏହି ସମସ୍ୟାରୁ ମୁକ୍ତି ପାଇଁ ଲୋକେ ଭଗବାନଙ୍କ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି | ଆତ୍ମା ଭୟରେ ବହୁତ ଲୋକ ଗାଁ ଛାଡି ମଧ୍ୟ ଚାଲିଯାଉଛନ୍ତି |

ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରେତାତ୍ମା କଣ ପଢି ପାରେକି ?

   Related Posts