ମହିଳାଙ୍କ ପ୍ରବେଶକୁ ନେଇ ସାଵରୀମାଳାରେ ଉତ୍ତେଜନା ଜାରି; ମନ୍ଦିର ଯିବା ରାସ୍ତାରେ ପୁରୁଷଙ୍କ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | October 19, 2018 IST

କେରଳ ୧୯/୧୦ : କେରଳର ସାଵରୀମାଳା ମନ୍ଦିରକୁ ମହିଳା ପ୍ରବେଶ କରି ପାରିବେ ବୋଲି ଗତ ସେପ୍ଟେମ୍ବର ୨୮ ତାରିଖରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ | ଶହ ଶହ ବର୍ଷର ଏହି କଟକଣାକୁ ଉଠେଇଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି | ହେଲେ ପ୍ରବଳ ବିରୋଧ ଯୋଗୁଁ ମନ୍ଦିରକୁ ମହିଳା ଭକ୍ତ ପ୍ରବେଶ କରିପାରିନାହାନ୍ତି | ମନ୍ଦିରକୁ ଯିବା ପାଇଁ ସାଢେ ଚାରି କି:ମି: ପାହାଡି ରାସ୍ତାରେ ଚାଲି ଚାଲି ଯିବାକୁ ପଡେ | ତେବେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ଏହି ରାସ୍ତାରେ ପୁରୁଷ ଭକ୍ତମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି | ସ୍ଥିତି ଉତ୍ତେଜନା ପ୍ରବଣ ରହିଥିବାରୁ ପୁରା ଇଲାକାରେ ପୋଲିସ ମୃତୟନ କରାଯାଇଛି | ଗୋଟିଏ ପଟେ କୋର୍ଟଙ୍କ ନିର୍ଦେଶ ଓ ଅନ୍ୟପଟେ ଶହ ଶହ ବର୍ଷର ପରମ୍ପରା ମଧ୍ୟରେ ଫସି ଯାଇଛନ୍ତି କେରଳ ସରକାର | ଗତକାଲି ଠାରୁ ଆରମ୍ଭ ହୋଇଥିବା ଛକାପଞ୍ଝା ଆଜି ମଧ୍ୟ ଜାରି ରହିଛି | ବିଜେପି ଓ ଅନ୍ୟ ସଂଗଠନ ବିରୋଧ କରୁଛନ୍ତି | ୧୦ ବର୍ଷ ବୟସରୁ ୫୦ ବର୍ଷ ବୟସ ମଧ୍ୟରେ ମହିଳା ଭକ୍ତ ପରମ୍ପରା ଭାଙ୍ଗି ମନ୍ଦିର ଭିତରକୁ ନ ଆସିବାକୁ ମନ୍ଦିରର ମୁଖ୍ୟ ପୂଜକ ନିବେଦନ କରିଛନ୍ତି | ଗତ ସେପ୍ଟେମ୍ବର ୨୮ ତାରିଖରେ ସୁପ୍ରିମକୋର୍ଟର ପୂର୍ବତ୍ତନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ମହିଳାଙ୍କ ପ୍ରବେଶ କଟକଣା ଉଠାଇ ନେବା ଲାଗି ରାୟ ଦେଇଥିଲେ | ତେବେ କେରଳର ପ୍ରସିଦ୍ଧ ସାଵରୀମାଳା ମନ୍ଦିରକୁ ରାଜ୍ୟ ସରକାର ଗତକାଲି ଠାରୁ ସମସ୍ତ ବର୍ଗର ମହିଳାଙ୍କ ପାଇଁ ଖୋଲା ରଖିଥିଲେ ମଧ୍ୟ ପ୍ରବଳ ବିରୋଧ ଯୋଗୁଁ ଏବେ ଯାଏଁ ଜଣେ ହେଲେ ମହିଳା ମନ୍ଦିର ଭିତରକୁ ପ୍ରବେଶ କରିପାରିନାହାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.