ଖେଳ ପଡିଆରୁ ମିଳିଲା ଯୁବକଙ୍କ ମୃତଦେହ, ପୋଲିସ ଖୋଜୁଛି କାରଣ

Published By : Prameya-News7 Bureau | February 11, 2024 IST

ବଡ଼ବିଲ ୧୧।୦୨ : ଖେଳ ପଡିଆ ନିକଟରୁ ଯୁବକଙ୍କ ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ବଡ଼ବିଲ ପିଏଚ୍‌ଡି ଖେଳ ପଡିଆ ନିକଟରୁ ମିଳିଛି ମୃତଦେହ । ମୃତକ ୮ ନମ୍ବର ଓ୍ୱାର୍ଡର ସୁରଜ ରାମ୍‌ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଶନିବାର ସଂଧ୍ୟାରେ କିଛି ଲୋକ ମୃତଦେହ ପଡିଥିବାର ଦେଖି ବଡ଼ବିଲ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ।

wp:embed {"url":"https://www.prameyanews7.com/mao-poster-in-baliguda-area/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mao-poster-in-baliguda-area/
/wp:embed

ତେବେ ଯୁବକଙ୍କ ମୃତ୍ୟୁ କିପରି ହେଲା । ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡିବ ବୋଲି ବଡ଼ବିଲ ପୋଲିସ କହିଛି ।

wp:embed {"url":"https://www.prameyanews7.com/road-accident-in-umerkote-durgagada/","type":"wp-embed","providerNameSlug":"prameya-news-7"}
https://www.prameyanews7.com/road-accident-in-umerkote-durgagada/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.