୩ ସାଙ୍ଗ କରୁଥିଲେ ମଦ ପାର୍ଟି: ହଠାତ ଦେଖିଲେ ସାପ, ଖଣ୍ଡ ଖଣ୍ଡ କରି ଭାଜିକି ଖାଇଦେଲେ, ତାପରେ ହେଲା ଏମିତି ଅବସ୍ଥା...

Published By : Prameya-News7 Bureau | November 20, 2021 IST

ଧୌଲପୁର ୨୦/୧୧ : ଲୋକେ ମଦ ପିଇ ନିୟନ୍ତ୍ରଣ ହରାଇବସି ଅଜବ ଅଜବ କାମ କରିଥିବା ଭଳି ଘଟଣା ବହୁତ ଶୁଣିଥିବେ। କିଏ ଅଯଥାରେ ଝଗଡା କରେ, କିଏ ମନର ଦୁଃଖ ବଖାଣେ, କିଏ ମଝି ରାସ୍ତାରେ ହଙ୍ଗାମା କରେ ତ କିଏ ଆଉ କଣ ଏମିତି ଅନେକ ଘଟଣା ସାମ୍ନାକୁ ଆସେ। ରାଜସ୍ଥାନ ଧୌଲପୁରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ୩ ସାଙ୍ଗ ମଦ ପାର୍ଟି ବେଳେ ସାପକୁ ଭାଜି ଖାଇଦେଲେ। ସାପ ଖାଇବା ପରେ ଜଣକ ଅବସ୍ଥା ସାଙ୍ଘାତିକ ହୋଇଗଲା ଯେଉଁଥିପାଇଁ ସେ କିଛି ଘଣ୍ଟା ଯାଏଁ ବେହୋସ ହୋଇ ପଡିରହିଲେ। 

{"id":547209,"width":683,"height":326,"sizeSlug":"full","linkDestination":"none"}
୩ ସାଙ୍ଗ

ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଯିଏ ବି ଏହି ନିଶାଶକ୍ତଙ୍କ କାରନାମା ବିଷୟରେ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ପାର୍ଟି ବେଳେ ଏମାନେ ଗୋଟିଏ ସାପ ଦେଖିଲେ। ତାକୁ ଧରି ୩ ଖଣ୍ଡ କରି କାଟିଦେଲେ। ତାପରେ ତାକୁ ଭାଜି ଖାଇଗଲେ। ସାପକୁ ଭାଜି ଖାଇବା ପରେ ଜଣକର ଅବସ୍ଥା ଏତେ ଖରାପ ହୋଇଗଲା ଯେ ତାକୁ ୧୨ ଘଣ୍ଟା ଯାଏଁ ହୋସ ଆସିନଥିଲା।

{"id":547207,"sizeSlug":"full","linkDestination":"none"}
ଅନ୍ତର ସିଂହ

ଘଟଣା ପିପରିପୁରା କେନାଲ ପାଖର। ଏଠାରେ ୩ ସାଙ୍ଗ ବସି ମଦ ପାର୍ଟି କରୁଥିଲେ। ପାଖ ବୁଦାରୁ ଗୋଟିଏ ସାପ ବାହାରୁଥିବା ଦେଖି ତାକୁ ଧରି ପାଟି ଓ ଲାଞ୍ଜ କାଟି ଦେଇଥିଲେ। ତାପରେ ତାକୁ ନିଆଁରେ ପୋଡି ଖାଇଥିଲେ। ଖାଇବା ପରେ ବେହୋସ ହୋଇଯାଇଥିଲେ। ତାଙ୍କୁ ହସ୍ପିଟାଲ ନେବାପରେ ମାମଲା ସାମ୍ନାକୁ ଆସିଥିଲା। ହୋସ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ସାପକୁ ଭାଜି ଖାଇବା ନେଇ ଚର୍ଚ୍ଚା ହେଉଛି। ମଦ ନିଶାରେ ଏମାନେ କାଣ୍ଡ ଜ୍ଞାନ ଭୁଲିଗଲେ। ୩ ସାଙ୍ଗ ହେଲେ ଅନ୍ତର ସିଂହ, ଯୋଗୀନ୍ଦ୍ର ସିଂହ ଓ ଶିବରାମ। ଏମାନେ ମିଶି ବ୍ୟବସାୟ କରିବାକୁ ଯୋଜନା କରୁଥିଲେ। ପାର୍ଟି ବେଳେ ଏ ସମ୍ପର୍କରେ ସେମାନେ ବିଚାର କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.