5T ଅଧ୍ୟକ୍ଷଙ୍କୁ ଭେଟିଲେ ୨୦ରୁ ଅଧିକ ସଂଗଠନର କର୍ମକର୍ତ୍ତା, ଶୁଭେଚ୍ଛା ଜଣାଇବା ସହ କଲେ ଆଲୋଚନା
13/11/2023 at 8:52 PM

ଭୁବନେଶ୍ବର: ନବୀନ ନିବାସରେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟିଲେ ୨୦ରୁ ଅଧିକ ସଂଗଠନର କର୍ମକର୍ତ୍ତା। ରାଜ୍ୟରେ ବିକାଶ କାର୍ଯ୍ୟ ଜାରି ରହିଥିବା ଏବଂ ଆଗକୁ ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମଙ୍ଗ ଧରିଥିବା 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏହି ସଂଗଠନ।
ଆହୁରି ପଢ଼ନ୍ତୁ: ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଉତ୍ତର ଦ୍ୱାରରେ ହେଲା ବିଶ୍ରାମ ଗୃହ
ସୋମବାର ନବୀନ ନିବାସରେ ଭେଟିଥିବା ସଂଗଠନ ମଧ୍ୟରେ ରହିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆସୋସିଏସନ, ସଂଖ୍ୟାଲଘୁ ସମ୍ପ୍ରଦାୟ, କଟକ ଏବଂ ବ୍ରହ୍ମପୁରର ମେୟର, ଡେପୁଟି ମେୟର ଏବଂ କର୍ପୋରେଟର, ନିଖିଳ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ, ଓଡ଼ିଶା ପୌର ଅସ୍ଥାୟୀ କର୍ମଚାରୀ ମହାସଂଘ, ଓରେଡା କର୍ମଚାରୀ ସଂଘ, ଅଲ୍ ଓଡିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ, ଓଡ଼ିଶା ଗଭର୍ଣ୍ଣମେଣ୍ଟ ପ୍ରେସ ଟେକ୍ନିକାଲ୍ ଏମ୍ପ୍ଳଇଜ୍ ୟୁନିଅନ୍, OSIC କର୍ମଚାରୀ ସଂଘ, ନିଖିଳ ଓଡିଶା ଓ୍ବାର୍କର ଡିପାର୍ଟମେଣ୍ଟ, ଏଗ୍ରିକଲଚର, ହଟିକଲଚର, ସଏଲ କଞ୍ଜରଭେସନର ଅଧିକାରୀ। କଟକ, ବ୍ରହ୍ମପୁର ମେୟର ମଧ୍ୟ ଭେଟିଛନ୍ତି।