LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଯନ୍ତ୍ରପାତି ଜାଳିବୁ ନହେଲେ ନିଜେ ଜଳିବୁ… ଚେତାବନୀ ଦେଲେ ମେଲୋଡି ଗ୍ରୁପ୍

2/11/2020 at 2:47 PM

ଭଦ୍ରକ ୨।୧୧: ହେ ସରକାର ଆମ ଦୁଃଖ ବୁଝ । ନହେଲେ ଆମ ଯନ୍ତ୍ରପାତି ସହ ଆମେ ଜଳିବୁ । ପୂଜା ପାର୍ବଣ, ବିବାହ ବ୍ରତ ଏପରିକି ରାଜନୈତିକ ଦଳର ସଭା ସମିତି ସବୁଠି ଖୋଜା ପଡୁଥିଲା ମେଲୋଡି ଗ୍ରୁପ୍‌କୁ । ହେଲେ କରୋନା ମହାମାରୀ ପାଇଁ ସବୁ ସାଂସ୍କୃତିକ କାର୍ଯ୍ୟ ବନ୍ଦ ହୋଇ ଯାଇଥିବାରୁ ଏବେ ଦୁର୍ବିସହ ଜୀବନ ଯାପନ କରୁଛନ୍ତି ମେଲୋଡି ପାର୍ଟିର ମାଲିକଙ୍କ ସହ ଡ୍ୟାନ୍ସ ଟ୍ରୁପ ଓ ସମସ୍ତ କଳାକାର । ମେଲୋଡିକୁ ରୋଜଗାରର ମାଧ୍ୟମ କରି ଯେଉଁମାନେ ନିଜର ସମସ୍ତ ଅର୍ଥବଳ ଖଟାଇ ବାଦ୍ୟଯନ୍ତ୍ର କିଣି ଦୁଇ ପଇସା ରୋଜଗାର କରି ପେଟ ପୋଷୁଥିଲେ ତାହା ଏବେ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି । ଘରେ ପଡି ପଡି ବାଦ୍ୟଯନ୍ତ୍ର ସବୁ ନଷ୍ଟ ହେବାକୁ ବସିଲାଣି । ବିଦ୍ୟୁତ୍ ସରଞ୍ଜାମ, ମାଇକ୍ ସବୁ ଖତ ଖାଇବାକୁ ଗଲାଣି । ଏବେ କେମିତି ଚଳିବେ ମେଲୋଡି ମାଲିକ ଓ କଳାକାର  ବୋଲି ପ୍ରଶ୍ନ କରିଛନ୍ତି । ତେବେ ଆଜି ଜୀବିକା ଦାବି କରି କଳାକାର ଦଳ ଓ ମେଲୋଡି ମାଲିକମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l

ସୂଚନାଯୋଗ୍ୟ ଗାୟକ ଗାୟିକା, ବାଦ୍ୟକାର, ନୃତ୍ୟଶିଳ୍ପୀ, ସାଉଣ୍ଡ ଅପରେଟର, ବିଦ୍ୟୁତ ପରିଚାଳକମାନେ ମଧ୍ୟ ନିଜ ନିଜ ଜୀବିକା ପାଇଁ ମାଲିକଙ୍କ ଉପରେ ନିର୍ଭରଶୀଳ ହୋଇଥିବାରୁ ଏବେ ସେମାନଙ୍କୁ ନିଜ ପାଖରେ ବାନ୍ଧି ରଖିବା ପାଇଁ ମାଲିକମାନେ ସକ୍ଷମ ନୁହନ୍ତି । ଯାହା ଫଳରେ ପାର୍ଟି ସମ୍ପୂର୍ଣ୍ଣ ଦୁର୍ଦ୍ଦିନରେ । କିଛି ମାଲିକ ବ୍ୟାଙ୍କରୁ ଲୋନ୍ ଆଣି ମେଲୋଡି ପାର୍ଟି ଗଠନ କରିଥିବା ବେଳେ ଏବେ ବ୍ୟାଙ୍କ କିସ୍ତି ଦେବାରେ ଅକ୍ଷମ ହୋଇଛନ୍ତି । ଏହିଭଳି ନାନା ସମସ୍ୟା ମଧ୍ୟରେ ମେଲୋଡି ମାଲିକମାନେ ଗତି କରୁଥିବା ସମ୍ମିଳନୀରେ ସୂଚନା ଦିଆ ଯାଇଥିଲା । ବାରମ୍ବାର ଜିଲ୍ଲା ପ୍ରଶାସନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାର ସମ୍ପୂର୍ଣ୍ଣ ନୀରବ ରହିଛନ୍ତି । ଏବେ ମଲ୍ ଠାରୁ ଆରମ୍ଭ କରି ରାଜନୈତିକ ସଭା ସମିତି ସବୁକୁ ସରକାର ଅନୁମତି ଦେଉଥିବା ବେଳେ ପୂଜା ପାର୍ବଣ, ବିବାହ ବ୍ରତରେ କୋଭିଡ୍ କଟକଣାକୁ ମାନି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଅନୁମତି ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ସରକାର ଏଥିପ୍ରତି ସଦୟ ନ ହେଲେ ସଂଘ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ଆଗାମୀ ଦିନ ରେ ନିଜ ଯନ୍ତ୍ରପାତି ଜାଳିବା ସହ ନିଜେ ମଧ୍ୟ ଜଳିଯାଇପାରନ୍ତି ବୋଲି କହିଛନ୍ତି ।

   Related Posts