ଆମେରିକାର ଫାର୍ଷ୍ଟ ଲେଡି ମେଲାନିଆଙ୍କ ଷ୍ଟାଇଲ୍ ଏବଂ ଗ୍ଲାମର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ
25/02/2020 at 11:13 AM

ନୂଆଦିଲ୍ଲୀ ୨୫/୨: ମେଲାନିଆ ଟ୍ରମ୍ପ୍ ଆମେରିକାର ଫାର୍ଷ୍ଟ ଲେଡି ଏବଂ ଫ୍ୟାଶନ୍ ଜଗତର ପ୍ରସିଦ୍ଧ ନାଁ। ୪୯ବର୍ଷୀୟା ମେଲାନିଆ, ଡୋନାଲ୍ଡ ଟ୍ରମ୍ପଙ୍କ ତୃତୀୟ ପତ୍ନୀ। ଅଧିକାଂଶ ସମୟରେ ତାଙ୍କ ଡ୍ରେସିଙ୍ଗ୍ ସେନ୍ସ ଏବଂ ବଡ଼ ବ୍ରାଣ୍ଡ ସହ ରାଜକୀୟ ଚାଲିଚଳଣ ପାଇଁ ସେ ଚର୍ଚ୍ଚାରେ ରୁହନ୍ତି। ପାର୍ଟି ଲୁକଠୁ ଆରମ୍ଭ କରି ଫର୍ମାଲ୍ ଏବଂ ସ୍ପୋର୍ଟି ଅନ୍ଦାଜରେ ମେଲାନିଆ ଟ୍ରମ୍ପ୍ ଭିନ୍ନ ଭିନ୍ନ ମଞ୍ଚରେ ଦେଖାଯାଆନ୍ତି। ୨୦୧୭ମସିହାରେ ମେଲାନିଆ ଟ୍ରମ୍ପ୍ ନିଜ ଗୋଲାପି ଡ୍ରେସ୍ ପାଇଁ ଚର୍ଚ୍ଚାକୁ ଆସିଥିଲେ। ଏହି ଡ୍ରେସ୍ ପାଇଁ ସେ ସୋସିଆଲ ମିଡିଆରେ ଟ୍ରୋଲ୍ ହୋଇଥିଲେ। ଆସନ୍ତୁ ଜାଣିବା ମେଲାନିଆ ଟ୍ରମ୍ପଙ୍କ ଗ୍ଲାମର ଷ୍ଟାଇଲ୍ ବିଷୟରେ

ମେଲାନିଆଙ୍କୁ ‘ଅଲତୁଜାରା’,‘ଡେଲ୍ପୋଜୋ’,‘ମ୍ୟାରି କଟରାଣ୍ଟଜୁ’ ଏବଂ ‘ମାଇକଲ୍ କୋର୍’ ଭଳି ବ୍ରାଣ୍ଡସର ପୋଷାକ ପସନ୍ଦ। ତାଙ୍କୁ ଓଭରକୋଟ୍ ଲୁକ୍ ଏବଂ ବ୍ରାଇଟ୍ କଲରର ଡ୍ରେସ୍ ଭଲ ଲାଗିଥାଏ। ମେଲାନିଆ ଟ୍ରମ୍ପ୍ ବ୍ରାଣ୍ଡକୁ ନେଇ ଯଥେଷ୍ଟ ସୌଖୀନ ଅଟନ୍ତି।

ଚେକ୍ ପ୍ୟାଣ୍ଟସ୍ ଏବଂ ବ୍ଲକା୍ ଓଭରକୋଟ୍ ମେଲାନିଆଙ୍କ ସବୁଠୁ ପ୍ରିୟ ଷ୍ଟାଇଲ୍ ଯାହାକୁ ସେ ପ୍ରାୟତଃ ପିନ୍ଧିଥାଆନ୍ତି।

ମେଲାନିଆ ଟ୍ରମ୍ପ୍ ଡୋଲସେ ଏବଂ ଗବ୍ବାନା ଜ୍ୟାକେଟ ପିନ୍ଧିଥିଲେ। ଏହାର ମୂଲ୍ୟ ପାଖାପାଖି ୩୬ଲକ୍ଷ ଟଙ୍କା। ସେ ଏହାକୁ ଇଟାଲୀରେ ଜି-୭ ସବମିଟ୍ ସମୟରେ ପିନ୍ଧିଥିଲେ।

ମେଲାନିଆ ହେଲସିଙ୍କିରେ ଶିଖର ସମ୍ମିଳନୀରେ ହାଲୁକା ହଳଦିଆ ରଙ୍ଗର ଗୁଚ୍ଛି କୋଟ୍ ପିନ୍ଧିଥିଲେ ଯେଉଁଥିରେ ପ୍ରଜାପତିର ବେଲ୍ଟ ଥିଲା। ଏଠାରେ ରାଷ୍ଟ୍ରପତି ଟ୍ରମ୍ପ୍ ରୁଷର ପ୍ରଧାନମନ୍ତ୍ରୀ ପୁଟିନଙ୍କ ସହ ସାକ୍ଷାତ କରିଥିଲେ।

ଓ୍ବାଶିଙ୍ଗଟନର ଫ୍ରେଞ୍ଚ ଲିଡର୍ସ ବୈଠକରେ ମେଲାନିଆ ମାଇକଲ୍ କୋରେ ଜ୍ୟାକେଟ୍ ଏବଂ ଖ୍ରିଷ୍ଟିଆନ୍ ଲୁବୋଟିନ୍ ହାଇ ହିଲ୍ ଜୋତା ପିନ୍ଧିଥିଲେ।

ମେଲାନିଆ ଟ୍ରମ୍ପ୍ ଓ୍ବାଶିଙ୍ଗଟନରେ ବଲମ୍ୟାନ୍ ବଟନ ଡାଉନ୍ ସର୍ଟ ପିନ୍ଧିଥିଲେ ଯାହାର ମୂଲ୍ୟ ପାଖାପାଖି ୪୮ହଜାର ଟଙ୍କା ।

ହାଲୁକା ନୀଳ ରଙ୍ଗର ଗାଉନରେ ମେଲାନିଆ ଟ୍ରମ୍ପ୍ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ତାଙ୍କର ଏହି ଡ୍ରେସକୁ ସମସ୍ତେ ପସନ୍ଦ କରିଥିଲେ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଗଭର୍ଣ୍ଣର ଓ୍ବାଲ୍ କାର୍ଯ୍ୟକ୍ରମ ସମୟରେ ମେଲାନିଆ ୨୦୨୦ମସିହାରେ ଫେବୃୟାରୀ ୯ତାରିଖରେ ହ୍ବାଇଟ୍ ହାଉସରେ ଏକ ସ୍ଲିଭଲେସ୍ ବ୍ଲାକ୍ ଗାଉନ୍ ପିନ୍ଧିଥିଲେ। ଏହାକୁ କ୍ୟାରୋଲିନା ହେରେରା ଡିଜାଇନ୍ କରିଥିଲେ।

୧୯୯୮ମସିହାରେ ଡୋନାଲ୍ଟ ଟ୍ରମ୍ପ ଏବଂ ମେଲାନିଆ ଟ୍ରମ୍ପ ପ୍ରଥମ ଥର ପରସ୍ପରକୁ ଏକ ପାର୍ଟିରେ ଭେଟିଥିଲେ। ନ୍ୟୁୟର୍କ ସିଟି ପ୍ୟାଶନ୍ ଓ୍ବିକ୍ ପାର୍ଟିରେ ଉଭୟଙ୍କର ସାକ୍ଷାତ ହୋଇଥିଲା। ସେହି ସମୟରେ ଡୋନାଲ୍ଡଙ୍କୁ ୫୨ବର୍ଷ ହୋଇଥିବାବେଳେ ମେଲାନିଆଙ୍କୁ ୨୮ବର୍ଷ ହୋଇଥିଲା। ଡୋନାଲ୍ଟ ନିର୍ବନ୍ଧରେ ମେଲାନିଆଙ୍କୁ ଏକ ୧୦କୋଟି ଟଙ୍କାର ମୁଦି ଉପହାର ଦେଇଥିଲେ।

ଭାରତ ପାଇଁ ନିଜ ଖାସ୍ ପୋଷାକକୁ ମେଲାନିଆ ଟ୍ରମ୍ପ୍ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ। ତାଙ୍କ ଧଳା ରଙ୍ଗର ଜମ୍ପସୁଟରେ ବନାରସି ବେଲ୍ଟ ବନ୍ଧା ହୋଇଥିଲା। ଅତ୍ୟନ୍ତ ଶାଳୀନତାରେ ଆମେରିକାର ଫାର୍ଷ୍ଟ ଲେଡି ଭାରତରେ ପାଦ ଥାପିଥିଲେ। ସେ ଯେତେ ମହଙ୍ଗା ଡ୍ରେସ୍ ପିନ୍ଧନ୍ତି ତାଠୁ ମହଙ୍ଗା ପର୍ସ ବ୍ୟବହାର କରନ୍ତି।
