ଭାରତୀୟ ଗଣମାଧ୍ୟମ ଉପରେ କାହିଁକି ରାଗିଲେ ଦାଉଦଙ୍କ ଗାର୍ଲଫ୍ରେଣ୍ଡ : ସୋସିଆଲ୍ ମିଡିଆରେ କେତେ କଥା କହିଲେ କିନ୍ତୁ ଡନ୍ ସହ ପ୍ରେମକୁ ଅସ୍ବୀକାର କଲେନି
28/08/2020 at 12:59 PM

ମୁମ୍ବାଇ ୨୮/୮: ପାକିସ୍ତାନ କିଛି ଦିନ ତଳେ ମାନିଛି ଯେ ମୋଷ୍ଟ ଓ୍ବାଣ୍ଟେଡ ଅଣ୍ଡରଓ୍ବାର୍ଲଡ ଡନ୍ ଦାଉଦ ଇବ୍ରାହିମ୍ ତାଙ୍କରି ଦେଶର। ଦାଉଦର ବିଷୟ ଆଲୋଚନା ହେବା ମାତ୍ରେ ଆହୁରି ଅନେକ ଲୋକଙ୍କ ନାଁ ସାମନାକୁ ଆସିଛି ଯେଉଁମାନଙ୍କ ସମ୍ପର୍କ ତା ସହ ରହିଛି। ମେହଓ୍ବିଶ ହୟାତ ନାମ୍ନୀ ପାକିସ୍ତାନୀ ଅଭିନେତ୍ରୀଙ୍କ ନାଁ ମଧ୍ୟ ଦାଉଦ ସହ ଯୋଡ଼ାଯାଇଛି। ଆତଙ୍କବାଦୀଙ୍କ ସହ ନାଁ ଯୋଡ଼ାଯିବା ପରେ ମେହଓ୍ବିଶ ବର୍ଷିଛନ୍ତି।

ବୁଧବାର ଟ୍ବିଟ୍ ଜରିଆରେ ମେହଓ୍ବିଶ ହୟାତ କହିଛନ୍ତି ଯେ ତାଙ୍କ ଉପରେ ଯେଉଁ ଅଭିଯୋଗ ଲାଗିଛି ତାହା ଭୁଲ୍ ଅଟେ। ତାଙ୍କୁ ଜଣା ଅଛି ଯେ ଭାରତୀୟ ମିଡିଆର ଏଜେଣ୍ଡା କ’ଣ? ସେମାନଙ୍କ ସାମ୍ବାଦିକତା ତାଙ୍କ ମୁହଁ ବନ୍ଦ କରି ପାରିବ ନାହିଁ।

ଏହା ସହିତ ମେହଓ୍ବିଶ ହୟାତ କହିଛନ୍ତି ଯେ କାଶ୍ମୀରକୁ ନେଇ ଅଶାନ୍ତି ଏବଂ ବଲିଉଡର କପଟ ରୂପର ମୁଦ୍ଦାକୁ ଉଠାଇବେ। ଏବଂ ହଁ,ପୁଣି ଥରେ ଯଦି ତାଙ୍କ ନାଁ ଆଉ କାହା ସହ ଯୋଡ଼ାଗଲା ତେବେ ସେ କହିବେ ଯେ ସେହି ନାଁ ହେଉଛି-ଲିଓନାର୍ଡ଼ୋ ଡି କାପ୍ରିଓ। ମେହଓ୍ବିଶ୍ ଏସବୁ କହିଥିଲେ ମଧ୍ୟ ଦାଉଦ ସହ ନିଜ ସମ୍ପର୍କକୁ ଅସ୍ବୀକାର ମଧ୍ୟ କରିନଥିଲେ।
ପାକିସ୍ତାନରେ ମେହଓ୍ବିଶ ହୟାତଙ୍କୁ ଗ୍ଲାମରସ୍ ଗାର୍ଲ ଭାବେ ଜଣା ଯାଇଥାଏ। ଗତ ବର୍ଷ ମେହଓ୍ବିଶ ହୟାତଙ୍କୁ ପାକିସ୍ତାନର ନାଗରିକ ପୁରସ୍କାର ତମଗା-ଏ-ଇମତିଆଜରେ ସମ୍ମାନିତ କରାଯାଇଥିଲା। ମେହଓ୍ବିଶ ହୟାତ ନିଜ କ୍ୟାରିୟର ଆରମ୍ଭରେ ଏକ ଆଇଟମ୍ ନମ୍ବର କରିଥିଲେ। ମେହଓ୍ବିଶ ହୟାତଙ୍କୁ ମାତ୍ର ୩୭ବର୍ଷ,ସେ ଦାଉଦଠୁ ୨୭ବର୍ଷ ସାନ। ନିଜ ଲୁକ୍ ପାଇଁ ଜଣା ଯାଉଥିବା ହୟାତ ପାକିସ୍ତାନର ଜଣେ ସିଙ୍ଗିଂ ଷ୍ଟାର ମଧ୍ୟ। ସେ ଅଧିକାଂଶ ସମୟରେ କିଛି ଜଣା-ଶୁଣା ହସ୍ତୀଙ୍କ କାର୍ଯ୍ୟକ୍ରମକୁ ହୋଷ୍ଟ କରନ୍ତି।

ମେହଓ୍ବିଶଙ୍କୁ ଗ୍ୟାଙ୍ଗଷ୍ଟାର ଗୁଡ଼ିଆ ନାଁରେ ମଧ୍ୟ ଜଣା ଯାଇଥାଏ। ଏହା ବ୍ୟତୀତ ମେହଓ୍ବିଶ ହୟାତ ବିଲ୍ଲି ନାଁରେ ମଧ୍ୟ ପ୍ରସିଦ୍ଧ। କାରଣ ମେହଓ୍ବିଶ ୨୦୧୪ମସିହାରେ ଆସିଥିବା ଫିଲ୍ମ ନା ମାଲୁମ ଅଫରାଦରେ ବିଲ୍ଲି ଭୂମିକାରେ ଅଭିନୟ କରିଥିଲେ।
