ବିବାଦରେ ସୁନୀଲ୍‌ ଶେଟ୍ଟୀ-ଅନୁରାଗଙ୍କ ଫିଲ୍ମ, ମେକର୍ସଙ୍କୁ ନୋଟିସ୍‌ ପଠାଇଛନ୍ତି ମେହୁଲ୍‌ ଚୋକସି

Published By : Prameya-News7 Bureau | November 17, 2022 IST

ମୁମ୍ଵାଇ ୧୭।୧୧: ବଲିଉଡ କରିଡରରେ ଏବେ ଉତ୍ତେଜନା ଦେଖାଦେଇଛି। ମେହୁଲ ଚକସି ଅଭିନେତା ସୁନୀଲ ଶେଟ୍ଟୀ ଏବଂ ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଫିଲ୍ମ 'ଫାଇଲ ନମ୍ବର ୩୨୩' ବିରୋଧରେ ନୋଟିସ ପଠାଇଛନ୍ତି। ଏହି ଚଳଚ୍ଚିତ୍ରରେ ବ୍ୟବସାୟୀଙ୍କ ବିଷୟରେ ଅନେକ ଖୁଲାସା ହୋଇଛି। ଏହି ଚଳଚ୍ଚିତ୍ରଟି ଭାରତର ପଳାତକ ମେହୁଲ ଚୋକସି, ବିଜୟ ମାଲ୍ୟା ଏବଂ ନିରବ ମୋଦୀଙ୍କ ଉପରେ ଆଧାରିତ।

'ଫାଇଲ ନମ୍ବର ୩୨୩' ରେଫରେନ୍ସ ଆଧାରରେ ବ୍ୟବସାୟୀ ମେହୁଲ ଚୋକସି ଚଳଚ୍ଚିତ୍ର ନିର୍ମାତାଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି। ଏହି ଚଳଚ୍ଚିତ୍ରଟି ତାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ହୋଇଛି। ମେହୁଲ ଚୋକସି ତାଙ୍କ ଓକିଲଙ୍କ ସହାୟତାରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କାର୍ତ୍ତିକ ଏବଂ ନିର୍ମାତା କାଜୋଲ ଦାସ ଏବଂ ପାର୍ଥ ରାୱଲଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି। ବିଜ୍ଞପ୍ତିରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି ୭୨ଘଣ୍ଟା ମଧ୍ୟରେ ଫିଲ୍ମର କାମ ବନ୍ଦ ହେବା ଉଚିତ୍ । ନିର୍ମାତାଙ୍କ ଠାରୁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରାଯାଇଛି। କାଜୋଲ ଦାସ ଏବଂ ପାର୍ଥ ରାୱଲ ଏହି ବିଷୟରେ କଥାବାର୍ତ୍ତା ହୋଇଥିଲେ, ସେମାନେ ସ୍ପଷ୍ଟ ଭାବରେ କହିଥିଲେ ଯେ ଯେଉଁମାନେ ଦେଶର ଟଙ୍କା ଲୁଟି ନେଇ ଦେଶ ଛାଡି ପଳାଇ ବିଦେଶରେ ଲୁଚି ରହିଛନ୍ତି। ସେମାନେ ଆମକୁ ନୋଟିସ୍ ପଠାଉଛନ୍ତି ।

ଏନେଇ ଚଳଚ୍ଚିତ୍ର ନିର୍ମାତାମାନେ କହିଛନ୍ତି ଯେ ସେମାନଙ୍କର ଚଳଚ୍ଚିତ୍ର ତଥ୍ୟ ଉପରେ ଆଧାରିତ ଏବଂ ରିସର୍ଚ ବେସ୍‌ଡ। ଏହି ଚଳଚ୍ଚିତ୍ର କାହାର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବ ନାହିଁ। ଏହା ଦେଖିବାକୁ ବାକି ରହିଲା ମେହୁଲ ଚୋକସି ଏହା ଉପରେ ଆଉ କ’ଣ ପଦକ୍ଷେପ ନିଅନ୍ତି । ଉଲ୍ଲେଖନୀୟ କଥା ହେଉଛି, ନିରବ ମୋଦୀ, ବିଜୟ ମାଲ୍ୟା ଏବଂ ମେହୁଲ ଚୋକସିଙ୍କୁ ଭାରତକୁ ଫେରାଇ ଆଣିବା ପ୍ରକ୍ରିୟା ଏବେ ବି ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.