ଅମିତାଭଙ୍କୁ ଫିଲ୍ମରେ ପ୍ରଥମ ରୋଲ୍ ଦେଇଥିଲେ ମେହମୁଦ୍ : ସୁଟିଙ୍ଗରେ ବିଳମ୍ବରେ ପହଞ୍ଚିବାରୁ ରାଜେଶ୍ ଖାନ୍ନାଙ୍କୁ ସମସ୍ତଙ୍କ ସାମ୍ନାରେ ମାରିଥିଲେ ଥାପଡ଼୍

Published By : Prameya-News7 Bureau | May 03, 2020 IST

ମୁମ୍ବାଇ ୦୩/୦୫ : ଆଜି ଜାଣିବା ହିନ୍ଦୀ ସିନେମା ଜଗତର ମହାନ କମେଡିଆନ୍ ମହମୁଦଙ୍କ ସମ୍ପର୍କରେ ଯିଏ ନିଜର ଅଭିନୟ ପାଇଁ ବର୍ଷ ବର୍ଷ ଧରି ଲୋକଙ୍କ ମନ ଜିତିଥିଲେ | ସେ ଅମିତାଭ ବଚ୍ଚନଙ୍କୁ ପ୍ରଥମ ରୋଲ ଦେଇଥିଲେ | ଥରେ ରାଜେଶ ଖାନ୍ନା ସୁଟିଂ ସେଟରେ ବିଳମ୍ବରେ ପହଞ୍ଚିବାରୁ ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ଥାପଡ଼୍ ମଧ୍ୟ ମାରିଥିଲେ |

ଅଶୋକ କୁମାର ନିଜ ଫିଲ୍ମ 'କିସ୍ମତ'ର ସୁଟିଂ କରୁଥିଲେ | ତାଙ୍କୁ ଜଣେ ଶିଶୁ କଳାକାର ଆବଶ୍ୟକ ଥିଲା | ସେତେବେଳେ ସେଟରେ ଖେଳୁଥିବା ଜଣେ ଶିଶୁ ଉପରେ ତାଙ୍କ ନଜର ପଡିଥିଲା | ସେ ଭାବିଲେ ଶିଶୁଟି ଏହି ଅଭିନୟ ପାଇଁ ପରଫେକ୍ଟ | ଆଉ କିଛି ଚିନ୍ତା ନ କରି ସେ ଶିଶୁକୁ ରୋଲଟି ଦେଇଥିଲେ | ସେହି ଶିଶୁ ଆଉ କେହି ନୁହନ୍ତି ସେ ହିଁ ମେହମୁଦ | ସେତେବେଳେ ମେହମୁଦଙ୍କ ପିତା ବମ୍ବେ ଟକିଜ ସ୍ଟୁଡ଼ିଓରେ କାମ କରୁଥିଲେ |

{"id":263863,"sizeSlug":"large"}

ମେହମୁଦଙ୍କ ଘରର ଆର୍ଥିକ ପରିସ୍ଥିତି ଏତେ ସ୍ୱଚ୍ଛଳ ନଥିଲା | ସେଥିପାଇଁ ସେ ମୁମ୍ବାଇ ଲୋକାଲ ଟ୍ରେନରେ ଟଫି ବିକ୍ରି କରୁଥିଲେ | ଏହାପରେ ସେ ଫିଲ୍ମ ନିର୍ମାତା ଜ୍ଞାନ ମୁଖାର୍ଜୀଙ୍କ ପାଖରେ ଡ୍ରାଇଭର ଭାବେ କାମ କରିଥିଲେ | ତାଙ୍କୁ ପ୍ରତିଦିନ ସ୍ଟୁଡ଼ିଓ ଯିବାକୁ ପଡୁଥିଲା | ଥରେ ସେ ଫିଲ୍ମ 'ନାଦାନ'ର ସୁଟିଂ ଦେଖୁଥିଲେ | ଅଭିନେତ୍ରୀ ମଧୁବାଲାଙ୍କ ସାମ୍ନାରେ ଜଣେ ଜୁନିଅର କଳାକାର ଲଗାତାର ୧୦ ରିଟେକ ପରେ ମଧ୍ୟ ଡାଏଲଗ କହି ପାରିନଥିଲା | ସେତେବେଳେ ନିର୍ଦେଶକ ମେହମୁଦଙ୍କୁ ଏହି ଡାଏଲଗ କହିବାକୁ କହିଥିଲେ | ମେହମୁଦ ଗୋଟିଏ ଥରରେ ଡାଏଲଗ କହିଥିଲେ ଏବଂ ସିନ ଓକେ ହୋଇଥିଲା | ବାସ ସେଠାରୁ ମେହମୁଦଙ୍କ ଭାଗ୍ୟ ଚମକିବା ଆରମ୍ଭ ହୋଇଥିଲା | ଗୋଟିଏ ଡାଏଲଗ ପାଇଁ ମେହମୁଦଙ୍କୁ ୩୦୦ ଟଙ୍କା ପାରିଶ୍ରମିକ ମିଳିଥିଲା | ଏହାପରେ ସେ ଆଉ ୩-୪ ଟି ଫିଲ୍ମରେ ଛୋଟ ମୋଟ ଅଭିନୟ କରିଥିଲେ | ଧୀରେ ଧୀରେ ସେ ନିଜର ଅଭିନୟ ଦକ୍ଷତା ପ୍ରମାଣ କରିଥିଲେ | ୧୯୫୮ ମସିହାରେ ଫିଲ୍ମ 'ପରବରିଶ'ରେ ତାଙ୍କୁ ଏକ ଭଲ ଭୂମିକା ମିଳିଥିଲା |

ଏହାପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଭଲ ଭଲ ଫିଲ୍ମ ମିଳିଥିଲା | ମେହମୁଦ କାମରେ ଏତେ ବ୍ୟସ୍ତ ହୋଇଗଲେ ଯେ ପରିବାରକୁ ସମୟ ଦେଇ ପାରୁନଥିଲେ | ଇତି ମଧ୍ୟରେ ତାଙ୍କ ପୁଅକୁ ପୋଲିଓ ହୋଇଯାଇଥିଲା | ସେତେବେଳେ ମେହମୁଦ ଭାଙ୍ଗି ପଡ଼ିଥିଲେ | ସେ ନିଜକୁ ଦୋଷ ଦେଇଥିଲେ ଯେ ତାଙ୍କ ନିଜ ଭୁଲ ପାଇଁ ତାଙ୍କ ପୁଅକୁ ପୋଲିଓ ହୋଇଯାଇଛି | ଏହି ଘଟଣା ପରେ ସେ ଟକୁଁଵାରା ବାପ'ରେ ଅଭିନୟ କରିଥିଲେ | ଫିଲ୍ମରେ ସେ ଏକ ପୋଲିଓଗ୍ରସ୍ତ ଶିଶୁର ବାପା ଭୂମିକାରେ ଅଭିନୟ କରିଥିଲେ | ସବୁ ଫିଲ୍ମରେ ଦର୍ଶକଙ୍କୁ ହସାଉଥିବା ମେହମୁଦ ଏହି ଅଭିନୟ ଜରିଆରେ ଦର୍ଶକଙ୍କୁ କନ୍ଦାଇ ଦେଇଥିଲେ |

{"id":263864,"sizeSlug":"large"}

ଅମିତାଭ ବଚ୍ଚନଙ୍କ ସହ ମେହମୁଦଙ୍କ ଭଲ ସମ୍ପର୍କ ଥିଲା | ମେହମୁଦଙ୍କ ଭାଇ ଅନୱର ଅମିତାଭଙ୍କ ବନ୍ଧୁ ଥିଲେ | ଯେତେବେଳେ ସେ ପ୍ରଥମଥର ପାଇଁ ଅମିତାଭଙ୍କୁ ସାକ୍ଷାତ କରିଥିଲେ ସେତେବେଳେ ଅମିତାଭ ରାଜୀବ ଗାନ୍ଧୀଙ୍କ ସହ ଥିଲେ | ସେତେବେଳେ ମେହମୁଦ ନିଶା ଶକ୍ତ ଅବସ୍ଥାରେ ଥିଲେ | ରାଜୀବ ଗାନ୍ଧୀଙ୍କୁ ଦେଖି ସେ କହିଥିଲେ ଇଏ ମୋର ଆଗାମୀ ଫିଲ୍ମର ହିରୋ | ନିଜ ଭାଇ ଅନୱରକୁ ୫ ହଜାର ଟଙ୍କା ଦେଇ କହିଥିଲେ ଏହି ଯୁବକକୁ କହିଦିଅ ପହରଦିନ ସୁଟିଂ ପାଇଁ ଆସିବ | ସେତେବେଳେ ଅନବର କହିଥିଲେ ଇଏ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ | ସେତେବେଳେ ମେହମୁଦ କହିଥିଲେ ଅମିତାଭ ମୋ ଫିଲ୍ମର ହିରୋ | ସୋଲୋ ହିରୋ ଭାବେ ଅମିତାଭଙ୍କୁ ପ୍ରଥମେ ମେହମୁଦ ହିଁ ନିଜ ଫିଲ୍ମରେ ନେଇଥିଲେ | 'ବମ୍ବେ ଟୁ ଗୋଆ'ରେ ଅମିତାଭ ପ୍ରଥମେ ସୋଲୋ କଳାକାର ଭାବେ ଅଭିନୟ କରିଥିଲେ |

ମେହମୁଦଙ୍କ ଅଭିନୟ ଦକ୍ଷତା ଆଗରେ ବଡ ବଡ କଳାକାର ମଧ୍ୟ ହାର ମାନିଯାଉଥିଲେ | ଅନେକ କଳାକାର ମେହମୁଦଙ୍କୁ ଡରୁଥିଲେ | କିନ୍ତୁ ମେହମୁଦ ନିଜେ କିଶୋର କୁମାରଙ୍କୁ ଡରୁଥିଲେ | ସେତେବେଳେ କିଶୋର କୁମାରଙ୍କ ଏକ ଫିଲ୍ମରେ ଅଭିନୟ କରିବା ପାଇଁ ମେହମୁଦ କିଶୋର କୁମାରଙ୍କୁ ନିବେଦନ କରିଥିଲେ | କିନ୍ତୁ କିଶୋର କୁମାର ମନା କରିଦେଇଥିଲେ | ସେ କହିଥିଲେ ଯିଏ ଭବିଷ୍ୟତରେ ତାଙ୍କୁ ଚେତାବନୀ ଦେବ ତାଙ୍କୁ ସେ ନିଜ ଫିଲ୍ମରେ କିଭଳି ମଉକା ଦେବେ | କିଶୋରଙ୍କ କଥାରେ ମେହମୁଦ ଜବାବ ଦେଇଥିଲେ ଯେ, ଯେବେ ସେ ଜଣ ବଡ ଫିଲ୍ମ ନିର୍ମାତା ହେବେ ସେତେବେଳେ କିଶୋରଙ୍କୁ ନିଜ ଫିଲ୍ମରେ ଏକ ଭଲ ଭୂମିକା ଦେବେ | ଏହାପରେ ମେହମୁଦ ନିଜର ହୋମ ପ୍ରଡକ୍ସନ ଫିଲ୍ମ 'ପାଡୋସନ'ରେ କିଶୋର କୁମାରଙ୍କୁ ଏକ ରୋଲ ଦେଇଥିଲେ |

{"id":263865,"sizeSlug":"large"}

ମେହମୁଦଙ୍କ ଫିଲ୍ମ 'ଜନତା ହବଲଦାର'ରେ ସେ ରଜୋତ୍ସ ଖାନ୍ନାଙ୍କୁ ନେଇଥିଲେ | ସେତେବେଳେ ରାଜେଶ ଖାନ୍ନା ସୁଟିଂ ସେଟକୁ ପ୍ରତିଦିନ ବିଳମ୍ବରେ ଆସୁଥିଲେ | ପ୍ରତିଦିନ ସୁଟିଂରେ ବିଳମ୍ବ ହେବାରୁ ମେହମୁଦ ରାଗି ଯାଇଥିଲେ | ଦିନେ ସେ ରାହେସ ଖାନ୍ନାଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ମାରିଦେଇଥିଲେ | ସେ କ୍ରୋଧିତ ହୋଇ କହିଥିଲେ, ' ଆପଣ ନିଜ ଘରେ ସୁପରଷ୍ଟାର ହୋଇଥିବେ, କିନ୍ତୁ ମୁଁ ଆପଣଙ୍କୁ ଫିଲ୍ମରେ ନେଇଛି ଏବଂ ପୁରା ଟଙ୍କା ନେଇଛି ମାନେ ଆପଣଙ୍କୁ ସମୟରେ ପହଞ୍ଚିବାକୁ ହେବ |'

ସେ ସମୟରେ ଅଧିକାଂଶ ଫିଲ୍ମରେ ମେହମୁଦଙ୍କୁ ଭଲ ଭୂମିକା ମିଳୁଥିଲା | କିଛି କିଛି ଫିଲ୍ମରେ ତାଙ୍କୁ ମୁଖ୍ୟ କଳାକାର ଠାରୁ ମଧ୍ୟ ଅଧିକ ଫିସ ଦିଆଯାଉଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.