‘ଜାମ୍ମୁ-କାଶ୍ମୀର ଏକ ଖୋଲା ଜେଲ୍; ଅନୁଚ୍ଛେଦ ୩୭୦ ଲାଗୁ ନହେବା ଯାଏଁ ଲଢିବି ନାହିଁ ନିର୍ବାଚନ', ମେହବୁବା ମୁଫ୍‌ତିଙ୍କ ଘୋଷଣା

Published By : Prameya-News7 Bureau | May 21, 2023 IST

ଜାମ୍ମୁ-କାଶ୍ମୀର: ବିଷ ଓଗାଳିଲେ ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନବାଦୀ ନେତା । କେନ୍ଦ୍ର ସରକାରଙ୍କୁ ଟାଗେର୍ଟ କରିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି । ପୂର୍ବରୁ ଜାମ୍ମୁ-କାଶ୍ମୀରର ଅନ୍ତରୀଣ ମାମଲାରେ କେବଳ ପାକିସ୍ତାନ ମୁଣ୍ଡ ପୁରାଉଥିଲା, ହେଲେ ଅନୁଚ୍ଛେଦ ୩୭୦ ହଟିବା ପରେ ଏବେ ଚୀନ୍ ମଧ୍ୟ ହସ୍ତକ୍ଷେପ କରିବାକୁ ପଛଉନାହିଁ । ଜାମ୍ମୁ-କାଶ୍ମୀରରୁ ଧାରା-୩୭୦ କେନ୍ଦ୍ର ସରକାର ହଟାଇବା ପରେ ଏହାର ପରିଣାମ ଧୀରେ ଧୀରେ ସାମ୍ନାକୁ ଆସୁଛି ବୋଲି ମେହବୁବା ମୁଫ୍‌ତି କହିଛନ୍ତି ।

ଜାମ୍ମୁ-କାଶ୍ମୀରରେ ନିର୍ବାଚନକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ଏହି ପିଡିପି ନେତା । ରାଜ୍ୟରେ ପୁଣି ଥରେ ଧାରା-୩୭୦ ଲାଗୁ ନହେବା ପର୍ଯ୍ୟନ୍ତ ନିର୍ବାଚନ ଲଢିବେ ନାହିଁ  । ହେଲେ ପାର୍ଟି ନିର୍ବାଚନରେ ଭାଗ ନେବ । କର୍ଣ୍ଣାଟକରେ କଂଗ୍ରେସ ସରକାର ଶପଥ ଉତ୍ସବରେ ସମ୍ବାଦିକ ମାନଙ୍କର ପ୍ରଶ୍ନର ଏଭଳି କିଛି ଉତ୍ତର ଦେଇଛନ୍ତି ମେହବୁବା ମୁଫ୍‌ତି ।

ଜାମ୍ମୁ-କାଶ୍ମୀର ଏବେ ଖୋଲା ଜେଲ୍‌ରେ ପରିଣତ ହୋଇଛି । ପରିବାରର ସମସ୍ତଙ୍କ ଠାରୁ ପାସ୍‌ପୋର୍ଟ ଜବତ କରି ନିଆଯାଇଛି । ଯଦି ଜଣେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପରିବାର ସହିତ ଏମିତି ହେଇ ପାରୁଛି, ତେବେ ସାଧାରଣ ଲୋକଙ୍କ ଅବସ୍ଥା କିପରି ଥିବ ଭାବନ୍ତୁ । ଜାମ୍ମୁ-କାଶ୍ମୀରରେ ବିଶେଷ ରାଜ୍ୟ ପାହ୍ୟା ଥିବାବେଳେ, ଏହା ସଂଘୀୟ ବ୍ୟବସ୍ଥାର ସବୁଠାରୁ ବଡ଼ ଉଦାହରଣ ଥିଲା । ହେଲେ ଧାରା ୩୭୦ ହଟିବା ପରେ ଏହା ବିଭାଜିତ ହୋଇଛି । ଏକ ବିଶେଷ ରାଜ୍ୟକୁ ପଙ୍ଗୁ କରି ଦିଆଯାଇଛି ବୋଲି ମୁଫତି କହିଛନ୍ତି । ଆଗାମୀ ଦିନରେ ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନମିଳିବା ପର୍ଯ୍ୟନ୍ତ ନିର୍ବାଚନ ଲଢିବେ ନାହିଁ ବୋଲି ସେ କହିଛନ୍ତି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.