ପୁଣି ନଜରବନ୍ଦୀ ହେଲେ ମେହେବୁବା ମୁଫତୀ, ଘରୁ ବାହାରିବାକୁ ନାହିଁ ଅନୁମତି

Published By : Prameya-News7 Bureau | November 27, 2020 IST

ଜାମ୍ମୁ-କାଶ୍ମୀର ୨୭/୧୧ : ପୁଣି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତୀଙ୍କ ବଢିଲା ଅଡୁଆ । ଶୁକ୍ରବାର ସକାଳୁ ମେହେବୁବାଙ୍କ ପୁଅ ଫୋନ ଯୋଗେ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କୁ ଏବଂ ତାଙ୍କ ମା ମେହେବୁବା ମୁଫତୀଙ୍କୁ ନିଜ ଘରେ ପୁଣି ଥରେ ନଜରବନ୍ଦୀ କରାଯାଇଛି । ଦୁଇଜଣଙ୍କ ମଧ୍ୟରୁ କାହାରିକୁ ମଧ୍ୟ ଘରୁ ବାହାରକୁ ବାହାରିବାକୁ ଅନୁମତି ନାହିଁ । ପୂର୍ବରୁ ମେହେବୁବା ମୁଫତୀଙ୍କୁ ନିଜ ଘରେ ହିଁ ନଜରବନ୍ଦୀ କରି ରଖାଯାଇଥିଲା । କିଛିଦିନ ତଳେ ତାଙ୍କୁ ଛଡାଯାଇଥିଲା । ଜାମ୍ମୁ-କାଶ୍ମୀରକୁ ନେଇ ଲଗାତାର ଭାବେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବାର ତାଙ୍କ ବିରୋଧରେ ବାରମ୍ବାର ପଦକ୍ଷେପ ନେବାକୁ ପଡୁଛି ।

wp:core-embed/twitter {"url":"https://twitter.com/MehboobaMufti/status/1332184220525989894?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1332184220525989894%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.amarujala.com%2Fjammu%2Fmehbooba-mufti-put-under-house-arrest-daughter-confirms-on-phone","type":"rich","providerNameSlug":"twitter","className":""}
https://twitter.com/MehboobaMufti/status/1332184220525989894?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1332184220525989894%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.amarujala.com%2Fjammu%2Fmehbooba-mufti-put-under-house-arrest-daughter-confirms-on-phone
/wp:core-embed/twitter

ମିଳିଥିବା ସୂଚନା ଅନୁସାରେ ମେହେବୁବା ମୁଫତୀ ଆଜି ପୁଲଓ୍ମାମା ଗସ୍ତରେ ଯିବାର ଥିଲା । ତେବେ ଏହା ପୂର୍ବରୁ ତାଙ୍କୁ ନଜରବନ୍ଦୀ କରାଯାଇଛି । ଏହା ପରେ ମୁଫତୀ ନିଜେ ଟ୍ବିଟ୍ କରି କହିଛନ୍ତି ‘ ମୋତେ ପୁଣି ଥରେ ଅବୈଧ ଭାବେ ନଜରବନ୍ଦୀ କରାଯାଇଛି । ଗତ ଦୁଇ ଦିନ ହେଲା କାଶ୍ମୀର ପ୍ରଶାସନ ମୋତେ ପୁଲଓ୍ବାମାରେ ଥିବା ଦଳର ନେତା ଓ୍ବହିଦ-ଡର-ରେହମାନଙ୍କ ପରିବାରଙ୍କୁ ଭେଟିବାକୁ ଅନୁମତି ଦିଆଯାଉନାହିଁ’ । ସେ କହିଛନ୍ତି କୌଣସି ଆଧାର ନଥାଇ ତାଙ୍କୁ ଗିରଫ କରାଯାଇଥିଲା । ଏପରିକି ତାଙ୍କ ଝିଅକୁ ମଧ୍ୟ ନଜରବନ୍ଦୀ କରି ରଖାଯାଇଥିଲା । ବିଜେପି ମନ୍ତ୍ରୀ ଏବଂ ତାଙ୍କର ସହଯୋଗୀମାନେ କାଶ୍ମୀରର କୋଣ ଅନୁକୋଣରେ ବୁଲିପାରୁଛନ୍ତି କିନ୍ତୁ କେବଳ ମୋ ପାଇଁ ସୁରକ୍ଷା କାହିଁକି ଏକ ସମସ୍ୟା ହେଉଛି ବୋଲି ପ୍ରଶ୍ନ କରିଛନ୍ତି ମେହେବୁବା ମୁଫତୀ ।

wp:core-embed/twitter {"url":"https://twitter.com/OmarAbdullah/status/1332197041452109831?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1332197041452109831%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.amarujala.com%2Fjammu%2Fmehbooba-mufti-put-under-house-arrest-daughter-confirms-on-phone","type":"rich","providerNameSlug":"twitter","className":""}
https://twitter.com/OmarAbdullah/status/1332197041452109831?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1332197041452109831%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.amarujala.com%2Fjammu%2Fmehbooba-mufti-put-under-house-arrest-daughter-confirms-on-phone
/wp:core-embed/twitter

ମେହେବୁବା ଏବଂ ତାଙ୍କ ଝିଅ ଇଲତିଜା ମୁଫତୀଙ୍କ ନଜରବନ୍ଦୀକୁ ନେଇ ନେସନାଲ କନଫରେନ୍ସ୍ ନେତା ଓମାର ଅବଦୁଲ୍ଲା କହିଛନ୍ତି ଯେ, ସରକାର ଏମିତି ସୁରକ୍ଷା ଦେଉଛନ୍ତି ଯେମିତିକି କାହାର ଉପକାର କରୁଛନ୍ତି, ଏପରକି ଇଚ୍ଛା ମୁତାବକ କାହାକୁ ବ୍ୟକ୍ତି ସ୍ବାଧୀନତା ଦେଉଛନ୍ତି ଏବଂ ଛଡେଇ ନେଉଛନ୍ତି । ଓମାର ଅବଦୁଲ୍ଲା ଟ୍ବିଟ କରି କହିଛନ୍ତି ଯେ, ବାଧା ଛିଡା କରାଇବା ଏହି ପ୍ରଶାସନର ନୂଆ ଚାଲ୍ । ସେ କହିଛନ୍ତି ଏବେ ତାଙ୍କ ପିତାଙ୍କୁ ପ୍ରାର୍ଥନା କରିବାରୁ ରୋକିବା ପାଇଁ ଏପରି କରିଥିଲା ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.