Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଶିବଲିଙ୍ଗରେ ଜଳାଭିଷେକ କରି ସମାଲୋଚନା ହେବା ପରେ ମୌଲାନଙ୍କ ଉପରେ ବର୍ଷିଲେ ମେହେବୁବା ମୁଫ୍‌ତୀ, କହିଲେ…

16/03/2023 at 5:18 PM

ଶ୍ରୀନଗର: ଶିବଲିଙ୍ଗରେ ଜଳାଭିଷେକ କରି ହିନ୍ଦୁ ସିମ୍ପାଥି ଜିତିବାକୁ ଚେଷ୍ଟା କରିବାକୁ ଯାଇ ଓଲଟି ସମାଲୋଚନାରେ ଶିକାର ହୋଇଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତୀ।। ବିଜେପି ଏହାକୁ ଲୋକଦେଖାଣିଆ କହିବା ସହିତ ମୁସ୍ଲିମ ବିଦ୍ୱାନ ଏହାକୁ ନିନ୍ଦା କରିଛନ୍ତି। ନିନ୍ଦା ଓ ସମାଲୋଚନାର ଶିକାର ହେବା ପରେ ଉତ୍ତର ରଖିଛନ୍ତି ମେହେବୁବା ମୁଫ୍‌ତୀ। ତାଙ୍କ ଧର୍ମ କଣ ସେ ଭଲଭାରେ ଜାଣନ୍ତି ବୋଲି କହିଛନ୍ତି ପିଡିପି ମୁଖ୍ୟ।

ବୁଧବାର ଜାମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲାର ନବଗ୍ରହ ମନ୍ଦିର ପରିଦର୍ଶନରେ ଯାଇଥିଲେ ପିଡିପି ମୁଖ୍ୟ ମେହବୁବା ମୁଫ୍‌ତୀ । ସେଠାରେ ସେ ଶିବଲିଙ୍ଗଙ୍କ ଉପରେ ଜଳାଭିଷେକ କରିଥିଲେ। ଏହାପରେ ମୁସ୍ଲିମ ବିଦ୍ୱାନମାନେ ତାଙ୍କୁ ସମାଲୋଚନା କରିଥିଲେ। ଉତ୍ତର ପ୍ରଦେଶ ଦେଓବନ୍ଦର ଜଣେ ମୌଲାନା କହିଥିଲେ ଯେ ମୁଫ୍‌ତୀ ଯାହା କଲେ ସେପରି କରିବାକୁ ଇସ୍ଲାମ୍‌ରେ ଅନୁମତି ନାହିଁ।

ଇତ୍ତେହାଦ ଉଲେମା ଏ ହିନ୍ଦର ଉପସଭାପତି ମୁଫ୍‌ତୀ ଅସଦ କାସମୀ କହିଛନ୍ତି “ସେ ମେହେବୁବା ହୁଅନ୍ତୁ ବା ସାଧାରଣ ମହିଳା। ସମସ୍ତେ ଜାଣନ୍ତି ଯେ ଆମ ଧର୍ମ କଣ କହୁଛି, କେଉଁସବୁ ପାଇଁ ଅନୁମତି ରହିଛି ଏବଂ କଣ ପ୍ରତିବନ୍ଧକ ରହିଛି ଏକଥା ସମସ୍ତେ ଜାଣନ୍ତି। ତେବେ ଏହା ଭାରତ। ପ୍ରତ୍ୟେକ ଲୋକଙ୍କୁ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ମେହେବୁବା ମୁଫ୍‌ତୀ ଯାହା କଲେ ତାହା ଅପ୍ରାସଙ୍ଗିକ ଓ ଏଥିପାଇଁ ଇସ୍ଲାମରେ ଅନୁମତି ନାହିଁ। ତେବେ ତା’ର ଅର୍ଥ ଏହା ନୁହେଁ ଯେ ତାଙ୍କ ଠାରୁ ତାଙ୍କ ଧର୍ମ କେହିଁ ଛଡେଇ ନେବ। କିନ୍ତୁ ସେ ଯାହା କଲେ ଇସ୍ଲାମ ନୀତି ବିରୋଧରେ।”

ନାନା ସମାଲୋଚନା ବିରୋଧ ପରେ ଗୁରୁବାର ମୁହଁ ଖୋଲିଛନ୍ତି ମେହେବୁବା ମୁଫ୍‌ତୀ। ନିଜର ମନ୍ଦିର ଗସ୍ତକୁ ଉତିତ୍ ଦର୍ଶାଇ ମୌଲାନଙ୍କ ଉପରେ ବର୍ଷିଛନ୍ତି ମେହେବୁବା। ସେ କହିଛନ୍ତି “ଆମର ଧର୍ମ ନିରପେକ୍ଷ ଦେଶ। ଆମେ ଗଙ୍ଗା ଜମୁନା ପରମ୍ପରାକୁ ମାନୁ। ଆମେ ସବୁ ଧର୍ମକୁ ସମ୍ମାନ କରୁ। ଆମ ନେତା ଦିମ୍ବଗତ ଯଶପାଲ ଶର୍ମା ନିର୍ମାଣ କରାଇଥିବା ଏକ ମନ୍ଦିରକୁ ମୁଁ ଯାଇଥିଲି। ଏହା ଖୁବ ସୁନ୍ଦର ମନ୍ଦିର। ମନ୍ଦିର ଦର୍ଶନ ବେଳେ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଶ୍ରଦ୍ଧାର ସହ ଏକ ଜଳପୂର୍ଣ୍ଣକୁମ୍ଭ ମୋ ହାତରେ ଦେଇଥିଲେ। ମୁଁ ତାଙ୍କ ସ୍ନେହଁ ଓ ଭକ୍ତିକୁ ସମ୍ମାନ ଜଣାଇ ଶିବ ଲିଙ୍ଗମ୍‌ଙ୍କ ଉପରେ ଜଳାଭିଷେକ କରିଥିଲି।”

ମୁଫ୍‌ତୀ ଆହୁରି ମଧ୍ୟ କହିଛନ୍ତି “ ତେବେ ଏହାକୁ ନେଇ ଦେଓବନ୍ଦ ମୌଲାନା କଣ କହିଛନ୍ତି ସେ ବିଷୟରେ ମୁଁ କିଛି କହିବାକୁ ଚାହୁଁନି। ମୁଁ ମୋ ଧର୍ମକୁ ଭଲଭାବେ ଜାଣେ। ତେବେ ମୁଁ କୁଆଡ଼େ ଯିବି ତାହା ସମ୍ପୂର୍ଣ୍ଣ ମୋ ବ୍ୟକ୍ତିଗତ କଥା।”

   Related Posts