ଦରଦାମ ବୃଦ୍ଧିକୁ ନେଇ ବିଜେପିକୁ ଘେରିବ କଂଗ୍ରେସ: ରାମଲୀଳା ମୈଦାନରେ ଆଜି ବିଶାଳ ରାଲିରେ ଯୋଗ ଦେବେ ବରିଷ୍ଠ ନେତା

Published By : Prameya-News7 Bureau | September 04, 2022 IST

ନୂଆଦିଲ୍ଲୀ: ଆଗକୁ କେତେକ ମୁଖ୍ୟା ରାଜ୍ୟରେ ନିର୍ବାଚନ ଥିବା ବେଳେ ଦରଦାମ ବୃଦ୍ଧି ଉପରେ ବିଜେପିକୁ ଘେରିବାକୁ ଯୋଜନା କରୁଛି କଂଗ୍ରେସ। ଏଥିପାଇଁ ଆଜି ଦିଲ୍ଲୀର ରାମଲୀଳା 'ମୈଦାନ୍‌ରେ ମେହେଙ୍ଗାଇ ପର ହାଲ୍ଲା ବୋଲ ରାଲି'ର ଆୟୋଜନ କରିଛି କଂଗ୍ରେସ। ମିଳିଥିବା ସୂଚନା ଅନୁସାରେ ଦିନ ୧୧ଟା ବେଳେ ବରିଷ୍ଠ କଂଗ୍ରେସ ନେତା ସମେତ ଦଳର ସାଧାରଣ ସମ୍ପାଦକ ଆଜି ଏଆଇସିସି ମୁଖ୍ୟାଳୟରେ ଏକାଠି ହେବେ। ଏହାପରେ ସେଠାରୁ ସମସ୍ତେ ବସ୍‌ରେ ବସି ରାମଲୀଳ ମୈଦାନ ଅଭିମୁଖେ ବାହାରିବେ। ଆଜି (ସେପ୍ଟେମ୍ବର ୪) ଦିନ ୧ଟା ବେଳେ ରାହୁଲ ଗାନ୍ଧୀଙ୍କୁ ଏହି ରାଲିକୁ ସମ୍ବୋଧିତ କରିପାରନ୍ତି ବୋଲି ସୂଚନା ମିଳିଛି।

କଂଗ୍ରେସର ରାଲିକୁ ଦେଖି ଦିଲ୍ଲୀ ରାମ ଲୀଳ ମୈଦାନ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ଦିଲ୍ଲୀ ପୁଲିସ ପକ୍ଷରୁ ଏକ ଟ୍ରାଫିକ୍ ଆଡ୍‌ଭାଇଜରୀ ମଧ୍ୟକ ଜାରି କରାଯାଇଛି। ରାଲି ପାଇଁ କେଉଁ ରାସ୍ତା ସବୁ ବନ୍ଦ ରହିଛି ସେ ନେଇ ଟ୍ୱିଟ୍ କରି ଯାତ୍ରୀଙ୍କୁ ଅବଗତ କରିଛି ଦିଲ୍ଲୀ ପୁଲିସ। ସୂଚନା ଅନୁସାରେ, ରାଲି ସ୍ଥାନରେ ସ୍ଥାନୀୟ ପୁଲିସ ସହ ପାରାମିଲିଟାରୀ ଫୋର୍ସ ମୁତୟନ କରାଯିବ। ପ୍ରବେଶ ସ୍ଥାନରେ ମେଟାଲ ଡିଟେକ୍ଟର ରଖାଯିବ ବୋଲି ଦିଲ୍ଲୀ ପୁଲିସ ସୂଚନା ଦେଇଛି।

wp:html /wp:html

ଆଜିର ରାଲିକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଲ କହିଛନ୍ତି ମହଙ୍ଗା ସ୍ଥିତି ବିରୋଧରେ ଆମର ଆନ୍ଦୋଳନ କେବଳ ଏହି ରାଲିରେ ସୀମିତ ରହିବ ନାହିଁ। ସେପ୍ଟେମ୍ବର ୭ ତାରିଖ ଠାରୁ କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଆରମ୍ବ କରିବ। ଏଥିରେ ଏକାଧିକ କଂଗ୍ରେସ ସଦସ୍ୟ ଓ ଦଳର ସାଂସଦମାନେ ଏହି ଯାତ୍ରାରେ ଯୋଗ ଦେବେ। କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ ବୋଲି ବେଣୁ ଗୋପାଳ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀ ସରକାର ଏସବୁରେ କୌଣସି ସମାଧାନ କରୁ ନାହାନ୍ତି ସେ କେବଳେ ଅନ୍ୟ ଦଳରୁ ବିଧାୟକ କିଣିବାରେ ବ୍ୟସ୍ତ ରହୁଛନ୍ତି। ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଦରଦାମ ବୃଦ୍ଧି ଓ ଜିଏସ୍‌ଟି ବୃଦ୍ଧିକୁ ନେଇ ଅଗଷ୍ଟକ ୫ ତାରିଖରେ ବଡ଼ ଧରଣର ରାଲି କରିସାରିଛି। ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ଭଳି ଦଳର ବଡ଼ ନେତାମାନେ ମଧ୍ୟ ରାରିଲେ ଭାଗ ନେଇସାରିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.