ମେଘାଳୟକୁ ମିଳିଲା ପ୍ରଥମ ଇଲେକ୍ଟ୍ରିକ ଟ୍ରେନ୍
17/03/2023 at 10:48 PM

ନୂଆଦିଲ୍ଲୀ: ମେଘାଳୟକୁ ମିଳିଲା ପ୍ରଥମ ଇଲେକ୍ଟ୍ରିକ ଟ୍ରେନ୍। ଭାରତୀୟ ରେଳବାଇ ପକ୍ଷରୁ ଅଙ୍ଗାରକାମ୍ଳ ନିର୍ଗତକୁ ସମ୍ପୂର୍ଣ୍ଣ ଶେଷ କରିବାକୁ ଜାରି ରହିଥିବା ଅଭିଯାନରେ ନର୍ଥଇଷ୍ଟ ଫ୍ରଣ୍ଟିୟର ରେଳବାଇ(ପୂର୍ବୋତ୍ତର ସୀମାନ୍ତ ରେଳବାଇ)କୁ ବଡ଼ ସଫଳତା ମିଳିଛି।
ରେଳବାଇ ଦୁଧ୍ନାଇ-ମେନ୍ଦିପଥର ମଧ୍ୟରେ ସିଙ୍ଗଲ ଲାଇନ୍ ୨୨.୮୨୩ କିମି ଟ୍ରାକ୍ରେ ଓ ଅଭୟପୁରୀ-ପଞ୍ଚରତ୍ନ ମଧ୍ୟରେ ଡବଲ ଲାଇନ ୩୪.୫୮ କିମି ଟ୍ରାକକୁ ମାର୍ଚ୍ଚ ୧୫ ସୁଦ୍ଧା ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍କରଣ କରିଛନ୍ତି।
ଏନେଇ ରେଳ ମନ୍ତ୍ରାଳୟ କହିଛି ଯେ ସେଣ୍ଟ୍ରାଲ ଅର୍ଗାନାଇଜେସନ ଫର୍ ରେଳବାଇ ଇଲେକ୍ଟ୍ରିକ୍ଫିକେସନ(କୋର୍) ଏହି ବିଭାଗରେ ଇଲେକ୍ଟ୍ରିକ୍କରଣ କାର୍ଯ୍ୟ କରିଛନ୍ତି। ୨୦୩୦ ସୁଦ୍ଧା ଅଙ୍ଗାର କାମ୍ଳକୁ ଶେଷ କରିବା ପାଇଁ ରେଳବାଇର ଅଭିଯାନରେ ଏହା ପ୍ରଥମ ପାଦ ଆଗକୁ ବଢ଼ିଛି।
ଉତ୍ତରପୂର୍ବ ରାଜ୍ୟ ମେଘାଳୟରେ ମେନ୍ଦିପଥର ହେଉଛି ଏକମାତ୍ର ରେଳ ଷ୍ଟେସନ୍। ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଉଦ୍ଘାଟନ କରିଥିଲେ। ଏବେ ଇଲେକ୍ଟ୍ରିକ୍ ଟ୍ରାକ୍ସନ ଚାଲୁ ହେବା ପରେ ଇଲେକ୍ଟ୍ରିକ୍ ଲୋକୋମୋଟିଭ ଦ୍ୱାରା ସଂଚାଳନ ହେଉଥିବା ଟ୍ରେନଗୁଡ଼ିକ ଏବେ ମେଘାଳୟ ମେନ୍ଦିପଥର ଷ୍ଟେସନ୍ରୁ ଚଳାଚଳ କରିପାରିବ। ଏଥିରେ ଟ୍ରେନ୍ରେ ହାରାହାରି ଗତି ବି ବୃଦ୍ଧି ହେବା ସହ ମଧ୍ୟମ ଗତିରେ ଚାଲୁଥିବା ମାଲବାହୀ ଟ୍ରେନ୍ ଓ ଅଧିକ ଯାତ୍ରୀବାହୀ ଟ୍ରେନ୍ଗୁଡ଼ିକ ଗତି ବଢ଼ିପାରିବ। ଫଳରେ ଯାତ୍ରା ସମୟ ହ୍ରାସ ହେବା ସହ ଅନ୍ୟ ରାଜ୍ୟ ଗୁଡ଼ିକର ଟ୍ରେନ୍ ବି ସିଧା ସଳଖ ମେଘାଳୟ ପହଞ୍ଚିପାରିବ।