ଭୂମିକମ୍ପରେ ଥରିଲା ମେଘାଳୟ, ରିକ୍ଟର ସ୍କେଲରେ ତୀବ୍ରତା ୪.୦

Published By : Prameya-News7 Bureau | June 13, 2022 IST

ନୂଆଦିଲ୍ଲୀ, ୧୩|୦୬:  ଭୂମିକମ୍ପରେ ଥରିଲା ମେଘାଳୟ । ସୋମବାର ସକାଳେ ମେଘାଳୟରେ ଭୂମିକମ୍ପର ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ବୋଲି ଜଣାପଡିଛି ।

ସୋମବାର ସକାଳେ ମେଘାଳୟବାସୀ ଭୁମିକମ୍ପର ଝଟକା ଅନୁଭୂତ କରିଥିଲେ ।  ଏହାର କେନ୍ରସ୍ଥଳ ତୁରାଠୁ ୪୩ କିମି ଦୂରରେ ବୋଲି ଜଣାପଡିଛି । ସକାଳ ୬ଟା ୩୨ରେ ହିଁ ମେଘାଳୟ ମାଟି ଥରିଥିଲା।

wp:html /wp:html

ତେବେ ଝଟଲା ଲାଗିବା ପରେ ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ । ଏବୁସଦ୍ଧା କୌଣସି ବଡ ଧରଣର ଅଘଟଣ ହୋଇଥିବା ଖବର ଆସିନାହିଁ । କିନ୍ତୁ ଲୋକେ ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.