ଚାନ୍ଦବାଲିରେ ବିଜେପିର ମେଗା ରୋଡ୍ ଶୋ’, ମନମୋହନ ସାମଲଙ୍କ ପାଇଁ ପ୍ରଚାର କଲେ ଅନୁଭବ

Published By : Prameya-News7 Bureau | May 21, 2024 IST

ଚାନ୍ଦବାଲି ୨୧।୫: ଚାନ୍ଦବାଲିରେ ପ୍ରବଳ ବର୍ଷା ସତ୍ବେ ଅଟକିଲାନି ବିଜେପି ରୋଡ଼ ଶୋ’ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଚାନ୍ଦବାଲିରେ ଦୀର୍ଘ ମେଗା ରୋଡ଼ ଶୋ’ ଓ ବାଇକ୍ ରାଲି । ହଜାର ହଜାର ସଂଖ୍ୟାରେ ବିଜେପି ସମର୍ଥକ ସାମିଲ ହୋଇଛନ୍ତି । ମେଗା ରୋଡ଼ ଶୋ’ରେ ଅନୁଭବ ମହାନ୍ତି ଯୋଗ ଦେଇ କର୍ମୀଙ୍କ ଜୋଶ୍‌କୁ ବଢେଇ ଦେଇଥିଲେ । 

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଘଣ୍ଟେଶ୍ଵର ବାଲିଆପାଳ ଘାଟ ନିକଟରୁ ଯଶୀପୁର ପର୍ଯ୍ୟନ୍ତ  ରୋଡ଼ ଶୋ’ କରାଯାଇଥିଲା । ହଜାର ହଜାର ସଂଖ୍ୟାରେ କର୍ମୀ ଏକ ବିରାଟ ପଟୁଆରରେ ବାହାରି ଗାଁ ଗାଁରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ହାତ ମୁଠାକୁ ଟାଣ କରିବା ସହିତ ନାରାବାଜି ଦେଇଥିଲେ । ଏହି ଶୋଭାଯାତ୍ରା ଦେଖିବା ପରେ ଷ୍ଟାର୍ ପ୍ରଚାରକ ଅନୁଭବ ମହାନ୍ତି ଚାନ୍ଦବାଲିରେ  ମନମୋହନ ସାମଲଙ୍କ ବିଜୟ ସହିତ ଭାରତୀୟ ଜନତା ପାର୍ଟି ସରକାର ଗଠନ ସୁନିଶ୍ଚିତ କରି ବୋଲି କହିଥିଲେ । 

ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି, ବର୍ଷା ସତ୍ତ୍ବେ ହଜାର ହଜାର କର୍ମୀଙ୍କୁ ନେଇ କାର୍ଯ୍ୟକ୍ରମ ହୋଇଛି । ବର୍ଷା ହେଉଛି ଆମ ପାଇଁ ଶୁଭ । ଲୋକଙ୍କ ଭଲ ପାଇବା ଓ ଉଦ୍ଦୀପନା ରହିଛି । ଏଥର  ଓଡିଶାରେ ସାମଗ୍ରୀକ ଅର୍ଥନୈତିକ ବିକାଶ ବୃଦ୍ଧି ପାଇବ ।

You Can Read :

ଚାନ୍ଦବାଲିରେ ବିଜେପିର ମେଗା ରୋଡ୍ ଶୋ’, ମନମୋହନ ସାମଲଙ୍କ ପାଇଁ ପ୍ରଚାର କଲେ ଅନୁଭବ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.