୫୪ ଦିନରେ ଶିକ୍ଷକ ଅଧ୍ୟାପକ ଆନ୍ଦୋଳନ ; ପୁର୍ଣ ଅନୁଦାନ ଦାବିରେ ଆଜି ବିଶାଳ ଶିକ୍ଷକ ସମାବେଶ
9/10/2018 at 9:52 AM

ଭୁବନେଶ୍ବର ୯|୧୦: ୫୪ ଦିନରେ ସ୍କୁଲ-କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ । ଆଜି ପୁଣି ଭୁବନେଶ୍ବର ଲୋୟର ପିଏମଜିରେ ଗର୍ଜିବେ ଶିକ୍ଷକ । ପୂର୍ବରୁ ରାଜ୍ୟ ସରକାରଙ୍କ ସହ ଶିକ୍ଷକଙ୍କ ବାରମ୍ବାର ବୈଠକ ବସିଥିଲେ ବି ତାହା ବିଫଳ ହୋଇନି । ବିଧାନସଭା ପରେ ଶିକ୍ଷକମାନେ ରାଜଧାନୀ ଛାଡ଼ି ପ୍ରତି ବ୍ଲକ୍ ଏବଂ ପଞ୍ଚାୟତରେ ଆନ୍ଦୋଳନ କରୁଥିଲେ । ଆଉ ଏପଟେ ପ୍ରତୀକାତ୍ମକ ବିରୋଧ ଭାବେ ପ୍ରତିଦିନ ରାଜଧାନୀରେ ୨ଟି ଜିଲ୍ଲାରୁ ଶିକ୍ଷକ ଆସି ଧାରଣା ଦେଉଥିଲେ । ତେବେ ଆଜି ପୁଣି ଥରେ ପ୍ରତିବାଦକୁ ଜୋରଦାର କରିବ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023