ବିଜୁ ଯୁବ ଜନତା ଦଳ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ପ୍ରଦାନ
23/07/2023 at 9:11 PM

ଚଣ୍ଡିଖୋଲ, ୨୩/୦୭: ଯାଜପୁର ଜିଲ୍ଲା ଧର୍ମଶାଳା ଯୁବ ବିଜେଡି ପକ୍ଷରୁ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମଙ୍ଗଳପୁର କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ହୋଇଥିବା ଏହି ମେଗା ସ୍ୱାସ୍ଥ୍ୟ ଶିବିରରେ ବିଭିନ୍ନ ଅଞ୍ଚଳରୁ ବହୁ ଲୋକେ ଯୋଗଦେଇ ନିଜ ସ୍ବାସ୍ଥ୍ୟା ପରୀକ୍ଷା କରାଇଛନ୍ତି। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ ଉପଲକ୍ଷେ ଏହି ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା।
ସ୍ୱାସ୍ଥ୍ୟ ଶିବିରରେ ରକ୍ତ ପରୀକ୍ଷା ସହ ଶିଶୁ ରୋଗ ବିଭାଗ, ଚକ୍ଷୁ ବିଭାଗ, ମେଡ଼ିସିନ ବିଭାଗ, କର୍ଣ୍ଣ ବିଭାଗ, ହୃଦରୋଗ ବିଭାଗ ଭଳି ବିଭିନ୍ନ ବିଭାଗର ଡାକ୍ତର ଯୋଗ ଦେଇଥିଲେ। ଏହି ଡାକ୍ତରମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଲୋକଙ୍କୁ ମାଗଣା ଔଷଧ ପ୍ରଦାନ କରିଛନ୍ତି। ତେବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ ଉପଲକ୍ଷେ ଧର୍ମଶାଳା ବିଜୁ ଜନତା ଦଳ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ଓ ବୃକ୍ଷାରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଆହୁରି ପଢ଼ନ୍ତୁ: କୋଟିଆ ପଞ୍ଚାୟତ ଗସ୍ତ କଲେ କୃଷି ସଚିବ ଅରବିନ୍ଦ ପାଢୀ, ସ୍ଥାନୀୟ ଚାଷୀଙ୍କ ସମସ୍ୟା ଦୂର କରିବାକୁ ଫୋକସ !
ବିଧାୟକଙ୍କ ଜନ୍ମଦିନ ଅବସରରେ ଆରମ୍ଭ ହୋଇଥିବା ଏହି ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ପ୍ରତି ମାସରେ କରାଯିବ ଏବଂ ବିଭିନ୍ନ ପଞ୍ଚାୟତରେ ଆୟୋଜନ କରାଯିବ ବୋଲି କହିଛନ୍ତି ଧର୍ମଶାଳା ଯୁବ ବିଜେଡି ସଭାପତି କ୍ଷିତୀଶ ନାୟକ।