ମୀଜାନ୍ ଜାଫ୍ରି ଏବଂ ନବ୍ୟା ନଭେଲୀ ନନ୍ଦାଙ୍କ ସମ୍ପର୍କକୁ ନେଇ ଗୁଜବ, ମୁହଁ ଖୋଲିଲେ ଅଭିନେତା

Published By : Prameya-News7 Bureau | July 01, 2021 IST

ମୁମ୍ବାଇ ୦୧/୦୭ : ବଲିଉଡର ମେଗାଷ୍ଟାର ତଥା ବିଗ୍-ବି ଅମିତାଭ୍ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲୀ ନନ୍ଦା ଏବେ ଖୁବ୍ ଚର୍ଚ୍ଚାରେ । ସେ ବଡ ପରଦାକୁ ଆସିନଥିଲେ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ଜାଭେଦ୍ ଜାଫ୍ରିଙ୍କ ପୁଅ ମୀଜାନ୍ ଜାଫ୍ରି ଓ ନବ୍ୟା ନଭେଲୀଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଉଭୟ ଉଭୟଙ୍କ ପୋଷ୍ଟରେ ସୋସିଆଲ ମିଡିଆରେ କମେଣ୍ଟସ୍ ମଧ୍ୟ କରନ୍ତି । ଏକ ବାର୍ତ୍ତାଳାପରେ ମୀଜାନଙ୍କୁ ପଚରାଯାଇଥିଲା ଯେ ଯଦି ଆପଣଙ୍କୁ ସାରା ଅଲୀ ଖାନ୍, ନବ୍ୟା ନଭେଲୀ ନନ୍ଦା ଏବଂ ଅନନ୍ୟା ପାଣ୍ଡେଙ୍କୁ ହତ୍ୟା, ବିବାହ ଏବଂ ହୁକଅପ୍‌ କରିବା ପାଇଁ କୁହାଯାଏ ତ କାହାକୁ କଣ କରିବେ? ଏନେଇ ମୀଜାନ କହିଛନ୍ତି ଯେ, ସେ ନବ୍ୟାଙ୍କୁ ବିବାହ କରିବେ, ସାରା ଅଲି ଖାନଙ୍କ ସହ ହୁକଅପ୍‌ ଏବଂ ଅନନ୍ୟା ପାଣ୍ଡେଙ୍କୁ ହତ୍ୟା କରିବେ । ଉଭୟ ପରସ୍ପରକୁ ପ୍ରଶଂସା କରିବା ସିହ ସୋସିଆଲ ମିଡିଆରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି।  ଗତ କିଛି ଦିନ ହେଲା ଉଭୟଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଗୁଜବ ବ୍ୟାପିଛି । ଏ ନେଇ ମୀଜାନ ନିଜେ ମଧ୍ୟ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଏହି ସବୁ ଖବର ତାଙ୍କୁ ଅଦ୍ଭୁତ ଲାଗୁଛି  । କେବଳ ଏତିକି ନୁହେଁ ମୀଜାନଙ୍କ ପରିବାର ଲୋକେ ମଧ୍ୟ ଏ ନେଇ ତାଙ୍କୁ ପଚରାଉଚରା କରୁଥିବା ସେ କହିଛନ୍ତି ।  

ଏକ ସାକ୍ଷାତକାରରେ ମୀଜାନ କହିଛନ୍ତି କି, ଦୀର୍ଘ ସମୟ ଧରି ମୋତେ ନବ୍ୟାଙ୍କ ବିଷୟରେ କେହି ପଚାରିନଥିଲେ । କିନ୍ତୁ ସତ କହିବାକୁ ଗଲେ ନବ୍ୟା ଓ ମୁଁ ବହୁତ ଭଲ ବନ୍ଧୁ । ଆଉ ମୋତେ ଲାଗୁଛି କି ମୋ ପାଇଁ ତାଙ୍କ ନାମ ଅନେକ ସ୍ଥାନର ଯୋଡା ଯାଉଛି । କିନ୍ତୁ ଏହା ଠିକ୍ ନୁହେଁ । ଏହା ତାଙ୍କର ବ୍ୟକ୍ତିଗତ ଜୀବନ । ଏବଂ ମୁଁ ତାଙ୍କ ପରିବାରର ଜୌଣସି ସଦସ୍ୟଙ୍କ ବିଷୟରେ ମଧ୍ୟ କହିବାକୁ ଚାହେଁ ନାହିଁ’ ।

ଅନ୍ୟପଟେ ଯେତେବେଳେ ମୀଜାନଙ୍କୁ ପଚରାଗଲା ଯେ ସେ କେବେ ଜଲସା ଯିବାକୁ ଦ୍ୱିଧା କରନ୍ତି କି? ଏହାର ଜବାବ ଦେବାକୁ ଯାଇ ମୀଜାନ କହିଛନ୍ତି, ହଁ ଯେହେତୁ ତାଙ୍କ ପିତା କାର୍ ନମ୍ବର ଜାଣିଛନ୍ତି ଏବଂ ମୁଁ କେତେବେଳେ ନବ୍ୟାଙ୍କୁ ଭେଟିବାକୁ ଯାଇଥିଲି ସେମାନେ ଜାଣିଯାଆନ୍ତି । ମୀଜାନ୍  କହିଛନ୍ତି ଯେ ତାଙ୍କ ପିତା ଜାଭେଦ୍ ଜାଫ୍ରି ମଧ୍ୟ ,ଭଳି ଗୁଜବକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି । ନିଜ ଘର ଭିତରକୁ ଯିବାକୁ ଅଜବ ଲାଗୁଛି । କାରଣ ପିତାମାତା ଅଜବ ଦୃଷ୍ଟିରେ ଦେଖନ୍ତି ଆଉ ଏସବୁ କଣ ଚାଲିଛି ବୋଲି ପଚାରନ୍ତି ? କିନ୍ତୁ  ମୁଁ ନିଜ ମଧ୍ୟ ଜାଣେନାହିଁ ଏସବୁ କଣ ଚାଲିଛି  ।

ଅନ୍ୟପଟେ ନବ୍ୟା ନିକଟରେ ନଭେଲି ନାମକ ଏକ ପ୍ରୋଜେଷ୍ଟ ଆରମ୍ଭ କରିଛନ୍ତି । ଏଥି ପାଇଁ ସୋସିଆଲ ମିଡିଆରେ ତାଙ୍କୁ ଖୁବ ପ୍ରଶଂସା ମିଳୁଛି । କିନ୍ତୁ କିଛି ଘଟଣାକୁ ନେଇ ସେ ଅନେକ ଥର ଟ୍ରୋଲ ମଧ୍ୟ ହୋଇଛନ୍ତି । 'ନଭେଲି' ପ୍ରୋଜେକ୍ଟର ଅଫିସିଆଲ୍ ପେଜ୍‌ରେ ନବ୍ୟା ଲେଖିଛନ୍ତି ଯେ ନଭେଲି ପ୍ରୋଜେକ୍ଟ ମାଧ୍ୟମରେ ଆମେ ଭାରତରେ ଲିଙ୍ଗଗତ ବ୍ୟବଧାନ ହ୍ରାସ କରିବାକୁ ଚେଷ୍ଟା କରୁଛୁ । ଏହା ମାଧ୍ୟମରେ ଆମେ ମହିଳାମାନଙ୍କୁ ଉତ୍ସ ଏବଂ ସୁଯୋଗ ଦେବୁ । ଏହା ଅର୍ଥନୈତିକ ଏବଂ ସାମାଜିକ ସଶକ୍ତିକରଣ ପାଇଁ କାମ କରିବ ବୋଲି ନବ୍ୟା କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.