କରୋନାକୁ କରୋନା ଡର...ବାତିଲ ହୋଇଗଲା ସମ୍ମିଳନୀ

Published By : Prameya-News7 Bureau | March 12, 2020 IST

ନ୍ୟୁୟର୍କ, ୧୨|୦୩: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ନିକଟରେ ଆମେରିକାର ନ୍ୟୁୟର୍କରେ କରୋନା ଭାଇରସ ଉପରେ ଏକ ଆୟୋଜିତ ହେବାକୁ ସମ୍ମିଳନୀକୁ କରୋନା ଭାଇରସ ପାଇଁ ରବ୍ଦ କରାଯାଇଛି। ଯାହା ଅଜବ ଲାଗୁଥିଲେ ମଧ୍ୟ ସତ।

{"id":237121,"width":751,"height":520,"sizeSlug":"large"}

ନ୍ୟୁୟର୍କରେ କାଉନସିଂଲ ଅନ ଫରେନ ରିଲେସନ କରୋନା ଭାଇରସ ଉପରେ ଡୁଇଂ ବିଜନେସ ଅଣ୍ଡର କରୋନା ଭାଇରସ ନାମରେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ରବ୍ଦ କରାଯାଇଥିଲା। କରୋନା ପାଇଁ ଶୁକ୍ରବାର ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀକୁ ବାତିଲ କରିବାକୁ ପଡିଥିଲା।

{"id":237122,"width":751,"height":422,"sizeSlug":"large"}

ଆମେରିକାରେ କରୋନା ଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ଏହାକୁ ନେଇ ସେଠାକାର ସରକାର ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି। ତେବେ ମାର୍ଚ୍ଚ ୧୧ରୁ ଏପ୍ରିଲ ୩ ଯାଏଁ କରୋନା ଭାଇରସ ବିରୋଧରେ ଲଢିବା ପାଇଁ ହେବାକୁ ଥିବା ବୈଠକକୁ କରୋନା ପାଇଁ ବାତିଲ କରିଦିଆଯାଇଛି।

ସେହିପରି ନ୍ୟୁୟର୍କରେ ଏକ ରାଇଣ୍ଡ ଟେବୁଲ କନଫରେନସ୍ ମଧ୍ୟ ହେବାକୁ ଥିଲା। ଓ୍ୱାଶିଂଟନରେ ଜାତୀୟ ସ୍ତରରେ ଆୟୋଜିତ ଏହି ବୈଠକକୁ ମଧ୍ୟ ବାତିଲ କରାଯାଇଛି। ନ୍ୟୁୟର୍କରେ ଚଳିତ ବର୍ଷ ହେବାକୁ ଥିବା ଅଟୋ ସୋ ମଧ୍ୟ ରବ୍ଦ କରାଯାଇଛି। ଏହାକୁ ଅଗଷ୍ଟରେ କରାଯିବା ନେଇ କୁହାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.