ଧର୍ମଶାଳା ବ୍ଲକ ସମବାୟ ସମିତିର କର୍ମଚାରୀଙ୍କ ବୈଠକ ଅନୁଷ୍ଠିତ, ବିଭିନ୍ନ ଦାବି ନେଇ ଆଲୋଚନା

Published By : Prameya-News7 Bureau | December 14, 2021 IST

ଚଣ୍ଡିଖୋଲ, ୧୪/୧୨: ଯାଜପୁର ଜିଲ୍ଲା ମହାବିନାୟକ ଶୈବପୀଠ ଠାରେ ଧର୍ମଶାଳା ବ୍ଲକର ୧୩ଟି ସମବାୟ ସମିତିର କର୍ମଚାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବ୍ଲକ ସମବାୟ ସମିତିର ସଭାପତି ଅଭିମନ୍ୟୁ ରାୟଙ୍କ ଅଧକ୍ଷତାରେ ଏହି ବୈଠକରେ ୧୩ଟି ସମବାୟ ସମିତିର ସମସ୍ତ କର୍ମଚାରୀ ଯୋଗଦେଇଥିଲେ ।

wp:html https://youtu.be/Z_sS_iURAig /wp:html

ସରକାରୀ ମାନ୍ୟତା, ନୂତନ CEO ପଦବୀ ରଦ୍ଦ କରିବା ସହ କରୋନା ଯୋଦ୍ଧା ଘୋଷଣା କରିବା ଭଳି ବିଭିନ୍ନ ଦାବି ନେଇ ଆଲୋଚନା କରାଯାଇଥିଲା । ବିଭିନ୍ନ ସରକାରୀ ଯୋଜନାରେ ସମବାୟ ସମିତି ସରକାରଙ୍କୁ ସମସ୍ତ ସହଯୋଗ କରି ଆସୁଥିବା ବେଳେ, କର୍ମଚାରୀମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ସରକାର ଏ ଦିଗରେ ପଦକ୍ଷେପ ନେବା ପାଇଁ କର୍ମଚାରୀମାନେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.