ଭୁବନେଶ୍ବର: ସରିଲା ନବୀନ ନିବାସରେ ବିଜେଡିର ବୈଠକ। ବୁଧବାର ସନ୍ଧ୍ୟାରେ ନବ ନିର୍ବାଚିତ ବିଜେଡି ବିଧାୟକଙ୍କୁ ବୈଠକ ପାଇଁ ନବୀନ ନିବାସରୁ ଡକରା ଆସିଥିଲା। ଏହା ପରେ ନବୀନ ନିବାସରେ ହାଜାରେ ହୋଇଥିଲେ ଏହି ନେତା।
ତେବେ ନବୀନଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖି ନୟାଗଡ଼ ବିଧାୟକ ଅରୁଣ ସାହୁ କହିଛନ୍ତି, ‘‘ନବୀନ ପଟ୍ଟନାୟକଙ୍କ ହୃଦୟ ବିଶାଳ । ୨୪ ବର୍ଷ ଧରି ସେବା କରିବାକୁ ସୁଯୋଗ ଦେଇଥିଲେ । ନୀବନ ଆମକୁ ଓଡ଼ିଶାବାସୀଙ୍କ ସେବା କରିବାକୁ ଉତ୍ସାହିତ କରିଛନ୍ତି।’’ ସେ ଆହୁରି କହିଛନ୍ତି ବିଫଳତାର କାରଣ ବିଷୟରେ ଆଲୋଚନା ହୋଇନାହିଁ । ଦଳ ସଭାପତି କଣ ନିଷ୍ପତି ନେବେ ତାହା ପରେ ଜଣାପଡ଼ିବ । ସେହିଭଳି ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ କହିଛନ୍ତି ଦଳ କାହିଁକି ହାରିଲା ? ତାହାର ତର୍ଜମା ହେବ , ଦଳ ସଂଖ୍ୟା ଗରିଷ୍ଠତା ନପାଇଥିଲେ ବି ଭାଙ୍ଗିପଡ଼ିନୁ।
ଏହି ବୈଠକରେ ଗଣେଶ୍ବର ବେହେରା, ସତ୍ୟେନ୍ଦ୍ର ହରିପାଲ, ନବ ମଲ୍ଲିକ, ଦେବୀରଞ୍ଜନ ତ୍ରିପାଠୀ, ସଂଜୀବ ମଲ୍ଲିକ, ଚକ୍ରପାଣି କହ୍ନର, ଅଭିମନ୍ୟୁ ସେଠି, ବଦ୍ରି ପାତ୍ର, ବିଶ୍ବ ମଲ୍ଲିକ, ପ୍ରଶାନ୍ତ ବେହେରା, ଅଧୀରାଜ ପାଣିଗ୍ରାହୀ, ସୌଭିକ ବିଶ୍ବାଳ, ଅନନ୍ତ ଜେନା, ଅରବିନ୍ଦ ମହାପାତ୍ର, ବିଭୁତି ବଳବନ୍ତରାୟ, ରମେଶ ବେହେରା, ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ସୁଶାନ୍ତ ରାଉତ, ସାରଦା ପ୍ରସନ୍ନ ଜେନା, ପ୍ରଣବ ପ୍ରକାଶ ଦାସ, ନିରଞ୍ଜନ ପୂଜାରୀ, ରୁପେଶ ପାଣିଗ୍ରାହୀ, ସୁନିଲ ମହାନ୍ତି, ତୁଷାରକାନ୍ତି ବେହେରା, କଳିକେଶ ସିଂଦେଓ ଯୋଗଦେଇଥିଲେ।