ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ସାମ୍ୱାଦିକଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା, ନୀରବ ପ୍ରାର୍ଥନା ସହ ସ୍ମୃତିଚାରଣ କଲେ ସମାଜସେବୀ

29/09/2021 at 10:19 AM

ଆଠଗଡ଼ ୨୯/୦୯: ମହିଳା ମହାବିଦ୍ୟାଳୟ ପରିସରରେ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବିଶିଷ୍ଟ ସମାଜସେବୀ ସାମ୍ବାଦିକା ତଥା ଜଗନ୍ନାଥ ଚେତନାର ଭାଗ୍ୟକାର ସ୍ବର୍ଗତ ଡଃ ମନୋରମା ମହାପାତ୍ର, ଯୁବ ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସ ଓ ଓଡ୍ରାପ ଯବାନ ସ୍ବର୍ଗତ ସୀତାରାମ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।

ବରିଷ୍ଠ ସାମ୍ବାଦିକ ସନାତନରାୟଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ୟ ଅତିଥିଭାବେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମୁଖ୍ୟ ବକ୍ତା ସାହିତ୍ୟିକ ହୁସେନ ରବି ଗାନ୍ଧୀ ,ସମ୍ମାନିତ ଅତିଥି ଭାବେ ସମାଜର ପୂର୍ବତନ ସମ୍ପାଦକ ପ୍ରମୋଦ ମହାପାତ୍ର, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର, ସଂଗିତା ମହାପାତ୍ର ଆଠଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ଯଶୋବନ୍ତ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଦିବଙ୍ଗତ ମନୋରମା ମହାପାତ୍ର , ଅରିନ୍ଦମ ଦାସ ,ସୀତାରାମ ମୁର୍ମୁଙ୍କ ଫଟୋ ଚିତ୍ରରେ ପ୍ରଦିପ ପ୍ରଜ୍ବଳନ କରି ମାଲ୍ୟାର୍ପଣ କରିଥିଲେ । ପରେ ସେମାନଙ୍କ ଉଦ୍ଦେସ୍ୟରେ ୨ ମିନିଟି ନୀରବ ପ୍ରାଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସାମ୍ବାଦିକ ନୀଳକଣ୍ଠ ଦୋରା ।

ଅନ୍ୟମାନଙ୍କ ମଧ୍ୟରେ ଆଠଗଡ଼, ତିଗିରିଆ,ବଡମ୍ବା , ନରସିଂହ ପୁର ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ । ଶେଷରେ ସାମ୍ବାଦିକ ସତ୍ୟ ପ୍ରକାଶ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକରେ ଆଠଗଡ ଉପଖଣ୍ଡ ତିଗିରିଆ , ବଡମ୍ବା , ନରସିଂହପୁର ,ଆଠଗଡ ସାମ୍ବାଦିକ ମାନେ ଯୋଗଦେଇଥିଲେ ।

   Related Posts