କଂଗ୍ରେସକୁ ବଡ ଝଟକା: ମୋଦୀଙ୍କ ସହ ସିନ୍ଧିଆଙ୍କ ବୈଠକ ଶେଷ, କାରରେ ଏକାଠି ଗଲେ ଶାହ ଓ ସିନ୍ଧିଆ

Published By : Prameya-News7 Bureau | March 10, 2020 IST

ନୂଆଦିଲ୍ଲୀ, ୧୦|୦୩:   ମଧ୍ୟପ୍ରଦେଶ ରାଜପରିବାରରୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ଦଳ ବା କଂଗ୍ରେସକୁ ଏକ ବଡ ଝଟକା ଦେଇଛନ୍ତି। ସେ କମଲନାଥ ସରକାରଙ୍କ ଉପରେ ଅସନ୍ତୁଷ୍ଟ ହୋଇ ମଙ୍ଗଳବାର ସକାଳେ ବିଜେପି ଶିବରରେ ପ୍ରବେଶ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନପେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏପରିକି ସେ ଅମିତ ଶାହଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଏହାପରେ ତିନି ନେତା ମୋଦୀଙ୍କ ବାସଭବନରେ ବୈଠକ ମଧ୍ୟ କରିଛନ୍ତି।

{"id":235911,"width":742,"height":539,"sizeSlug":"large"}

ପ୍ରାୟ ଏକ ଘଣ୍ଟା ଧରି ନରେନ୍ଦ୍ର ମୋଦୀ, ଅମିତ ଶାହ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ବୈଠକ ଚାଲିଥିଲା। ମୋଦୀଙ୍କୁ ଭେଟିବା ପରେ ସିନ୍ଧିଆ ଶାହଙ୍କ ଗାଡିରେ ବାହାରିଥିଲେ। ଏହାପୂର୍ବରୁ ସେ ନିଜେ ଗାଡି ଚଳାଇ ଶାହଙ୍କ ବାସଭବନରେ ପହଁଚିଥିଲେ।

wp:core-embed/twitter {"url":"https://twitter.com/ANI/status/1237260650457395201?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1237260650457395201\u0026ref_url=https%3A%2F%2Fwww.amarujala.com%2Findia-news%2Fmadhya-pradesh-live-updates-bjp-congress-kamal-nath-shivraj-jyotiraditya-scindia-pm-modi-amit-shah","type":"rich","providerNameSlug":"twitter","className":""}
https://twitter.com/ANI/status/1237260650457395201?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1237260650457395201&ref_url=https%3A%2F%2Fwww.amarujala.com%2Findia-news%2Fmadhya-pradesh-live-updates-bjp-congress-kamal-nath-shivraj-jyotiraditya-scindia-pm-modi-amit-shah
/wp:core-embed/twitter

ଏହି ବୈଠକ ପରେ ସିନ୍ଧିଆ ବିଜେପିରେ ସାମିଲ ହେବେ ବୋଲି କୁହାଯାଉଛି। ତାଙ୍କୁ କଂଗ୍ରେସରେ ଯେଉଁ ସମ୍ମାନ ମିଳୁଥିଲା, ବିଜେପିରେ ମଧ୍ୟ ସେହି ସମ୍ମାନ ମିଳିବ ବୋଲି କୁହାଯାଉଛି। ତାଙ୍କୁ ରାଜ୍ୟସଭାରୁ ସାଂସଦ କରିବା ସହ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯିବ ବୋଲି ମଧ୍ୟ ବିଜେପି ସୂତ୍ରରୁ ଖବର ଆସିଛି। କ୍ୟାବିନେଟ୍ ବିସ୍ତାରରେ ତାଙ୍କୁ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି କୁହାଯାଉଛି।

ଏହାପରେ ମଧ୍ୟପ୍ରଦେଶରେ କମଲନାଥଙ୍କ ସରକରା ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଆଜି ହିଁ ଦଳର ଅସନ୍ତୁଷ୍ଟ ବିଧାୟକ ବାଚସ୍ପିତଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି କୁହାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.