ଶରୀରର ୯୭% ଅଂଶରେ ଟାଟୁ, ଗୋଟିଏ ଟାଟୁର ଦାମ୍‌ ୬ ଲକ୍ଷ

Published By : Prameya-News7 Bureau | December 02, 2023 IST

ନୂଆଦିଲ୍ଲୀ ୦୨।୧୨: ଟାଟୁ । ଯୁବବର୍ଗଙ୍କର ଖୁବ୍‌ ପସନ୍ଦ । ବର୍ତ୍ତମାନ ସମୟରେ ଟାଟୁ କରିବା ହେଉଛି ଫ୍ୟାସନ୍‌ । ଏହାକୁ କେବଳ ସାଧାରଣ ଲୋକ କରୁନାହାନ୍ତି । ବରଂ ବଡ ବଡ ସେଲିବ୍ରେଟି ବି ଟାଟୁ ନିଶାରେ ପଡିଛନ୍ତି। ଏଥିରୁ ବାଦ ପଡିନାହାନ୍ତି ବି କ୍ରିକେଟର । କିଙ୍ଗ୍ କୋହଲି ବି ନିଜ ଦେହରେ କରିଛନ୍ତି ଅନେକ ଟାଟୁ । ଟାଟୁ କଥା ଆସିବା ମାନେ ସାମ୍ନାକୁ ଆସିଯାଏ ଜଣଙ୍କର ନାଁ ।

{"id":877533,"width":838,"height":1117,"sizeSlug":"large","linkDestination":"none"}

ସେ ହେଉଛନ୍ତି ରବିନ୍ଦର ସିଂ ବା ସିଦ୍ଧାର୍ଥ ଗୁସାଇଁ । ବୋଧ ହୁଏ ଏ ନାଁ କାହାକୁ ଅଜଣା ନଥିବ । ସେ ଭାରତର ଜଣେ ମୋଷ୍ଟ ପପୁଲାର ଟାଟୁ କଳାକାର । ତାଙ୍କୁ India’s most tattooed person ବୋଲି ମଧ୍ୟ କୁହାଯାଇଥାଏ । ସେ ସିଦ୍ଧାର୍ଥ ନାଁରେ ବେଶୀ ପରିଚିତ । ମାତ୍ର ୨୦ ବର୍ଷ ବୟସରେ ଟାଟୁ କରିବା କରିଥିଲେ ଆରମ୍ଭ । ଆଉ ସେବେଠାରୁ ହିଁ ଆରମ୍ଭ ହୋଇଥିଲା ନିଜ ଶରୀରରେ ଟାଟୁ କରିବାର ଯାତ୍ରା । ଆଉ ୨୦୧୭ରେ ସେ ନିଷ୍ପତି କରିଥିଲେ ଯେ ଟାଟୁ କଳାକାର ଭାବେ ନିଜ ଭବିଷ୍ୟତ ଗଢିବେ । ଏହାପରେ ସେ ନିଜ ଶରୀରରେ ଟାଟୁ କରିବାକୁ ଲାଗିପଡିଥିଲେ ।

{"id":877535,"width":840,"height":1050,"sizeSlug":"large","linkDestination":"none"}

ସେ ୨୦୨୩ ଯାଏଁ ଅନେକ ଓ୍ବାର୍ଲ୍ଡ ରେକର୍ଡ କରିଛନ୍ତି ଏବଂ ତାଙ୍କ ନାଁ ଅନେକ ରେକର୍ଡ ବୁକରେ ସାମିଲ ହୋଇଛି ।  ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ, ଏସିଆ ବୁକ୍ ଅଫ୍ ରେକର୍ଡସ ଏବଂ ଅନ୍ୟାନ୍ୟ ୪ଟି ପୁସ୍ତକ ଦ୍ୱାରା ସମ୍ମାନିତ କରାଯାଇଛି । ଏଥିସହିତ ସେ ୨୦ରୁ ୩୦ ବର୍ଷ ମଧ୍ୟରେ ସର୍ବାଧିକ ଟାଟୁ ଥିବା ବ୍ୟକ୍ତି ହୋଇଛନ୍ତି । ଅର୍ଥାତ୍ ଭାରତର ସର୍ବକନିଷ୍ଠ ଟାଟୁ କଳାକାର ଅଟନ୍ତି ସିଦ୍ଧାର୍ଥ । ତାଙ୍କ କହିବା କଥା ହେଉଛି ଟାଟୁ କରିବା ପାଇଁ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସବୁଠାରୁ କଠିନ ଥିଲା ତାଙ୍କ ପରିବାରକୁ ମନାଇବା ।

{"id":877536,"width":839,"height":1048,"sizeSlug":"full","linkDestination":"none"}

ସିଦ୍ଧାର୍ଥ କହିଛନ୍ତି ଯେ ସେ ଯେତେବେଳେ ଦଶମରେ ଡ୍ରପ୍‌ଆଉଟ୍‌ ହୋଇଥିଲେ ସେତେବେଳେ ସେ  ତାଙ୍କ ପିତାଙ୍କୁ ବ୍ୟବସାୟରେ ସାହାଯ୍ୟ କରିଥିଲେ । କିନ୍ତୁ ତାଙ୍କର ନିଶା ଥିଲା ଟାଟୁ କରିବା । ଏମିତିକି ତାଙ୍କୁ ପ୍ରଥମେ ପ୍ରଥମେ ଅନେକ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡିଥିଲା । କିନ୍ତୁ କିଛି ଦିନ ପରେ ଭଲ ବ୍ରାଣ୍ଡ ସହ ଯୋଡି ହୋଇଥିଲେ ।

{"id":877537,"width":841,"height":1496,"sizeSlug":"full","linkDestination":"none"}

ଏହାପରେ କିଛି ସଫଳତା ଏବଂ ସହଯୋଗ ପରେ ତାଙ୍କର ଆର୍ଥିକ ଅବସ୍ଥାରେ ଆସିଥିଲା ସୁଧାର ।  ସିଦ୍ଧାର୍ଥ କହିଛନ୍ତି କି ଆରମ୍ଭରେ କିଛି ଟାଟୁ କରିବା ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । କିନ୍ତୁ ବର୍ତ୍ତମାନ ସେ ସବୁକିଛିର ଯତ୍ନ ନିଅନ୍ତି ଏବଂ ଟାଟୁ ହେବା ପରେ ତାଙ୍କୁ ଆଉ କୌଣସି ପ୍ରକାରର ଅସୁସ୍ଥତାର ଶିକାର ହେବାକୁ ପଡୁନି ।

{"id":877538,"width":840,"height":1500,"sizeSlug":"full","linkDestination":"none"}

ସିଦ୍ଧାର୍ଥ ତାଙ୍କ ଶରୀରର ୯୭%  ଭାଗରେ ଟାଟୁ କରିଛନ୍ତି । ଆଉ ଅଧିକ ଟାଟୁ କରିବାକୁ ତାଙ୍କର ଇଚ୍ଛା ରହିଛି । ତେବେ ସେ କହିଛନ୍ତି କି ସେ ତାଙ୍କର ପିଠିରେ ସବୁଠାରୁ ମହଙ୍ଗା ଟାଟୁ କରିଛନ୍ତି । ଏହାର ଦାମ୍‌ ପ୍ରାୟ ୬ ଲକ୍ଷ ଟଙ୍କା । ଶରୀରରେ ଥିବା ଅନ୍ୟାନ୍ୟ ଟାଟୁ ବିଷୟରେ ଯେତେବେଳେ ସିଦ୍ଧାର୍ଥଙ୍କୁ ପଚରାଗଲା ସେ କହିଥିଲେ କି ତାଙ୍କର ସମସ୍ତ ଟାଟୁ କିଛି କାହାଣୀ କହିଥାଏ । ଆଉ ଏହି ଟାଟୁ ମଧ୍ୟରୁ ଅନେକ ତାଙ୍କର ବହୁତ ପ୍ରିୟ ରହିଛି । ଯେପରି ତାଙ୍କ ଜେଜେମା’ଙ୍କ ଟାଟୁ ।ଯାହା ତାଙ୍କୁ ଖୁବ୍‌ ପ୍ରିୟ ଅଟେ ।

 You Can Read:

wp:embed {"url":"https://www.prameyanews7.com/these-four-things-will-make-you-look-younger-in-40s-and-50s-anti-ageing-weight-loss-benefits/?_thumbnail_id=877526","type":"wp-embed","providerNameSlug":"prameya-news-7"}
https://www.prameyanews7.com/these-four-things-will-make-you-look-younger-in-40s-and-50s-anti-ageing-weight-loss-benefits/?_thumbnail_id=877526
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.