Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପକେଟ ଖର୍ଚ୍ଚ ପାଇଁ ବିକୁଥିଲେ ବାଦାମ୍, କରୁଥିଲେ କ୍ୟାଟରିଙ୍ଗ୍ କାମ ; ଆଜି ସେଲିବ୍ରିଟିଙ୍କ ସୈଫ୍

14/09/2023 at 4:45 PM

ନୂଆଦିିଲ୍ଲୀ 14/09 : କୁହନ୍ତି, ସେହି ସ୍ୱପ୍ନ ପୂରଣ ହୁଏ। ଯାହାକୁ  ଆପଣ ଆଖି ବୁଜିକି ନୁହେଁ, ଆଖି ଖୋଲା କରି ଦେଖୁଥିବେ। ଦକ୍ଷିଣ ଭାରତର ସେମିତି ଜଣେ ପିଲାଟି ନିଜ ବ୍ୟବସାୟ ଆରମ୍ଭ କରିବାକୁ ଖୋଲା ଆଖିରେ ଦେଖିଥିଲେ ସ୍ୱପ୍ନ। ଆଉ ତାକୁ କରିଥିଲେ ସତ । ତେବେ କିଛି ଆରମ୍ଭ କରିବାକୁ ଖୁବ୍ ପରିଶ୍ରମ କରିବାକୁ ପଡେ ଏବଂ ଅନେକ ଥର ବିଫଳତାର ମଧ୍ୟ ସାମ୍ନା କରିବାକୁ ପଡ଼େ। ଜଣେ ଷଷ୍ଠ ଶ୍ରେଣୀ ପିଲାଙ୍କ କ୍ଷେତ୍ରରେ ଘଟିଥିଲା ସେମିତି କିଛି। ଷଷ୍ଠ ଶ୍ରେଣୀରେ ଫଳ ବିକ୍ରି କରି ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ପରେ କରୁଥିଲେ କ୍ୟାଟ୍ରିନ୍ କାମ।  ଆଜି ସେହି ପିଲା କମଲ ହାସନ ଏବଂ ମୋହନଲାଲଙ୍କ ପରି ସେଲିବ୍ରେଟମାନଙ୍କୁ ନିଜ ହାତରେ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ଖୁଆଉଛନ୍ତି। ଏହି ପିଲା ଆଉ କିଏ ନୁହେଁ, ପ୍ରସିଦ୍ଧ ରୋଷେୟା ସୁରେଶ ପିଲ୍ଲାଇ।

ସୁରେଶ ପିଲ୍ଲାଇ ଟ୍ୱିଟରରେ ନିଜ କାହାଣୀ ସେୟାର କରିଛନ୍ତି। ସୁରେଶ କହିଛନ୍ତି, ଯେତେବେଳେ ସେ ଷଷ୍ଠ ଶ୍ରେଣୀରେ ନିଜର ପ୍ରଥମ ବ୍ୟବସାୟ ଆରମ୍ଭ କରିଥିଲେ। ତାଙ୍କ ଘର ସାମ୍ନାରେ ଏକ ବାତାବୀ ଗଛ ଥିଲା ଏବଂ ସେ ପିଲାଦିନେ ଏହି ଫଳ ବହୁତ ଖାଉଥିଲେ ।  ସେ ଏହି ଫଳକୁ ଏତେ ପସନ୍ଦ କରିଥିଲେ ଯେ ସେ ସକାଳ 5 ଟାରେ ଉଠୁଥିଲେ ଏବଂ ଜଳଖିଆ ପୂର୍ବରୁ କିଛି ଫଳ ଛିଣ୍ଡେଇ ବିକୁଥିଲେ। ବାତାବୀ  ଫଳ ତାଙ୍କର ପ୍ରଥମ ବ୍ୟବସାୟ ଏବଂ ପକେଟ ମନିର ସାଧନ ପାଲଟିଲା। ସେ ସେଗୁଡିକୁ ଛିଣ୍ଡେଇ ବଜାରରେ  25 ପଇସା କିମ୍ବା 1ଟଙ୍କାରେ 4-5 ବିକ୍ରି କରୁଥିଲେ । ରୋଜଗାର ଟଙ୍କାକୁ ସେ ଗର୍ବର ସହ ନିଜ ବନ୍ଧୁମାନଙ୍କୁ ଦେଖାଉଥିଲେ ।  ସୁରେଶ ନିଜ କାହାଣୀ ସେଆର୍ କରି କହିଛନ୍ତି, ସେ ପିଲାଦିନେ କିଛି ପର୍ବ ପର୍ବାଣୀ ସମୟରେ ପନକ୍କତ୍ତୋଟୋଡିଲ ଦେବୀ ମନ୍ଦିର ଯାଉଥିଲେ। ଆଉ ମନ୍ଦିରକୁ ଯିବା ସମୟରେ ବି ଭଜା ବାଦାମ୍ ବିକ୍ରି କରୁଥିଲେ ।  ସେ କଞ୍ଚା ବାଦାମ୍  କିଣି ତାକୁ ଭାଜି 1 ଟଙ୍କାରେ ବିକ୍ରି କରୁଥିଲେ। ପିଲାଦିନରୁ ତାଙ୍କର ବ୍ୟବସାୟିକ ମନୋବୃତ୍ତି ଥିଲା।

ସୁରେଶଙ୍କ ପାଇଁ କୌଣସି କାମ ଛୋଟ କିମ୍ବା ବଡ ନଥିଲା। ସେ ପାଇଥିବା ପ୍ରତ୍ୟେକ ସୁଯୋଗରୁ କିଛି ଶିଖୁଥିଲେ ।  ଯେତେବେଳେ ସେ ଟିକିଏ ବଡ ହେଲେ, ସେ ହୋଟେଲ ୱେଟର, ମନ୍ଦିର ଖାଇବା ସ୍ଥାନରେ କ୍ଲିନର୍ ଏବଂ କ୍ୟାଟରିଂ କାମ କରୁଥିଲେ। ପିଲାଦିନରୁ ସେ କିଛି ହେବାକୁ ଏବଂ ଟଙ୍କା ରୋଜଗାର କରିବାକୁ ଚାହୁଁଥିଲେ । ଯେତେବେଳେ ସେ ସୁଯୋଗ ପାଇଲେ ନାହିଁ, ସେତେବେଳେ ସେ ନିଜ ପାଇଁ ସୁଯୋଗ ସୃଷ୍ଟି କଲେ। ସୁରେଶ ଯୁବ ପିଢିଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ,  ଯଦି ତୁମେ ଅନୁଭବ କରୁଛ ଯେ ତୁମେ ଅଟକି ଯାଇଛ ଏବଂ କୌଣସି କାମକୁ ନେଇ ଦ୍ୱନ୍ଦ୍ୱରେ ପଡିଛ, ତେବେ ଚିନ୍ତା  କରନ୍ତୁନି। ଚେଷ୍ଟା ଜାରି ରଖ। ତାଛଡ଼ା  କେଉଁଠି ବି ହେଉ, ଏକ ଆରମ୍ଭ ଜରୁରୀ।

ସୂଚନାନୁଯାୟୀ, ହାଇସ୍କୁଲ ଶେଷ କରିବା ପରେ ପିଲ୍ଲାଇ କେରଳର କୋଲାମର କେଫ୍ କିଙ୍ଗ ରେଷ୍ଟୁରାଣ୍ଟରେ ୱେଟର ଭାବରେ କାମ କରୁଥିଲେ। ସେ ସେଠାରେ ଥିବା ରୋଷେୟାଙ୍କୁ ତାଙ୍କ କାର୍ଯ୍ୟରେ ସାହାଯ୍ୟ କରୁଥିଲେ । 3 ବର୍ଷ ପରେ, ସେ କୋଜିକୋଡେସ୍ଥିତ କାଜିନୋ ହୋଟେଲରେ କାମ କରି ମାଲାବାର କୁଜିନ୍ ଶିଖିଥିଲେ।  ପରବର୍ତ୍ତୀ କିଛି ବର୍ଷ ମଧ୍ୟରେ ସେ ଦକ୍ଷିଣ ଭାରତର ଅନେକ ରୋଷେଇ ଶିଖିଲେ। ଏହା ପରେ ସେ ବାଙ୍ଗାଲୋରର 5 ତାରକା ହୋଟେଲ ଦି ଲୀଲା ପ୍ୟାଲେସରେ ଚାକିରି ପାଇଥିଲେ।  ତାଙ୍କର କୌଣସି ଡିଗ୍ରୀ ନ ଥିବାରୁ ସେ ମ୍ୟାନେଜମେଣ୍ଟ ଟ୍ରେନିଂ ପଦ ପାଇଲେ। ଏହା ପରେ ପିଲ୍ଲାଇ ଲଣ୍ଡନର ଅନେକ ରେଷ୍ଟୁରାଣ୍ଟରେ ମଧ୍ୟ କାମ କରିଥିଲେ ।  2021ରେ ସେ ବାଙ୍ଗାଲୋରରେ ସେଫ୍ ପିଲ୍ଲାଇ ନାମକ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ। ପିଲାଇ ତାଙ୍କ ହାତରୁ କମଲ ହାସନ, ମୋହନ ଲାଲଙ୍କ ସମେତ ଦେଶ ତଥା ବିଶ୍ୱର ଅନେକ ସେଲିବ୍ରେଟଙ୍କୁ ଖାଦ୍ୟ ଖାଇବାକୁ ଦେଇଛନ୍ତି।

Also Read- ବାରମ୍ବାର ବିଫଳ ହୋଇଥିଲେ, ତଥାପି ମାନି ନଥିଲେ ହାର୍ ; ବର୍ଷକରେ ଛିଡ଼ା କଲେ ୨୪୬୩କୋଟିର କମ୍ପାନୀ

   Related Posts