ସବୁଠାରୁ ୟଙ୍ଗ୍‌ ଧନୀ ମହିଳା ଉଦ୍ୟୋଗୀ, ୨୦ ବର୍ଷରେ କ୍ୟାନସରକୁ ଦେଲେ ମାତ୍‌, ଏବେ ୧୦ଟି ପ୍ରାଇଭେଟ୍‌ ଜେଟର ମାଲିକାଣୀ

Published By : Prameya-News7 Bureau | February 22, 2024 IST

ନୂଆଦିଲ୍ଲୀ ୨୨।୦୨: ରାଜନୀତି ଠାରୁ ବିଜନେସ୍‌ ଯାଏଁ, ସବୁ କ୍ଷେତ୍ରରେ ଏବେ ମହିଳାଙ୍କ ଦବଦବା । ଦିନକୁ ଦିନ ବିଜନେସ୍‌ ଇଣ୍ଡଷ୍ଟିରେ ଏଣ୍ଟି କରୁଛନ୍ତି ମହିଳା । ଏମାନେ କେବଳ ଅର୍ଥନୀତିରେ ସହଯୋଗ କରୁନାହାଁନ୍ତି ବରଂ ଅନ୍ୟ ମହିଳାମାନଙ୍କୁ ମଧ୍ୟ ସେମାନଙ୍କର ସ୍ୱପ୍ନ ସାକାର କରିବାକୁ ସଶକ୍ତ କରୁଛନ୍ତି । ଏପରି ଜଣେ ମହିଳା ଉଦ୍ୟୋଗୀ ହେଉଛନ୍ତି କନିକା ଟେକ୍ରିୱାଲ । ସେ ‘ଜେଟ ସେଟ ଗୋ’ ନାମକ ଏକ କମ୍ପାନୀ ଚଳାଉଛନ୍ତି ।

{"id":912353,"sizeSlug":"full","linkDestination":"none"}

କନିକା କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ । ଜେଟସେଟଗୋ ହେଉଛି ଏକ ପ୍ଲେନ୍‌ ଏଗ୍ରିଗେଟର ଷ୍ଟାର୍ଟଅପ୍  । ଅର୍ଥାତ୍‌ ଏହା ଚାର୍ଟାର୍ଡ ​​ପ୍ଲେନ ଏବଂ ହେଲିକପ୍ଟରକୁ ଭଡାରେ ଦେଇଥାଏ ।  କନିକା ସବୁଠାରୁ ୟଙ୍ଗ୍‌ ଧନୀ ମହିଳା ଉଦ୍ୟୋଗୀ । କନିକାଙ୍କ ପ୍ରାୟ ୪୨୦ କୋଟି ଟଙ୍କାର ମାଲିକାଣି ଅଟନ୍ତି । କନିକା ଆଜି ଯେଉଁ ସ୍ଥାନରେ ଅଛନ୍ତି ଏଠାରେ ପହଞ୍ଚିବା ତାଙ୍କ ପାଇଁ ଥିଲା ଖୁବ୍‌ କଷ୍ଠସାଧ୍ୟ ।  କନିକା ମାତ୍ର ୨୦ ବର୍ଷ ବୟସରେ କର୍କଟକୁ ଦେଇଥିଲେ ମାତ୍‌ । ଏହାପରେ ହିଁ ସେ ନିଜର ଷ୍ଟାଟଅପ୍‌ ବିଜେନେସ୍‌କୁ ସ୍ଥାପନ କରିଥିଲେ ।

{"id":912354,"width":841,"height":421,"sizeSlug":"full","linkDestination":"none"}

ତାଙ୍କ ବିଜନେସ୍ ଏତେ ବୃଦ୍ଧି ପାଇଛି ସେ ବର୍ତ୍ତମାନ କୋଟି କୋଟି ସମ୍ପତ୍ତିର ମାଲିକାଣୀ । ତାଙ୍କ ପାଖରେ ଏବେ ନିଜସ୍ବ ୧୦ଟି ଘରୋଇ ଜେଟ୍ ରହିଛି । ୧୯୯୦ ମସିହାରେ ଏକ ମାରୱାରୀ ପରିବାରରେ ଜନ୍ମ କନିକା ଟେକ୍ରିଓ୍ବାଲ୍‌ । ମାତ୍ର ୧୭ ବର୍ଷ ବୟସରେ ଏମ୍ବିଏସନ୍‌ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ । ଏହି ସମୟରେ ସେ ନିଜ କମ୍ପାନୀ ଆରମ୍ଭ କରିବା ନେଇ ଚିନ୍ତା କରିଥିଲେ । କିନ୍ତୁ ୩ ବର୍ଷ ପରେ ଅର୍ଥାତ୍ ୨୦ ବର୍ଷ ସେ କ୍ୟାନସର ଶିକାର ହୋଇଥିଲେ ।

{"id":912356,"width":838,"height":469,"sizeSlug":"full","linkDestination":"none"}

ତାଙ୍କ କହିବା କଥା ଯେ କ୍ୟାନସର ତାଙ୍କୁ ଅଧିକ ଶକ୍ତିଶାଳୀ କରିଥିଲା ।  ବ୍ରିଟେନ୍‌ର ଜଣେ ସହକର୍ମୀଙ୍କ ସହିତ କଥା ହେବା ବେଳେ ତାଙ୍କ ମାଇଣ୍ଡକୁ ଆସିଥିଲା ଜେଟ୍‌-ସେଟ୍‌-ଗୋ ଆରମ୍ଭ କରିବାର ଆଇଡିଆ । ଏହାପରେ ସେ ୨୦୧୨ ମସିହାରେ ପ୍ରତିଷ୍ଠା କରିଥିଲେ ଜେଟସେଟ୍‌ଗୋ କମ୍ପାନୀ । ସେତେବେଳକୁ ତାଙ୍କୁ ହୋଇଥିଲା ମାତ୍ର ୨୨ ବର୍ଷ ବୟସ ।

{"id":912357,"width":839,"height":440,"sizeSlug":"full","linkDestination":"none"}

କନିକା ଲଭଡେଲର ଲରେନ୍ସ ସ୍କୁଲ୍‌ରୁ ନିଜର ପାଠପଢା ଶେଷ କରିଥିଲେ । ଏହାବ୍ୟତୀତ ଭୋପାଳର ଜବାହରଲାଲ ନେହେରୁ ସିନିୟର ସେକେଣ୍ଡାରୀ ସ୍କୁଲ୍‌ରୁ ମଧ୍ୟ ଅଧ୍ୟୟନ କରିଛନ୍ତି । ସେ ତାଙ୍କ ସ୍ନାତକ ଅଧ୍ୟୟନ କୋବ୍ରେଟ୍ରି ବିଶ୍ୱବିଦ୍ୟାଳୟରୁ କରିଛନ୍ତି । ସେ ହାଇଦ୍ରାବାଦର ଜଣେ ବିଜନେସ୍‌ମ୍ୟାନ୍‌ଙ୍କୁ ବିବାହ କରିଛନ୍ତି । କନିକା ନିଜର ବ୍ୟବସାୟ ତଥା ସଫଳତା ପାଇଁ ଅନେକ ପୁରସ୍କାର ଏବଂ ସମ୍ମାନ ପାଇଛନ୍ତି । ସେ ଭାରତ ସରକାରଙ୍କ ଦ୍ୱାରା ଜାତୀୟ ଉଦ୍ୟୋଗୀ ପୁରସ୍କାର ଏବଂ ବିଶ୍ୱ ଅର୍ଥନୈତିକ ଫୋରମ୍ ଦ୍ୱାରା ୟଙ୍ଗ ଗ୍ଲୋବାଲ୍ ଲିଡର୍ସ ପୁରସ୍କାର ପ୍ରଦାନ କରିଛନ୍ତି ।

You Can Read:

wp:embed {"url":"https://www.prameyanews7.com/who-mourns-on-child-birth-celebrates-death-partying-all-night/","type":"wp-embed","providerNameSlug":"prameya-news-7"}
https://www.prameyanews7.com/who-mourns-on-child-birth-celebrates-death-partying-all-night/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.