ନିର୍ଭୟାଙ୍କ ଓକିଲ ୫ବର୍ଷ ଯାଏଁ ଖୋଲିନଥିଲେ ଏହି ଖାସ୍ ଚୁଡ଼ି ; ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ ୨୧/୩: ନିର୍ଭୟା ଦୋଷୀଙ୍କୁ ଶେଷରେ ୭ବର୍ଷର ଲମ୍ବା ଆଇନଗତ ଲଢ଼େଇ ପରେ ଫାଶୀ ଦଣ୍ଡ ମିଳିଛି। ଏହି ଲମ୍ବା ଯୁଦ୍ଧ ପରେ ଲୋକେ ତାଙ୍କ ମାଆ ଆଶା ଦେବୀଙ୍କ ସଂଘର୍ଷକୁ ସଲାମ କରୁଛନ୍ତି ଯିଏ ଦିନ ରାତି ଏକ କରି ନିଜ ଝିଅଙ୍କୁ ନ୍ୟାୟ ଦେଇଛନ୍ତି। କିନ୍ତୁ ଏସବୁ ମଧ୍ୟରେ ଆଉ ଜଣେ ମହିଳା ଏପରି ମଧ୍ୟ ଅଛନ୍ତି ଯିଏ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବାକୁ ଅଦାଲତଙ୍କୁ ନିବେଦନ କରିଥିଲେ। ସେ ଆଉ କେହି ନୁହଁନ୍ତି ବରଂ ନିର୍ଭୟାଙ୍କ ଓକିଲ।

{"id":241954,"sizeSlug":"large"}

ନିର୍ଭୟାଙ୍କ କେସ ଆଗକୁ ନ ବଢ଼ିପାରୁଥିବାବେଳେ ସୀମା କୁଶବାହା ୨୦୧୪ମସିହାରେ ଏହାକୁ ନିଜ ହାତକୁ ନେଇଥିଲେ ଏବଂ ସେଦିନଠାରୁ ସେ ଏହି ମାମଲାକୁ ଲଢ଼ିଥିଲେ। ଏବେ ନିର୍ଭୟାଙ୍କ ପରିବାର ସହ ତାଙ୍କର ସମ୍ପର୍କ ଅତ୍ୟନ୍ତ ମଜବୁତ ହୋଇଗଲାଣି। ନିର୍ଭୟାଙ୍କ ବାପା ସୀମାଙ୍କୁ ଜିତ ନାଁରେ ଡାକନ୍ତି। ସୀମା ସାମ୍ବାଦିକଙ୍କ ସହ କଥା ହେବାବେଳେ କହିଥିଲେ,‘ ତାଙ୍କର ଆଉ ନିର୍ଭୟାଙ୍କ ରକ୍ତର ସମ୍ପର୍କ ନଥିଲେ ମଧ୍ୟ ତାଙ୍କୁ ଲାଗେ ସେ ତାଙ୍କ ସହ ସବୁବେଳେ ଅଛନ୍ତି। ସେ ନିର୍ଭୟାଙ୍କ ସେହି ଚୁଡ଼ି ଆଜିଯାଏଁ ପିନ୍ଧିଛନ୍ତି ଯାହା ୫ବର୍ଷ ତଳେ ଆଣ୍ଟି(ନିର୍ଭୟାଙ୍କ ମାଆ) ତାଙ୍କୁ ପିନ୍ଧାଇଥିଲେ। ସେ ସେଦିନଠାରୁ ଏହାକୁ ଖୋଲିନଥିଲେ। ଏବେ ଏହାକୁ ଖୋଲିବାକୁ ତାଙ୍କୁ ଇଚ୍ଛା ହେଉନାହିଁ।

{"id":241955,"sizeSlug":"large"}

ସୀମା କୁଶବାହାଙ୍କ ଘର ଉତ୍ତରପ୍ରଦେଶର ଇଟାଓ୍ବାରେ। ଆର୍ଥିକ ସମସ୍ୟା ସତ୍ବେ ଆଇନ ଶିକ୍ଷା ସମାପ୍ତ କରିଥିବା ସୀମା ୨୦୦୯ମସିହାରେ ଦିଲ୍ଲୀ ଆସି ପ୍ରାକ୍ଟିସ୍ କରିଥିଲେ। ଯେତେବେଳେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ସେତେବେଳେ ଦେଶବ୍ୟାପି ଏହା ବିରୋଧରେ ବିଦ୍ରୋହ ହୋଇଥିଲା। ଦିଲ୍ଲୀର ଇଣ୍ଡିଆ ଗେଟରେ ସବୁଠୁ ବଡ଼ ବିରୋଧ ପ୍ରଦର୍ଶନ ହୋଇଥିଲା ଯେଉଁଥିରେ ସୀମା ଭାଗ ନେଇଥିଲେ।

{"id":241958,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.