2 BHK ଫ୍ଲାଟରେ ରହୁଛନ୍ତି, ନାହିଁ ନିଜର ଫୋନ୍: ଏଭଳି ସରଳ ଜୀବନ ବଞ୍ଚୁଛନ୍ତି ରତନ ଟାଟାଙ୍କ ଭାଇ
10/01/2023 at 10:39 PM

ନୂଆଦିଲ୍ଲୀ, ୧୦/୦୧: ଟାଟା ସନ୍ସର ଚେୟାରମ୍ୟାନ୍ ରତନ ଟାଟା। ହୁଏତ କେହି ଏହି ନାଁ କୁ ଜାଣିନଥିବେ। ଦେଶରେ ଯୁବପିଢ଼ିଙ୍କ ପାଇଁ ଜଣେ ପ୍ରେରଣା। ଅନେକ ତାଙ୍କ ପରିହେବାକୁ ସ୍ବପ୍ନ ଦେଖିଥାନ୍ତି। ଅନେକ ରତନ ଟାଟାଙ୍କୁ ସରଳ ଜୀବନଶୈଳୀ ବିଷୟରେ ଜାଣିଥିବେ। କିନ୍ତୁ ହୁଏତ ଅନେକ ରତନ ଟାଟାଙ୍କ ସାନ ଭାଇଙ୍କ ବିଷୟରେ ଜାଣିନଥିବ। ତେବେ ଆସନ୍ତୁ ଜାଣିବା ରତନ ଟାଟାଙ୍କ ସାନ ଭାଇଙ୍କ ବିଷୟରେ।
ପ୍ରକୃତରେ ରତନ ଟାଟା ମଙ୍ଗଳବାର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ତାଙ୍କ ସାନ ଭାଇ ଜିମି ଟାଟାଙ୍କ ସହ ନଜର ଆସିଛନ୍ତି। ଏହି ଫଟୋରେ ଉଭୟଙ୍କ ମଧ୍ୟରେ ଥିବା ସଂପର୍କ ବାରି ହୋଇପଡ଼ୁଛି। ୧୯୪୫ ର କଳା ଧଳା ଫଟୋ ସେୟାର କରିଛନ୍ତି ରତନ କରିବା ସହ ତାଙ୍କ ଭାଇଙ୍କ ସହ ବିତାଇଥିବା ସେହି ପୁରୁଣା ଦିନକୁ ମନେ ପକାଇଛନ୍ତି ଏବଂ ଲେଖିଛନ୍ତି,‘‘ ସେହି ସମୟର ଖୁସିର ଦିନ, କେହିବି ଆମ ଭିତରେ ଆସିପାରିବେନି।’’
ଟାଟା ସନ୍ସର ଏବଂ ଅନ୍ୟ ଟାଟା କମ୍ପାନୀର ସେୟାର ହୋଲ୍ଡର ଭାବରେ ରହିଛନ୍ତି। ସେ ସାର୍ ରତନ ଟାଟା ଟ୍ରଷ୍ଟର ଟ୍ରଷ୍ଟି ମଧ୍ୟ। ତାଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କୁ ଏହି ପଦ ମିଳିଥିଲା। ହେଲେ ଏସବୁ ସତ୍ତେ୍ବ ଜିମି ଟାଟା ଲାଇମ ଲାଇଟରୁ ଖୁବ୍ ଦୂରରେ ଅଛନ୍ତି। ସେ ଅତି ସରଳ ଜୀବନ ଯାପନ କରନ୍ତି। ଏମିତିକି ସେ ଫୋନ୍ ଏବଂ ନ୍ୟୁଜ୍ପେପର ମଧ୍ୟ ବ୍ୟବହାର କରିନାଥାନ୍ତି ଏବଂ ବାହ୍ୟଜଗତଠାରୁ ଖୁବ୍ ଦୂରରେ।
ଗତ ବର୍ଷ ଜାନୁଆରୀ ଶିଳ୍ପପତି ହର୍ଷ ଗୋଏଙ୍କା ଏକ ଟ୍ବିଟ୍ କରି କହିଥିଲେ ମୁମ୍ବାଇର କୋଲାବାରେ ଏକ ୨ ବିଏଚକେ ଫ୍ଲାଟରେ ଜିମି ଟାଟା ଏକ ସରଳ ନିରାଡମ୍ବର ଜୀବନ ବିତାଉଛନ୍ତି। ସେ ବ୍ୟବସାୟରେ ଆଦୌ ରୁଚି ରଖିନଥାନ୍ତି। ସେ ଜଣେ ଭଲ ସ୍କାସ୍ ପ୍ଲେୟର ଏବଂ ସବୁବେଳେ ମତେ ହରାଇଥାନନ୍ତି।